ଘରୋଇ କମ୍ପାନୀକୁ କେନ୍ଦୁପତ୍ର ବିକ୍ରି କରିବା ବିରୋଧ କରି ଦାବିପତ୍ର ଦେଲେ କର୍ମଚାରୀ

କୋକସରା,୧୦।୪(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁ କେନ୍ଦୁପତ୍ର ଫରେଷ୍ଟ ଡିଭିଜନ ଅନ୍ତର୍ଭୁକ୍ତ ବିଜମରା ସେକ୍ସନ ଅଧୀନରେ କାର୍ଯ୍ୟ କରୁଥିବା ମୁନସି, ଚେକର, ଚପରାଶି ଓ କେନ୍ଦୁପତ୍ର ତୋଳାଳୀମାନେ ସୋମବାର କୋକସରା ବ୍ଲକ ଉପାଧ୍ୟକ୍ଷଙ୍କୁ ଏକ ଦାବିପତ୍ର ଦେଇଛନ୍ତି । ବିଗତ କିଛି ବର୍ଷ ହେବ ଘରୋଇ କମ୍ପାନୀମାନେ ବିଭିନ୍ନ ଗ୍ରାମରେ ଗ୍ରାମସଭା କରି ସ୍ଥାନୀୟ କେନ୍ଦୁପତ୍ର ତୋଳାଳୀଙ୍କୁ ଅଧିକ ଅର୍ଥ ଦେଇ ଗ୍ରାମସଭା ମାଧ୍ୟମରେ ବେଆଇନ ଭାବେ କେନ୍ଦୁପତ୍ର କିଣୁଛନ୍ତି। ଯାହା ଦ୍ୱାରା ବିଭିନ୍ନ କେନ୍ଦୁପତ୍ର ଫଡ଼ିରେ ୧୯୭୩ ମସିହାରୁ ନିୟୋଜିତ ମୁନସି, ଚେକର, ଚପରାଶିଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି। ଗତ ୨୦୨୦/୨୧/୨୨/୨୩ଠାରୁ ରାଜ୍ୟ ବାହାରର ବିଭିନ୍ନ ଘରୋଇ କମ୍ପାନୀମାନେ ସାହାଜଖୋଲ ଜଙ୍ଗଲ ଅଞ୍ଚଳରେ ଥିବା କେନ୍ଦୁପତ୍ର ସଂଗ୍ରହ ଗ୍ରାମରେ ସ୍ଥାନୀୟ କିଛି ନେତାଙ୍କୁ ଧରି ଗ୍ରାମସଭା କରି ବେସରକାରୀ ଭାବେ କେନ୍ଦୁପତ୍ର କ୍ରୟ କରି ଆସୁଛନ୍ତି। ଫଳରେ ବିଜମରା କେନ୍ଦୁପତ୍ର ସେକ୍ସନ ଅଧୀନରେ ଥିବା ବିଭିନ୍ନ ଫଡ଼ିରେ ନିୟୋଜିତ କର୍ମଚାରୀମାନେ ଜୀବିକା ହରାଇଛନ୍ତି। ଘରୋଇ କମ୍ପାନୀମାନେ ଗ୍ରାମସଭା କରି କେନ୍ଦୁପତ୍ର ତୋଳାଳୀଙ୍କୁ ପ୍ରଲୋଭିତ କରିଛନ୍ତି ହେଲେ ସରକାରୀ ଭାବେ ତୋଳାଳୀଙ୍କୁ ଯେଉଁ ସୁବିଧା ସୁଯୋଗ ମିଳିବ ତାହା ଦେଉନାହାନ୍ତି। ସରକାରୀ ନିୟମ ଅନୁଯାୟୀ ତୋଳାଳୀଙ୍କୁ ଚପଲ ପାଣି ବୋତଲ, ଅଖା ବସ୍ତା, ବୋନସ, ସ୍ବାସ୍ଥ୍ୟ ବୀମା, ପିଲାଙ୍କ ପାଇଁ ପାଠ୍ୟ ଉପକରଣ, ବିବାହ ଖର୍ଚ୍ଚ ଆଦି ଶ୍ରମିକ କଲ୍ୟାଣ ସାହାଯ୍ୟ ଯୋଗାଇ ଦେଉଛନ୍ତି, ତେବେ ଘରୋଇ କମ୍ପାନୀ କେରି ପିଛା କିଛି ଅଧିକ ଟଙ୍କା ଦେଇ ତୋଳାଳୀଙ୍କୁ ଅନ୍ୟ କୌଣସି ସହାୟତା ଦେଉ ନାହାନ୍ତି ବୋଲି ଅଭିଯୋଗ ହୋଇଛି। ସୋମବାର ବିଜମରା କେନ୍ଦୁପତ୍ର ସେକ୍ସନର ବିଭିନ୍ନ ଫଡ଼ିରେ କାର୍ଯ୍ୟରତ କର୍ମଚାରୀମାନେ କୋକସରା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ ଓ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କୁ ଭେଟି ଏହି ଦାବିପତ୍ର ଦେବା ସହ ଘରୋଇ କମ୍ପାନୀ କେନ୍ଦୁପତ୍ର କ୍ରୟ ଉପରେ କଟକଣା ଲଗାଇବାକୁ ଅନୁରୋଧ କରିଛନ୍ତି। ଏହି ସମୟରେ କର୍ମଚାରୀ ପ୍ରଦୀପ ପାୟା ସିଂ, କ୍ଷୀରୋଦ କଣ୍ଠ, ଯୁଧିଷ୍ଠିର ମାଝୀ, ବଦ୍ରୀ ପ୍ରସାଦ ଭୋଇ, ମନୋଜ କୁମାର ନାଏକ, ତ୍ରିନାଥ ପାତ୍ର, ରୂପଧର ଚଣ୍ଡି, ବିଶେଶ୍ୱର ମାଝୀ, ଟଙ୍କଧର ମାଝୀ, ବନ ବିହାରୀ ନାଏକ, ବଳଦେବ ବାଗ, ପ୍ରଫୁଲ ନାଏକ, ନିତ୍ୟାନନ୍ଦ ନାଏକ ଓ ସତ୍ୟବାନ ନାଏକ ପ୍ରମୁଖ ମୁନସି, ଚେକର, ଚପରାଶି ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

ANM ସ୍ତ୍ରୀଙ୍କୁ ମାରି ନିଆଁ ଲଗାଇବା ବେଳେ ନିଜେ ଜଳିଯାଇଥିଲେ, ଅର୍ଦ୍ଧଦଗ୍ଧ ସ୍ବାମୀରବି ହେଲା ମୃତ୍ୟୁ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମୃତ୍ୟୁ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri