ବିମାନରେ ଉଡ଼ିଲେ ସବୁଠୁ ଡେଙ୍ଗୀ

ଅଙ୍କାରା, ୬।୧୧: ତୁର୍କୀର ରୁମେୟସା ଗେଲ୍‌ଗିଙ୍କ ଉଚ୍ଚତା ୭ ଫୁଟ୍‌ ୭ ଇଞ୍ଚ (୨୧୫.୧୬ ସେଣ୍ଟିମିଟର)। ୨୦୧୪ରେ ସେ ବିଶ୍ୱର ସବୁଠୁ ଡେଙ୍ଗୀ ଟିନ୍‌ ଏଜର (ସ୍ବଳ୍ପ ବୟସ୍କା) ଭାବେ ଗିନିଜ୍‌ ବୁକ୍‌ ରେକର୍ଡ କରିଥିଲେ। କେବଳ ଏତିକି ନୁହେଁ, ରୁମେୟସାଙ୍କ ହାତ ଓ ଅଙ୍ଗୁଳି ମଧ୍ୟ ସବୁଠୁ ଲମ୍ବା। ବର୍ତ୍ତମାନ ସୁଦ୍ଧା ତାଙ୍କର ଏହି ରେକର୍ଡକୁ କେହି ଭାଙ୍ଗିପାରି ନାହାନ୍ତି। ରୁମେୟସାଙ୍କ ଶରୀର ତାଙ୍କର ବିମାନ ଯାତ୍ରାରେ ବାଧକ ସାଜିଥିଲା। ତେବେ ତୁର୍କିସ୍‌ ଏୟାରଲାଇନ୍ସ ଏକ ବିମାନରେ ସ୍ବତନ୍ତ୍ର ସୁବିଧା କରି ତାଙ୍କ ଆକାଶରେ ଉଡ଼ିବା ସ୍ବପ୍ନକୁ ସାକାର କରିଛି। ପ୍ରତ୍ୟେକ ଖରାପ ଜିନିଷକୁ ଏକ ସକାରାମତ୍କ ସୁଯୋଗରେ ପରିବର୍ତ୍ତିତ କରାଯାଇପାରେ। ତେଣୁ ବାସ୍ତବତାକୁ ସ୍ବୀକାର କରି ନିଜ ପାଇଁ ସବୁ ସମ୍ଭାବନା ଅନ୍ବେଷଣ କରିବା ଉଚିତ ବୋଲି ସେ ପ୍ରତିକ୍ରିୟାରେ କହିଛନ୍ତି।

୨୫ ବର୍ଷୀୟା ରୁମେୟସା ଜୀବନରେ ପ୍ରଥମ ଥର ପାଇଁ ବିମାନ ଯାତ୍ରା କରିଛନ୍ତି। ଏଥିଲାଗି ତୁର୍କିସ୍‌ ଏୟାରଲାଇନ୍ସକୁ ୬ଟି ସିଟ୍‌ ଖୋଲି ଏକ ସ୍ପେଶାଲ ରୁମ୍‌ ତିଆରି କରିବାକୁ ପଡ଼ିଥିଲା। ତାଙ୍କୁ ଏକ ଷ୍ଟ୍ରେଚରରେ ଶୁଆଇ ବିମାନରେ ନିଆଯାଇଥିଲା। ସେ ନିଜ ପ୍ରଥମ ବିମାନ ଯାତ୍ରାର ଅନୁଭୂତି ସମ୍ପର୍କରେ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ତୁର୍କୀର ଇସ୍ତାନବୁଲରୁ ଆମେରିକାର ସାନ୍‌ ଫ୍ରାନ୍ସସିସ୍କୋ ପର୍ଯ୍ୟନ୍ତ ଯାତ୍ରା ପାଇଁ ୧୩ ଘଣ୍ଟା ଲାଗିଥିଲା। ଟେକ୍ନୋଲୋଜି ସେକ୍ଟରରେ କାର୍ଯ୍ୟରତ ରୁମେୟସା କହିଛନ୍ତି, ଆମେରିକାରେ ସେ ୬ ମାସ ରହିବେ। ଏହା ଭିତରେ ସେ କ୍ୟାରିୟରରେ ଉନ୍ନତି ଲାଗି ଅଧିକ ସୁଯୋଗ ମିଳିବ ବୋଲି ବେଶ୍‌ ଆଶାବାଦୀ। ସୁଖଦ ବିମାନ ଯାତ୍ରାକୁ ସଫଳ କରାଇଥିବାରୁ ସମସ୍ତଙ୍କୁ ସେ ନିଜ ଇନ୍‌ଷ୍ଟାଗ୍ରାମ ପୋଷ୍ଟରେ ଧନ୍ୟବାଦ ଦେଇଛନ୍ତି। ଏଥିରେ ସେ ଲେଖିଛନ୍ତି, ଏହା ମୋର ପ୍ରଥମ ବିମାନ ଯାତ୍ରା ଥିଲା, କିନ୍ତୁ ଶେଷ ନୁହେଁ। ରୁମେୟସାଙ୍କ ‘ଥ୍ୟାଙ୍କ୍‌ ୟୁ ଲେଟର’ର ଉତ୍ତରରେ ତୁର୍କିସ୍‌ ଏୟାରଲାଇନ୍ସ ଲେଖିଛି, ଭବିଷ୍ୟତରେ ମଧ୍ୟ ଯଥାସମ୍ଭବ ସହଯୋଗ କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଯୁଦ୍ଧ ଭିତରେ ଆମେରିକାରେ ରାଷ୍ଟ୍ରପତି ପଦ ଛାଡିବେ ଟ୍ରମ୍ପ? ନିଜେ କହିଦେଲେ…

ଓ଼୍ବାଶିଂଟନ,୭।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଆସିଛି। ସେ ଦାବି କରିଛନ୍ତି ଯେ ସେ…

ଇରାନ ଯୁଦ୍ଧ ମଧ୍ୟରେ ବଡ଼ ଘୋଷଣା କଲେ ପାକ୍‌ ପ୍ରଧାନମନ୍ତ୍ରୀ, ଲୋକେ ଛାନିଆ!

ଇସଲାମାବାଦ,୭।୪: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବା ପରଠାରୁ, ଦକ୍ଷିଣ ଏସୀୟ ଏବଂ ୟୁରୋପୀୟ ଦେଶଗୁଡ଼ିକ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri