ବିଶ୍ୱ ଆଉ ଏକ ଯୁଦ୍ଧ କରିପାରିବ ନାହିଁ ବରଦାସ୍ତ:ଜାତିସଂଘ ମହାସଚିବ

ନ୍ୟୁୟର୍କ,୧୪।୪: ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ ଇରାନର ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣରେ ଲାଗି ରହିଥିବା ଉତ୍ତେଜନାକୁ ଗୁରୁତର ଭାବେ ନିନ୍ଦା କରିଛନ୍ତି। ଏହାସହ ସେ ଚେତାବନୀ ଦେଇଛନ୍ତି, ଏହି ଅଞ୍ଚଳ କିମ୍ବା ବିଶ୍ୱ ଆଉ ଏକ ଯୁଦ୍ଧ ବରଦାସ୍ତ କରିପାରିବ ନାହିଁ। ଜାତିସଂଘ ମୁଖ୍ୟ ସମସ୍ତ ଦଳକୁ ଅନୁରୋଧ କରିଛନ୍ତି, ପଶ୍ଚିମ ଏସିଆର ଏକାଧିକ ଫ୍ରଣ୍ଟରେ ପ୍ରମୁଖ ସାମରିକ ବିବାଦ ସୃଷ୍ଟି କରିପାରେ।
ଇରାନ ଦ୍ୱାରା ଇସ୍ରାଏଲ ଉପରେ ହୋଇଥିବା ବଡ଼ ଧରଣର ଆକ୍ରମଣ ଯୋଗୁ ଉତ୍ତେଜନାମୂଳକ ପରିସ୍ଥିତିକୁ ନେଇ ମୁଁ ତୀବ୍ର ନିନ୍ଦା କରୁଛି। ଶତ୍ରୁତାକୁ ତୁରନ୍ତ ସମାପ୍ତ କରିବାକୁ ମୁଁ ଆହ୍ବନ କରୁଛି ଗୁଟେରସ କହିଛନ୍ତି।
ସେ କହିଛନ୍ତି ଯେ ସମଗ୍ର ଅଞ୍ଚଳରେ ଉତ୍ତେଜନା ବ୍ୟାପିବା ଏବଂ ଏହାର ପ୍ରକୃତ ବିପଦକୁ ନେଇ ସେ ଗଭୀର ଚିନ୍ତିତ। ମୁଁ ବାରମ୍ବାର ଜୋର ଦେଇଛି ଯେ ଏହି ଅଞ୍ଚଳ କିମ୍ବା ବିଶ୍ୱ ଅନ୍ୟ ଏକ ଯୁଦ୍ଧର ବରଦାସ୍ତ କରିପାରିବ ନାହିଁ।

Share