ବିଶ୍ୱ ଜନସଂଖ୍ୟା ୮୦୦ କୋଟି ଟପିଲା

ଓ୍ବାଶିଂଟନ,୧୧ା୧୧: ବିଶ୍ୱ ଜନସଂଖ୍ୟା ୮୦୦ କୋଟି ଅତିକ୍ରମ କରିଥିବା ଆମେରିକାର ସେନ୍‌ସସ୍‌ ବ୍ୟୁରୋ ଆକଳନ କରିଛି। ଜନ୍ମହାର କମିଥିଲେ ମଧ୍ୟ ଲୋକଙ୍କ ଆୟୁଷ ବଢ଼ିଥିବାରୁ ଜନସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇ ଚାଲିଛି। ଗତ ସେପ୍ଟେମ୍ବର ୨୬ରେ ଜନସଂଖ୍ୟା ୮୦୦ କୋଟି ଅତିକ୍ରମ କରିଥିଲା। ଅନ୍ୟପକ୍ଷରେ ୨୦୨୨ ନଭେମ୍ବର ୨୨ରେ ବିଶ୍ୱ ଜନସଂଖ୍ୟା ୮୦୦ କୋଟି ଟପିଥିବା ଜାତିସଂଘ ପୂର୍ବରୁ ଆକଳନ କରିବା ସହ ଉକ୍ତ ଦିନକୁ ‘ଡେ ଅଫ୍‌ ୮ ବିଲିୟନ’ ଭାବେ ଘୋଷଣା କରିଥିଲା। ବିଭିନ୍ନ ଦେଶରେ ଜନଗଣନା ତରିକା ଅଲଗା ହୋଇଥିବାରୁ ଓ କେତେକ ଦେଶ ଗଣନା କରୁ ନ ଥିବାରୁ ଦୁଇଟି ଆକଳନ ମଧ୍ୟରେ ପାର୍ଥକ୍ୟ ରହୁଛି। କେତେକ ଦେଶରେ ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ଲାଗି ଆବଶ୍ୟକ ବ୍ୟବସ୍ଥା ନାହିଁ। ଭାରତ ଓ ନାଇଜେରିଆ ଭଳି ଜନବହୁଳ ରାଷ୍ଟ୍ର ଏକ ଦଶନ୍ଧିରୁ ଅଧିକ ଦିନ ହେଲା ଜନଗଣନା କରିନାହାନ୍ତି। ପୂର୍ବରୁ ଯେଉଁ ହାରରେ ଜନସଂଖ୍ୟା ବଢ଼ୁଥିଲା, ୧୯୬୦ରୁ ୨୦୦୦ ବେଳକୁ ଏହା ଦୁଇଗୁଣ ହୋଇଯିବ ବୋଲି ଅନୁମାନ କରାଯାଉଥିଲା। ଏକବିଂଶ ଶତାବ୍ଦୀ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ଜନସଂଖ୍ୟା ୬୦୦ କୋଟିରୁ ବଢ଼ି ୮୦୦ କୋଟିରେ ପହଞ୍ଚତ୍ଛି, ଅର୍ଥାତ୍‌ ବୃଦ୍ଧି ହାର ପୂର୍ବାପେକ୍ଷା ହ୍ରାସ ହୋଇଛି। ୧୯୬୦ରୁ ୨୦୦୦ ମଧ୍ୟରେ ସଂଖ୍ୟା ଦୁଇଗୁଣ ହୋଇଥିଲା। ବର୍ତ୍ତମାନ ବୃଦ୍ଧିର ମୁଖ୍ୟ କାରଣ ହେଲା ଲୋକମାନେ ଅଧିକ ବର୍ଷ ପର୍ଯ୍ୟନ୍ତ ବଞ୍ଚୁଛନ୍ତି। ବର୍ତ୍ତମାନ ବୈଶ୍ୱିକ ମଧ୍ୟମ ବୟସ ୩୨ ରହିଛି। ଏହି ଧାରା ଜାରି ରହିଲେ ୨୦୬୦ ବେଳକୁ ମଧ୍ୟମ ବୟସ ୩୯ରେ ପହଞ୍ଚତ୍ବ ବୋଲି ଆଶା କରାଯାଉଛି। କାନାଡା ଭଳି ଦେଶରେ ବୟସ୍କଙ୍କ ମୃତ୍ୟୁସଂଖ୍ୟା ହ୍ରାସ ପାଇଥିବାବେଳେ ନାଇଜେରିଆ ଭଳି ଦେଶରେ ୫ ବର୍ଷରୁ କମ୍‌ ବୟସର ଶିଶୁଙ୍କ ମୃତ୍ୟୁହାର ଯଥେଷ୍ଟ କମିଛି। ଅଧିକାଂଶ ଦେଶରେ ମହିଳାମାନଙ୍କ ସନ୍ତାନ ଜନ୍ମ ହାର ଯଥେଷ୍ଟ ହ୍ରାସ ପାଇଛି। ଜନସଂଖ୍ୟା ସ୍ଥିର ରଖିବାକୁ ହେଲେ ହାରାହାରି ଜନ୍ମହାର ଅନୂ୍ୟନ ୨.୧ ରହିବା ଆବଶ୍ୟକ ବୋଲି ଜନସଂଖ୍ୟା ବିଶେଷଜ୍ଞମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

‘ମୋର ବିଜୟ କି ଲାଭ ଯଦି ଲଦାଖ ହାରିଯାଏ?’ ଜେଲରୁ ମୁକୁଳିବା ପରେ ମୁହଁ ଖୋଲିଲେ ସୋନମ ୱାଙ୍ଗଚୁକ

ୱାଶିଂଟନ,୧୭।୩: ପ୍ରାୟ ୧୭୦ ଦିନ କାରାଗାରରେ ବିତାଇବା ପରେ ଶନିବାର ଜେଲରୁ ମୁକୁଳିଛନ୍ତି ଲଦାଖର ବିଶିଷ୍ଟ ଶିକ୍ଷାବିତ୍ ତଥା ପରିବେଶ କର୍ମୀ ସୋନମ ୱାଙ୍ଗଚୁକ। କେନ୍ଦ୍ର ସରକାର…

ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ, ଇରାନ କଲା ବଡ଼ ଘୋଷଣା

ତେହରାନ,୧୭।୩: ଇରାନ ପାକିସ୍ତାନର ବାଣିଜି୍ୟକ ତୈଳ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ପାକିସ୍ତାନ ନ୍ୟାସନାଲ ସିପିଂ…

ଇସ୍ରାଏଲ ଚାପରେ ଇରାନ ସହ ଯୁଦ୍ଧ ଆରମ୍ଭ କରିଛି ଆମେରିକା: ଇସ୍ତଫା ଦେଲେ ଟ୍ରମ୍ପଙ୍କ…

ୱାଶିଂଟନ,୧୭।୩: ଆମେରିକା ପ୍ରଶାସନରେ ଏକ ବଡ଼ ଧରଣର ବିଭ୍ରାଟ ଦେଖାଦେଇଛି। ଇରାନ ସହ ଚାଲିଥିବା ଯୁଦ୍ଧକୁ ବିରୋଧ କରି ଡୋନାଲ୍ଡ ଟ୍ରମ୍ପଙ୍କ ନ୍ୟାସନାଲ କାଉଣ୍ଟର ଟେରରିଜମ ସେଣ୍ଟର…

୧୧ଟି ଜିଲାରେ ୨୩ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ; ସୃଷ୍ଟି ହେବ ୧୦ ହଜାରରୁ ଅଧିକ ନିଯୁକ୍ତି

ଭୁବନେଶ୍ୱର,୧୭।୩: ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କୁ ଜୋରଦାର ଝଟ୍‌କା, ବଡ଼ ଘୋଷଣା କରି ବିଶ୍ୱରେ ପକାଇଲେ ଚହଳ

ଓ଼୍ବାଶିଂଟନ,୧୭।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ପ୍ରଶାସନକୁ ଏକ ବଡ଼ ଝଟକା ଲାଗିଛି। ଆମେରିକାର ଜାତୀୟ ଆତଙ୍କବାଦ ବିରୋଧୀ କେନ୍ଦ୍ରର ନିର୍ଦ୍ଦେଶକ ଜୋ…

PSL 2026: ହାଇଦ୍ରାବାଦ ଅଧିନାୟକ ହେଲେ ମାର୍ନସ ଲାବୁସେନ, ଚମକାଇଲା ନିଷ୍ପତ୍ତି

କରାଚୀ,୧୭।୩: ଅଷ୍ଟ୍ରେଲିଆର ଷ୍ଟାର୍‌ ବ୍ୟାଟର ମାର୍ନସ ଲାବୁସେନ ପ୍ରଥମ ଥର ପାଇଁ ପାକିସ୍ତାନ ସୁପର ଲିଗ (PSL) ଖେଳିବାକୁ ଯାଉଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ପଦାର୍ପଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri