ପାଣିଟାଙ୍କି ଉପରେ ଚଢ଼ି ଆତ୍ମହତ୍ୟା ଧମକ ଦେଲେ ଶ୍ରମିକ, ଭାଇରାଲ ହେଉଛି ଭିଡିଓ…

କର୍ଲାମୁଣ୍ଡା,୨୭ା୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ର ଗଜବାହାଲ ପଞ୍ଚାୟତ କଅଁସିଲ ଗାଁରେ ନିର୍ମାଣାଧୀନ ପାଣିଟାଙ୍କି ଉପରେ ଚଢ଼ି ଜଣେ ଶ୍ରମିକ ଆତ୍ମହତ୍ୟା ଉଦ୍ୟମ କରୁଥିବା ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି । ଯୁବକ ଜଣକ ନବରଙ୍ଗପୁର ଜିଲାର କୁମାରଗୁଡ଼ା ଗାଁର ମହେଶ(୨୮)। ତେବେ ଉକ୍ତ ପାଣି ଟାଙ୍କି ର୍ନିମାଣ କରିବାକୁ ଆସି ଏଭଳି କାଣ୍ଡ ଭିଆଇଛି। ପାଣି ଟାଙ୍କି ଉପରେ ଚଢ଼ି ଆଉ ତଳକୁ ଓହ୍ଲାଉ ନ ଥିବା ବେଳେ ସହକର୍ମୀ ଶ୍ରମିକ ଓ ଗ୍ରାମବାସୀ ସ୍ଥାନୀୟ ରିଶିଡ଼ା ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ଉଦ୍ଧାର କରିବାକୁ ଓ ତଳକୁ ଆଣିବାକୁ ପ୍ରୟାସ କରିଥଲେ ବି ବିଫଳ ହୋଇଛନ୍ତି। ଯୁବକ ଜଣକ ହାତରେ ଗୋଟେ ଛୋଟ ବାଡ଼ି ଧରିଛନ୍ତି। ଟାଙ୍କି ଉପରୁ ତଳକୁ ଆସୁନାହାନ୍ତି। ଉଦ୍ଧାରକାରୀ ଦଳ ନାକେଦମ୍‌ ହୋଇପଡ଼ଛନ୍ତି।