ଲଦାଖରେ ବିଶ୍ୱର ବଡ଼ ପତାକା ଉଡ଼ିଲା

ନୂଆଦିଲ୍ଲୀ,୨।୧୦: ବିଶ୍ୱର ସବୁଠୁ ବଡ ତ୍ରିରଙ୍ଗା ପତାକା ଉନ୍ମୋଚିତ ହୋଇଛି। ଶନିବାର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୨ ତମ ଜୟନ୍ତୀ ଅବସରରେ ଲେହଠାରେ ଲଦାଖର ଗଭର୍ଣ୍ଣର ଆର୍‌.କେ. ମାଥୁର ଏହି ବିଶାଳ ପତାକାକୁ ଉନ୍ମୋଚନ କରିଛନ୍ତି। ଏହି ତ୍ରିରଙ୍ଗା ଖଦୀରେ ତିଆରି ହୋଇଛି। ଏହାର ଲମ୍ବା ୨୨୫ ଫୁଟ, ଚଉଡ଼ା ୧୫୦ ଫୁଟ ଓ ଓଜନ ୧୦୦୦ କିଗ୍ରା ରହିଛି। ଭାରତ ସରକାରଙ୍କ ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡ ଦାରା ଏହାର ପ୍ରସ୍ତୁତି ହୋଇଛି। ଏହାକୁ ସମ୍ପୂର୍ଣ କରିବାକୁ ୪୯ ଦିନ ସମୟ ଲାଗିଛି। କୁହାଯାଉଛି ଏହା ବିଶର ସବୁଠାରୁ ବଡ ଜାତୀୟ ପତାକା। ଯାହାର କ୍ଷେତ୍ରଫଳ ୩୭୫୦୦ ବର୍ଗ ଫୁଟ। ଲେହ ପର୍ବତର ଭୂମିଠାରୁ ପ୍ରାୟ ୨୦୦୦ ବର୍ଗ ଫୁଟ ଉଚ୍ଚରେ ଏହାକୁ ଉନ୍ମୋଚନ କରାଯାଇଛି। ଭୂମି ଠାରୁ ପତାକାକୁ ନେବା ପାଇଁ ୧୫୦ ପ୍ଲାଟୁନ ସୈନିକ ଓ ୫୭ ଜଣ ଇଞ୍ଜିନିୟରଙ୍କୁ ୨ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା।

Share