ବିଶ୍ୱକପ ବିଜେତା ଅଧିନାୟକ ନେଲେ ପ୍ରଥମ ଡୋଜ ଟିକା

ନୂଆଦିଲ୍ଲୀ,୩।୨: ବିଶ୍ୱକପ ବିଜେତା ଅଧିନାୟକ ତଥା ପୂର୍ବତନ ଭାରତ ଅଲ୍‌ରାଉଣ୍ଡର କପିଲ ଦେବ ବୁଧବାର କରୋନା ଟିକା ନେଇଛନ୍ତି। କପିଲ ହୃଦରୋଗ ନିର୍ଦ୍ଦେଶକ ଡକ୍ଟର ଅତୁଲ ମାଥୁର୍‌ଙ୍କ ତତ୍ତ୍ୱାବଧାନରେ ଦିଲ୍ଲୀର ଫୋର୍ଟିସ ହସ୍ପିଟାଲ ହାର୍ଟ ଇନ୍‌ଷ୍ଟିଚ୍ୟୁଟରେ ଟିକା ନେଇଥିଲେ। ଗତ ବର୍ଷ କିମ୍ବଦନ୍ତୀ କ୍ରିକେଟର ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଅକ୍ଟୋବର ୨୩ରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ପରେ ସେ ଆଞ୍ଜିଓପ୍ଲାଷ୍ଟି କରିଥିଲେ। କପିଲ ଭାରତ ପାଇଁ ୧୩୧ ଟେଷ୍ଟ ଏବଂ ୨୨୫ ଦିନିକିଆ ମ୍ୟାଚ ଖେଳିଛନ୍ତି। ଖେଳର ଲମ୍ବା ଫର୍ମାଟରେ ଅଲ୍‌ରାଉଣ୍ଡର ୫୨୪୮ ରନ୍‌ ସଂଗ୍ରହ କରି ୪୩୪ ଉଇକେଟ ନେଇଥିଲେ। ତାଙ୍କ ନେତୃତ୍ୱରେ ଫାଇନାଲରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ୧୯୮୩ ବିଶ୍ୱକପ ଜିତିଥିଲା।

Share