Posted inଫୁରସତ

ଏତିକି ଟଙ୍କାରେ ବିକ୍ରି ହେବ ବିଶ୍ୱର ପ୍ରଥମ ଏସ୍‌ଏମ୍‌ଏସ୍‌, ଏଥିରେ ଲେଖାଥିଲା…

ଦୁନିଆର ପ୍ରଥମ ଟେକ୍ସଟ୍‌ ଏସ୍‌ଏମ୍‌ଏସ୍‌ ନିଲାମ ପାଇଁ ପ୍ରସ୍ତୁତି ଚାଲିଛି। ୧୯୯୨ରେ ଭୋଡାଫୋନ୍‌ କର୍ମଚାରୀଙ୍କ ଦ୍ୱାରା ପ୍ରଥମ ଏସ୍‌ଏମ୍‌ଏସ୍‌ ବା ବାର୍ତ୍ତା ପଠାଯାଇଥିଲା। କର୍ମଚାରୀ ଜଣକ ତାଙ୍କ ସହକର୍ମୀଙ୍କ ନିକଟକୁ ଏହି ଏସ୍‌ଏମ୍‌ଏସ୍‌ ପଠାଇଥିଲେ। ଏଥିରେ ମେରୀ ଖ୍ରୀଷ୍ଟମାସ ଲେଖିଥିଲେ। ବର୍ତ୍ତମାନ ଏହି ଏସ୍‌ଏମ୍‌ଏସ ୧ କୋଟି ୭୧ ଲକ୍ଷ ଟଙ୍କାରେ ନିଲାମ ହେବ।

ଏକ ଅନୁଯାୟୀ, ବ୍ରିଟିଶ ପ୍ରୋଗ୍ରାମର ନୀଲ ପାପଓ୍ବର୍ଥ ୨୯ ବର୍ଷ ପୂର୍ବେ ଡିସେମ୍ବର ୩ ୧୯୯୨ରେ ବିଶ୍ୱର ପ୍ରଥମ ଏସ୍‌ଏମ୍‌ଏସ୍‌ ପଠାଇଥିଲେ। ବର୍ତ୍ତମାନ ଟେଲିକମ୍‌ କମ୍ପାନୀ ଭୋଡାଫୋନ ଏହି ଏସ୍‌ଏମ୍‌ଏସ୍‌ ନିଲାମ କରିବାକୁ ଯାଉଛି। ଏହି ଏସ୍‌ଏମ୍‌ଏସ୍‌ର ଡିଜିଟାଲ କପି ପ୍ୟାରିସରେ ନିଲାମ ହେବ। ୨୧ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ଆଗଟସ ଓକ୍ସନ ହାଉସରେ ଏହି ନିଲାମ ହେବ।

ଟେଲିକମ କମ୍ପାନୀ ଭୋଡାଫୋନରେ ନିଲ ପାପଓ୍ବର୍ଥ ଡେଭଲପର୍‌ ଏବଂ ଟେଷ୍ଟ ଇଞ୍ଜିନିୟର ଥିଲେ। ଏହି ସମୟର ସେ କମ୍ପ୍ୟୁଟରରୁ ତାଙ୍କ ସହକର୍ମୀ ରିଚାର୍ଡ ଜାର୍‌ଭିକ୍ସଙ୍କ ନିକଟକୁ ଏହି ଏସ୍‌ଏମ୍‌ଏସ୍‌ ପଠାଇଥିଲେ। ୧୯୯୨ରେ ରିଚାର୍ଡ କମ୍ପାନୀର ନିର୍ଦ୍ଦେଶକ ଥିଲେ। ପାପଓ୍ବର୍ଥ ୯୦୧ ହ୍ୟାଣ୍ଡସେଟରେ ରିଚାର୍ଡଙ୍କ ନିକଟକୁ ଏହି ଏସ୍‌ଏମ୍‌ଏସ୍‌ ପଠାଇଥିଲେ।

୨୦୧୭ ମସିହାରେ ଏକ ଇଭେଣ୍ଟ ସମୟରେ ନିଲ୍‌ ପାପଓ୍ବର୍ଥ ଏହା ବିଷୟରେ କହିଥିଲେ, ଯେତେବେଳେ ସେ ଏହି ଏସ୍‌ଏମ୍‌ଏସ୍‌ ପଠାଇଲେ। ସେତେବେଳେ ସେ ଏତେ ପ୍ରସିଦ୍ଧ ହେବେ ବୋଲି ଭାବି ନ ଥିଲେ। ସେ ପିଲାମାନଙ୍କୁ ସୂଚନା ଦେଇଥିଲେ ଯେ ସେ ଦୁନିଆର ପ୍ରଥମ ଏସଏମଏସ ପଠାଇଛନ୍ତି।

ଭୋଡାଫୋନ ଏସ୍‌ଏମ୍‌ଏସ୍‌ ନିଲାମର ଟଙ୍କା କ’ଣ ହେବ ସେ ସମ୍ବନ୍ଧରେ ସୂଚନା ଦେଇଛି। କମ୍ପାନୀ ତରଫରୁ କୁହାଯାଇଛି ଯେ, ନିଲାମରୁ ଯେକୌଣସି ଅର୍ଥ UNHCR-UN ଶରଣାର୍ଥୀ ଏଜେନ୍ସିକୁ ଦିଆଯିବ। ୧୯୯୫ ପର୍ଯ୍ୟନ୍ତ, ହାରାହାରି, କେବଳ 0.4 ପ୍ରତିଶତ ଲୋକ ପ୍ରତି ମାସରେ ଏସ୍‌ଏମ୍‌ଏସ୍‌ ପଠାଉଥିଲେ।

ବର୍ତ୍ତମାନ ବି ଲୋକମାନେ ଅଧିକାଂଶ କଥା ଏସ୍‌ଏମ୍‌ଏସ୍‌ରେ ମାଧ୍ୟମରେ କରୁଛନ୍ତି। କାରଣ ଏହି ଧାଁ ଧଉଡ଼ ଜୀବନ ମଧ୍ୟରେ କାହା ପାଖରେ କଥା ହେବାକୁ ସମୟ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri