ବିମାନରେ ଉଡ଼ିଲେ ସବୁଠୁ ଡେଙ୍ଗୀ

ଅଙ୍କାରା, ୬।୧୧: ତୁର୍କୀର ରୁମେୟସା ଗେଲ୍‌ଗିଙ୍କ ଉଚ୍ଚତା ୭ ଫୁଟ୍‌ ୭ ଇଞ୍ଚ (୨୧୫.୧୬ ସେଣ୍ଟିମିଟର)। ୨୦୧୪ରେ ସେ ବିଶ୍ୱର ସବୁଠୁ ଡେଙ୍ଗୀ ଟିନ୍‌ ଏଜର (ସ୍ବଳ୍ପ ବୟସ୍କା) ଭାବେ ଗିନିଜ୍‌ ବୁକ୍‌ ରେକର୍ଡ କରିଥିଲେ। କେବଳ ଏତିକି ନୁହେଁ, ରୁମେୟସାଙ୍କ ହାତ ଓ ଅଙ୍ଗୁଳି ମଧ୍ୟ ସବୁଠୁ ଲମ୍ବା। ବର୍ତ୍ତମାନ ସୁଦ୍ଧା ତାଙ୍କର ଏହି ରେକର୍ଡକୁ କେହି ଭାଙ୍ଗିପାରି ନାହାନ୍ତି। ରୁମେୟସାଙ୍କ ଶରୀର ତାଙ୍କର ବିମାନ ଯାତ୍ରାରେ ବାଧକ ସାଜିଥିଲା। ତେବେ ତୁର୍କିସ୍‌ ଏୟାରଲାଇନ୍ସ ଏକ ବିମାନରେ ସ୍ବତନ୍ତ୍ର ସୁବିଧା କରି ତାଙ୍କ ଆକାଶରେ ଉଡ଼ିବା ସ୍ବପ୍ନକୁ ସାକାର କରିଛି। ପ୍ରତ୍ୟେକ ଖରାପ ଜିନିଷକୁ ଏକ ସକାରାମତ୍କ ସୁଯୋଗରେ ପରିବର୍ତ୍ତିତ କରାଯାଇପାରେ। ତେଣୁ ବାସ୍ତବତାକୁ ସ୍ବୀକାର କରି ନିଜ ପାଇଁ ସବୁ ସମ୍ଭାବନା ଅନ୍ବେଷଣ କରିବା ଉଚିତ ବୋଲି ସେ ପ୍ରତିକ୍ରିୟାରେ କହିଛନ୍ତି।

୨୫ ବର୍ଷୀୟା ରୁମେୟସା ଜୀବନରେ ପ୍ରଥମ ଥର ପାଇଁ ବିମାନ ଯାତ୍ରା କରିଛନ୍ତି। ଏଥିଲାଗି ତୁର୍କିସ୍‌ ଏୟାରଲାଇନ୍ସକୁ ୬ଟି ସିଟ୍‌ ଖୋଲି ଏକ ସ୍ପେଶାଲ ରୁମ୍‌ ତିଆରି କରିବାକୁ ପଡ଼ିଥିଲା। ତାଙ୍କୁ ଏକ ଷ୍ଟ୍ରେଚରରେ ଶୁଆଇ ବିମାନରେ ନିଆଯାଇଥିଲା। ସେ ନିଜ ପ୍ରଥମ ବିମାନ ଯାତ୍ରାର ଅନୁଭୂତି ସମ୍ପର୍କରେ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ତୁର୍କୀର ଇସ୍ତାନବୁଲରୁ ଆମେରିକାର ସାନ୍‌ ଫ୍ରାନ୍ସସିସ୍କୋ ପର୍ଯ୍ୟନ୍ତ ଯାତ୍ରା ପାଇଁ ୧୩ ଘଣ୍ଟା ଲାଗିଥିଲା। ଟେକ୍ନୋଲୋଜି ସେକ୍ଟରରେ କାର୍ଯ୍ୟରତ ରୁମେୟସା କହିଛନ୍ତି, ଆମେରିକାରେ ସେ ୬ ମାସ ରହିବେ। ଏହା ଭିତରେ ସେ କ୍ୟାରିୟରରେ ଉନ୍ନତି ଲାଗି ଅଧିକ ସୁଯୋଗ ମିଳିବ ବୋଲି ବେଶ୍‌ ଆଶାବାଦୀ। ସୁଖଦ ବିମାନ ଯାତ୍ରାକୁ ସଫଳ କରାଇଥିବାରୁ ସମସ୍ତଙ୍କୁ ସେ ନିଜ ଇନ୍‌ଷ୍ଟାଗ୍ରାମ ପୋଷ୍ଟରେ ଧନ୍ୟବାଦ ଦେଇଛନ୍ତି। ଏଥିରେ ସେ ଲେଖିଛନ୍ତି, ଏହା ମୋର ପ୍ରଥମ ବିମାନ ଯାତ୍ରା ଥିଲା, କିନ୍ତୁ ଶେଷ ନୁହେଁ। ରୁମେୟସାଙ୍କ ‘ଥ୍ୟାଙ୍କ୍‌ ୟୁ ଲେଟର’ର ଉତ୍ତରରେ ତୁର୍କିସ୍‌ ଏୟାରଲାଇନ୍ସ ଲେଖିଛି, ଭବିଷ୍ୟତରେ ମଧ୍ୟ ଯଥାସମ୍ଭବ ସହଯୋଗ କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ପାକ୍ ନେତାଙ୍କ କ୍ଷେପଣାସ୍ତ୍ର ମାଡ଼ ଧମକ: ବାଂଲାଦେଶ ସହ ସାମରିକ ମେଣ୍ଟ ପାଇଁ ଆହ୍ୱାନ

ଭୁବନେଶ୍ୱର,୨୩।୧୨: ପଡ଼ୋଶୀ ବାଂଲାଦେଶରେ ଜାରି ରହିଥିବା ଅଶାନ୍ତି ଏବଂ ଭାରତ ସହ ବଢୁଥିବା ତିକ୍ତତା ମଧ୍ୟରେ ପାକିସ୍ତାନର ଜଣେ ପ୍ରଭାବଶାଳୀ ନେତା ଭାରତ ବିରୋଧରେ ବିଷୋଦଗାର...

ବିଶ୍ୱ ଆଗରେ ଏମିତି ମିଛ କହିଦେଲେ ଅସୀମ ମୁନିର: ନିଆଁବାଣ ଚାଇନା

ଇସଲାମାବାଦ୍‌,୨୩।୧୨:ପାକିସ୍ତାନର ପ୍ରତିରକ୍ଷା ବାହିନୀର ମୁଖ୍ୟ ଏବଂ ସେନା ମୁଖ୍ୟ ଅସୀମ ମୁନିର ଅପରେଶନ ସିନ୍ଦୂର ବିଷୟରେ ଚାଇନାକୁ ନେଇ ଏକ ବଡ଼ ଦାବି କରିଛନ୍ତି। ବିଶ୍ୱ...

ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ସତ, ବାଂଲାଦେଶରେ ଦୀପୁଙ୍କ ବନ୍ଧୁମାନେ ବିଶ୍ୱାସଘାତକତା କରି…

ବାଂଲାଦେଶର ମୈମନସିଂ ଜିଲାର ଏକ କପଡ଼ା କାରଖାନାରେ କାମ କରୁଥିବା ୨୭ ବର୍ଷୀୟ ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ର ଦାସଙ୍କୁ ଗୁରୁବାର (ଡିସେମ୍ବର ୧୬) ଦିନ...

ହେବକି ତୃତୀୟ ବିଶ୍ବଯୁଦ୍ଧ, ଆମେରିକା ନିର୍ମାଣ କରୁଛି ସବୁଠି ଘାତକ ଯୁଦ୍ଧଜାହାଜ

ନୂଆଦିଲ୍ଲୀ,୨୩।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେକୌଣସି ପରିସ୍ଥିତିରେ ରେକର୍ଡ ପରେ ରେକର୍ଡ କରିବାକୁ ଚାହାନ୍ତି । ଏହି ଲକ୍ଷ୍ୟରେ ଟ୍ରମ୍ପ ପ୍ରାୟତଃ ନାର୍ସିସିଜିମର ଚରମ...

ଆମେରିକାରେ ପ୍ରବାସୀଙ୍କୁ ବଡ଼ ଅଫର!

ଓ୍ବାଶିଂଟନ,୨୩।୧୨: ଆମେରିକାର ଗୃହ ସୁରକ୍ଷା ବିଭାଗ (DHS) ଅବୈଧ ପ୍ରବାସୀମାନଙ୍କ ପାଇଁ ଆତ୍ମ-ନିର୍ବାସ ପାଇଁ ଆର୍ଥିକ ପ୍ରୋତ୍ସାହନ ୧୦୦୦ ଡଲାରରୁ ୩୦୦୦ ଡଲାରକୁ ବୃଦ୍ଧି କରିଛି।...

Bangladesh Violence: ବାଂଲାଦେଶ ହିଂସା ଭିତରେ ବଡ଼ ଘୋଷଣା କଲେ ୟୁନୁସ୍, କହିଲେ ନିର୍ବାଚନ…

ନୂଆଦିଲ୍ଲୀ,୨୩।୧୨: ଦୁଇ ଦୁଇଟି ହତ୍ୟା ପରେ ଜଳୁଛି ବାଂଲାଦେଶ । ଏହାରି ଭିତରେ  ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍ ଫେବୃଆରୀ ୧୨ ତାରିଖରେ ସାଧାରଣ...

ବାଂଲାଦେଶର ଆଉଜଣେ ଛାତ୍ରନେତାଙ୍କ ମୁଣ୍ଡକୁ ଗୁଳି

ଢାକା,୨୩ା୧୨(ପି.ଟି.): ବାଂଲାଦେଶର ଖ୍ୟାତନାମା ଯୁବନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ହତ୍ୟା ଘଟଣାର ୪ ଦିନ ପରେ ସୋମବାର ଆଉ ଜଣେ ଛାତ୍ରନେତାଙ୍କ ମୁଣ୍ଡକୁ ଗୁଳି କରାଯାଇଛି। ମୋତାଲେବ...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri