Posted inଫୁରସତ

ଏତିକି ଟଙ୍କାରେ ବିକ୍ରି ହେବ ବିଶ୍ୱର ପ୍ରଥମ ଏସ୍‌ଏମ୍‌ଏସ୍‌, ଏଥିରେ ଲେଖାଥିଲା…

ଦୁନିଆର ପ୍ରଥମ ଟେକ୍ସଟ୍‌ ଏସ୍‌ଏମ୍‌ଏସ୍‌ ନିଲାମ ପାଇଁ ପ୍ରସ୍ତୁତି ଚାଲିଛି। ୧୯୯୨ରେ ଭୋଡାଫୋନ୍‌ କର୍ମଚାରୀଙ୍କ ଦ୍ୱାରା ପ୍ରଥମ ଏସ୍‌ଏମ୍‌ଏସ୍‌ ବା ବାର୍ତ୍ତା ପଠାଯାଇଥିଲା। କର୍ମଚାରୀ ଜଣକ ତାଙ୍କ ସହକର୍ମୀଙ୍କ ନିକଟକୁ ଏହି ଏସ୍‌ଏମ୍‌ଏସ୍‌ ପଠାଇଥିଲେ। ଏଥିରେ ମେରୀ ଖ୍ରୀଷ୍ଟମାସ ଲେଖିଥିଲେ। ବର୍ତ୍ତମାନ ଏହି ଏସ୍‌ଏମ୍‌ଏସ ୧ କୋଟି ୭୧ ଲକ୍ଷ ଟଙ୍କାରେ ନିଲାମ ହେବ।

ଏକ ଅନୁଯାୟୀ, ବ୍ରିଟିଶ ପ୍ରୋଗ୍ରାମର ନୀଲ ପାପଓ୍ବର୍ଥ ୨୯ ବର୍ଷ ପୂର୍ବେ ଡିସେମ୍ବର ୩ ୧୯୯୨ରେ ବିଶ୍ୱର ପ୍ରଥମ ଏସ୍‌ଏମ୍‌ଏସ୍‌ ପଠାଇଥିଲେ। ବର୍ତ୍ତମାନ ଟେଲିକମ୍‌ କମ୍ପାନୀ ଭୋଡାଫୋନ ଏହି ଏସ୍‌ଏମ୍‌ଏସ୍‌ ନିଲାମ କରିବାକୁ ଯାଉଛି। ଏହି ଏସ୍‌ଏମ୍‌ଏସ୍‌ର ଡିଜିଟାଲ କପି ପ୍ୟାରିସରେ ନିଲାମ ହେବ। ୨୧ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ଆଗଟସ ଓକ୍ସନ ହାଉସରେ ଏହି ନିଲାମ ହେବ।

ଟେଲିକମ କମ୍ପାନୀ ଭୋଡାଫୋନରେ ନିଲ ପାପଓ୍ବର୍ଥ ଡେଭଲପର୍‌ ଏବଂ ଟେଷ୍ଟ ଇଞ୍ଜିନିୟର ଥିଲେ। ଏହି ସମୟର ସେ କମ୍ପ୍ୟୁଟରରୁ ତାଙ୍କ ସହକର୍ମୀ ରିଚାର୍ଡ ଜାର୍‌ଭିକ୍ସଙ୍କ ନିକଟକୁ ଏହି ଏସ୍‌ଏମ୍‌ଏସ୍‌ ପଠାଇଥିଲେ। ୧୯୯୨ରେ ରିଚାର୍ଡ କମ୍ପାନୀର ନିର୍ଦ୍ଦେଶକ ଥିଲେ। ପାପଓ୍ବର୍ଥ ୯୦୧ ହ୍ୟାଣ୍ଡସେଟରେ ରିଚାର୍ଡଙ୍କ ନିକଟକୁ ଏହି ଏସ୍‌ଏମ୍‌ଏସ୍‌ ପଠାଇଥିଲେ।

୨୦୧୭ ମସିହାରେ ଏକ ଇଭେଣ୍ଟ ସମୟରେ ନିଲ୍‌ ପାପଓ୍ବର୍ଥ ଏହା ବିଷୟରେ କହିଥିଲେ, ଯେତେବେଳେ ସେ ଏହି ଏସ୍‌ଏମ୍‌ଏସ୍‌ ପଠାଇଲେ। ସେତେବେଳେ ସେ ଏତେ ପ୍ରସିଦ୍ଧ ହେବେ ବୋଲି ଭାବି ନ ଥିଲେ। ସେ ପିଲାମାନଙ୍କୁ ସୂଚନା ଦେଇଥିଲେ ଯେ ସେ ଦୁନିଆର ପ୍ରଥମ ଏସଏମଏସ ପଠାଇଛନ୍ତି।

ଭୋଡାଫୋନ ଏସ୍‌ଏମ୍‌ଏସ୍‌ ନିଲାମର ଟଙ୍କା କ’ଣ ହେବ ସେ ସମ୍ବନ୍ଧରେ ସୂଚନା ଦେଇଛି। କମ୍ପାନୀ ତରଫରୁ କୁହାଯାଇଛି ଯେ, ନିଲାମରୁ ଯେକୌଣସି ଅର୍ଥ UNHCR-UN ଶରଣାର୍ଥୀ ଏଜେନ୍ସିକୁ ଦିଆଯିବ। ୧୯୯୫ ପର୍ଯ୍ୟନ୍ତ, ହାରାହାରି, କେବଳ 0.4 ପ୍ରତିଶତ ଲୋକ ପ୍ରତି ମାସରେ ଏସ୍‌ଏମ୍‌ଏସ୍‌ ପଠାଉଥିଲେ।

ବର୍ତ୍ତମାନ ବି ଲୋକମାନେ ଅଧିକାଂଶ କଥା ଏସ୍‌ଏମ୍‌ଏସ୍‌ରେ ମାଧ୍ୟମରେ କରୁଛନ୍ତି। କାରଣ ଏହି ଧାଁ ଧଉଡ଼ ଜୀବନ ମଧ୍ୟରେ କାହା ପାଖରେ କଥା ହେବାକୁ ସମୟ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନା ଖୋଲିଲା ହର୍ମୁଜ, ନା ହେଲା କୌଣସି ଚୁକ୍ତି… ଏହାପରେ ବି କାହିଁକି ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛନ୍ତି ଟ୍ରମ୍ପ୍‌? ଜାଣନ୍ତୁ କ’ଣ ରହିଛି ଏହାର ବଡ଼ କାରଣ

ଓ୍ବାଶିଂଟନ,୧।୪: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଏକ ନୂତନ ମୋଡ଼ ନେଇଛି। ଇରାନ ସହିତ ଯୁଦ୍ଧ ଏବେ ଯେକୌଣସି ମୁହୂର୍ତ୍ତରେ ଶେଷ ହୋଇପାରେ। ଆମେରିକା ମଧ୍ୟ…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

ବଡ଼ ଦୁର୍ଘଟଣା, ସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୨୯ ମୃତ

ମସ୍କୋ,୧।୪: ରୁଷିଆରେ ଏକ ବଡ଼ ବିମାନ ଦୁର୍ଘଟଣାର ରିପୋର୍ଟ ସାମ୍ନାକୁ ଆସିଛି। ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଉଦ୍ଧୃତ କରି, ସମ୍ବାଦ ସଂସ୍ଥା TASS ବୁଧବାର ରିପୋର୍ଟ କରିଛି…

ବଦଳିଛି ମାନଚିତ୍ର, ବାଟବଣା ବିକାଶ ପଥ: ଜିଲା ଗଠନକୁ ପୂରିଲା ୩୩ବର୍ଷ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଗଠନକୁ ୩୩ବର୍ଷ ପୂରିଛି। ନୂତନ ଜିଲା ମନ୍ୟତା ପାଇବା ପରେ ୧୯୯୩ ଅପ୍ରେଲ ୧ ତାରିଖ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ବର୍ଗତ…

ଆଜି ସମଲେଶ୍ବରୀଙ୍କ ମହାସ୍ନାନ: ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶ୍ବରୀଙ୍କ ବୁଧବାର ମହାସ୍ନାନ ହୋଇଛି। ଏହି କ୍ରମରେ ଶୀତଳଧାରା ଅର୍ପଣ ପୂର୍ବକ ପ୍ରାତଃ ୪ଟା ୫୧ମିନିଟରୁ ଭକ୍ତମାନଙ୍କ ଦ୍ୱାରା…

ବଢ଼ିଲା ଗ୍ୟାସ୍‌ ଦର: ଜାଣନ୍ତୁ କେତେ ହେଲା ସିଲିଣ୍ଡର

ନୂଆଦିଲ୍ଲୀ,୧।୪:କମର୍ସିଆଲ LPG ଦର ବଢ଼ାଇଛନ୍ତି କେନ୍ଦ୍ର ସରକାର। କମର୍ସିଆଲ LPG ସିଲିଣ୍ଡର ପିଛା ଦର ୧୯୫ ଟଙ୍କା ୫୦ ପଇସା ବୃଦ୍ଧି ହୋଇଛି। ନୂଆଦିଲ୍ଲୀରେ ୧୯ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri