ବିଶ୍ୱ ବ୍ରହ୍ମାଣ୍ଡର ବିସ୍ମୟ କୃଷ୍ଣ ଗର୍ତ୍ତ

‘ମତେ ମୃତ୍ୟୁକୁ ଜମା ଭୟ ଲାଗେ ନାହିଁ କିମ୍ବା ମୁଁ ଏତେ ଶୀଘ୍ର ମରିବାକୁ ଚାହେଁ ନାହିଁ। କାରଣ ମୁଁ ମରିବା ପୂର୍ବରୁ ମୋ ଜୀବନରେ ବହୁତ କିଛି କରିବାର ଅଛି।’ ଏ ଉକ୍ତିଟି ମହାନ ବୈଜ୍ଞାନିକ ଷ୍ଟିଫେନ୍‌ ହକିଂସ୍‌ଙ୍କ ଜୀବନ କାହାଣୀ, ଯାହାଙ୍କ ଶରୀରରେ ଅଙ୍ଗପ୍ରତ୍ୟଙ୍ଗ କାମ କରୁ ନ ଥିଲା, ସେ ଚାଲି ପାରୁ ନ ଥିଲେ କି କଥା କହିପାରୁ ନ ଥିଲେ, କୌଣସି କାମ ବି କରିପାରୁ ନ ଥିଲେ। ସେ କିନ୍ତୁ ବଞ୍ଚତ୍ବାକୁ ଚାହୁଁଥିଲେ। ଷ୍ଟିଫେନ୍‌ ହକିଂସ୍‌ କହୁଥିଲେ ଯେ ‘ମୃତ୍ୟୁ ଅନିବାର୍ଯ୍ୟ’। ଏହା ସମସ୍ତଙ୍କ ଜୀବନରେ ଆସିବ। ଜନ୍ମ ହେଇଛୁ ମାନେ ଦିନେ ନା ଦିନେ ମରଣ ଆସିବ, କିନ୍ତୁ ଜନ୍ମଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ କେଉଁଭଳି ଭାବରେ ବଞ୍ଚତ୍ବାକୁ ଚାହୁଁ ତାହା ନିଜ ଉପରେ ନିର୍ଭର କରେ। ଜୀବନର ଗତିପଥ ଯେତେ ବି କଠିନ ହେଉ ନା କାହିଁକି ଆମ୍ଭେମାନେ କିଛି ନା କିଛି କରିପାରିବା। ଏହି ମହାନ ପଦାର୍ଥ ବିଜ୍ଞାନୀଙ୍କର ଜନ୍ମ ୮ ଜାନୁୟାରୀ ୧୯୪୨ ମସିହା ଇଂଲଣ୍ଡର ଅକ୍ସଫୋର୍ଡ ସହରରେ। ଯେତେବେଳେ ଏହି ମହାନ ବୈଜ୍ଞାନିକ ଧରାପୃଷ୍ଠରେ ଅବତରଣ କରିଥିଲେ, ଠିକ୍‌ ସେହି ସମୟରେ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ଚାଲିଥାଏ। ହକିଂସ୍‌ଙ୍କର ମାତାପିତା ଲଣ୍ଡନର ହାଏଗେଟ୍‌ ସହରରେ ରହୁଥିଲେ, ଯେଉଁଠାରେ କି ସଦାବେଳେ ଗୋଳାବାରୁଦ ବର୍ଷଣ ହେଉଥିଲା। ସେଥିପାଇଁ ସେମାନେ ଅକ୍ସଫୋର୍ଡ ଚାଲିଗଲେ ପୁତ୍ରର ଜନ୍ମ ପାଇଁ। ଛୋଟବେଳରୁ ହକିଂସ୍‌ ବହୁତ ବୁଦ୍ଧିମାନ ଥିଲେ। ସେ ଏତେ ଜ୍ଞାନକୌଶଳ ଓ ବୁଦ୍ଧିରେ ନିପୁଣ ଥିଲେ ଯେ ତାଙ୍କୁ ସମସ୍ତେ ଆଇନ୍‌ଷ୍ଟାଇନ୍‌ ବୋଲି କହୁଥିଲେ। ସେ ଅଙ୍କରେ ବହୁତ ତେଜସ୍ବୀ ଥିଲେ। ସେ ପୁରୁଣା ଯନ୍ତ୍ରପାତିର ଉପକରଣକୁ ବ୍ୟବହାର କରି କମ୍ପ୍ୟୁଟର ତିଆରି କରି ଦେଇଥିଲେ। ମାତ୍ର ୧୭ ବର୍ଷ ବୟସରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଲେ।
ଦିନକର କଥା। ଷ୍ଟିଫେନ୍‌ ହକିଂସ୍‌ ଛୁଟି କାଟିବା ପାଇଁ ଘରକୁ ଆସିଥିଲେ। ସେ ଘର ଶିଡ଼ିରେ ଚଢ଼ୁଥିବା ସମୟରେ ହଠାତ୍‌ ତଳକୁ ଖସିପଡ଼ି ବେହୋସ ହୋଇଗଲେ। ଏମିତି ତାଙ୍କର ଶରୀରରେ ଅନେକ ପ୍ରତିକୂଳ ପରିସ୍ଥିତି ଦେଖାଗଲା। ତାଙ୍କ ପିତା ସାଧାରଣ ଭାବି ଏତେ ଧ୍ୟାନ ଦେଲେ ନାହିଁ। ବାରମ୍ବାର ଏପରି ହେବା ଦେଖି ତାଙ୍କୁ ପରୀକ୍ଷା କରାଇଲେ। ପରୀକ୍ଷାରୁ ଜଣାପଡ଼ିଲା ଯେ ତାଙ୍କୁ କେବେ ଠିକ୍‌ ନ ହେବା ବେମାରି ଗ୍ରାସ କରିଛି, ଯାହାର ନାମ ମୋଟର ନ୍ୟୁରାନ୍‌ ଡିଜିଜ୍‌ (ଏଏଲ୍‌ଏସ୍‌)। ଏହି ବେମାରିରେ ମାଂସପେଶୀକୁ ନିୟନ୍ତ୍ରଣ କରିବା ସ୍ନାୟୁୁଗୁଡ଼ିକ ଧୀରେ ଧୀରେ କାମ କରିବାକୁ ବନ୍ଦ କରିଦିଅନ୍ତି। ଯେଉଁଥିପାଇଁ ଶରୀରର ସବୁ ଅଙ୍ଗ କାମ କରିବା ପାଇଁ ବନ୍ଦ କରିଦିଅନ୍ତି। ସେ ଆଉ କେବେ ବି ଠିକ୍‌ ହେବେ ନାହିଁ ବୋଲି ଡାକ୍ତର କହିଦେଲେ। ତା’ପରେ ହକିଂସ୍‌ ତାଙ୍କର ପୂରା ଜୀବନ ବିଜ୍ଞାନ ପ୍ରତି ସମର୍ପଣ କରିଦେଲେ। ଆଉ ଧୀରେ ଧୀରେ ତାଙ୍କର ଖ୍ୟାତି ସାରା ବିଶ୍ୱରେ ପ୍ରତିଫଳିତ ହେବାକୁ ଲାଗିଲା। ତାଙ୍କ ବେମାରିକୁ ଭଗବାନଙ୍କର ବରଦାନ ରୂପରେ ଧରିନେଲେ। ତାଙ୍କ ଶରୀରର ବାମପାର୍ଶ୍ୱର ସବୁ ଅଙ୍ଗ କାମ କରିବା ବନ୍ଦ କରିଦେଲା। ଶେଷରେ ସେ ଚକଲଗା ଚୌକିର ସାହାଯ୍ୟ ଲୋଡ଼ିଲେ। ତାଙ୍କର ଚୌକି ସାଧାରଣ ଚୌକି ନ ଥିଲା। ତାହାକୁ କମ୍ପ୍ୟୁଟର ସହିତ ସଂଯୋଗ କରି ତିଆରି କରାଯାଇଥିଲା, ଯେଉଁଟା କି ତାଙ୍କ ମୁଣ୍ଡ ଆଖିର ଗତି ଓ ଏହାର କମ୍ପନରୁ ଜାଣି ହେଉଥିଲା ଯେ ସେ କ’ଣ କହୁଛନ୍ତିି। କିନ୍ତୁ ଏହି ବେମାରିର ଗୋଟିଏ ଭଲ ଗୁଣ ଥିଲା ଯେ ତାଙ୍କର ମସ୍ତିଷ୍କ ଉପରେ କୌଣସି ପ୍ରକାର ଆଘାତ ପକାଇ ପାରିଲା ନାହିଁ, ଯଦିଓ ଶରୀର ଉପରେ ଏହାର ଗୁରୁତର ପ୍ରଭାବ ପଡ଼ିଥିଲା।
କୃଷ୍ଣଗର୍ତ୍ତ ଗବେଷଣା ସହିତ ଷ୍ଟିଫେନ୍‌ ହକିଂସ୍‌ ଭଲଭାବରେ ଜଡ଼ିତ। ଷ୍ଟିଫେନ୍‌ ହକିଂସ୍‌ ଯେମିତି ଏକ ବିସ୍ମୟ ବ୍ୟକ୍ତିତ୍ୱ, ସେମିତି ପ୍ରକୃତିର ଅନ୍ୟତମ ବିସ୍ମୟ ହେଉଛି କୃଷ୍ଣଗର୍ତ୍ତ। ଆମେ କୃଷ୍ଣଗର୍ତ୍ତ ଭିତରକୁ ଯାଇ ପାରିବା ନାହିଁ। ଯଦି ଭୁଲ୍‌ରେ କେହି ଭିତରକୁ ପ୍ରବେଶ କରେ, ତେବେ ସେହିଠାରୁ ଆଉ ଫେରି ଆସି ପାରିବ ନାହିଁ। କୃଷ୍ଣଗର୍ତ୍ତ ଭିତରେ କ’ଣ ରହିଛି, ଜାଣିବା ପାଇଁ ଦୁନିଆର ବୈଜ୍ଞାନିକମାନେ ଲାଗିପଡ଼ିଛନ୍ତି। କୃଷ୍ଣଗର୍ତ୍ତ ସତରେ ବିସ୍ମୟ। ଏହା ଆମ ଆଖି ସାମ୍ନାରେ ଅଛି ଆଉ ନାହିଁ ମଧ୍ୟ। ଡ. ଷ୍ଟିଫେନ୍‌ ହକିଂସ୍‌ ତାଙ୍କର ଜ୍ଞାନ ଆଉ ତର୍କ ମାଧ୍ୟମରେ ଜାଣିପାରିଲେ ଯେ କୃଷ୍ଣଗର୍ତ୍ତ ଭିତରେ କ’ଣ ଚାଲିଛି ଏବଂ କୃଷ୍ଣଗର୍ତ୍ତ କାମ କେମିତି କରୁଛି। କୃଷ୍ଣଗର୍ତ୍ତ ଭିତରେ ଏକ ଅଞ୍ଚଳ ଅଛି, ଯାହାର ନାମ ଇଭେଣ୍ଟ ହୋରାଇଜେନ୍‌। କହିବାକୁ ଗଲେ ଏହା କୃଷ୍ଣଗର୍ତ୍ତର ସୀମା ଅଟେ। ଯେ ପର୍ଯ୍ୟନ୍ତ ଆମେ ସେହି ସୀମାର ବାହାର ପାର୍ଶ୍ୱରେ ଅଛୁ, ନିଜକୁ ସୁରକ୍ଷିତ ମନେକରିବୁ। ଯଦି ଆମେ ଏହି ଇଭେଣ୍ଟ ହୋରାଇଜେନ୍‌ ସୀମାକୁ ପାର କରିଯିବା, ତାହେଲେ ଆମେ ଆଉ କେବେ ଆମ ଦୁନିଆକୁ ଫେରିପାରିବା ନାହିିଁ। ବିଶିଷ୍ଟ ବୈଜ୍ଞାନିକ ହକିଂସ୍‌ ସେହି ଇଭେଣ୍ଟ ହୋରାଇଜେନ୍‌ ଉପରେ ଗବେଷଣା କରିଥିଲେ। ଏହି ଅଞ୍ଚଳ କୃଷ୍ଣଗର୍ତ୍ତର ଏକ ହଲୋଗ୍ରାମ ପରି କାମ କରିଥାଏ।
କୃଷ୍ଣଗର୍ତ୍ତରେ କ’ଣ କ’ଣ ଘଟଣା ଚାଲିଛି, ସେସବୁ ସେହି ଇଭେଣ୍ଟ ହୋରାଇଜେନ୍‌ରେ ଲୁଚି ରହିଛି। ଏହି ସୂଚନା ପାଇବାକୁ ଆମର କଳ୍ପନା ବାହାରେ, କିନ୍ତୁ ତାହା ସିଦ୍ଧ କରି ଦେଇଛନ୍ତି ଏହି ଜିନିୟସ ବୈଜ୍ଞାନକ ହକିଂସ୍‌। ଏହାକୁ ନେଇ ସେ ଏକ ସୂତ୍ର ପ୍ରତିପାଦନ କରିଥିଲେ। ସେ ଏମିତି ଏକ ସୂତ୍ର୍ର (E=mc2) ବାହାର କଲେ ଯାହା ସାହାଯ୍ୟରେ ଆମେ କୃଷ୍ଣଗର୍ତ୍ତର ଶକ୍ତିକୁ ଜାଣିପାରିବା। କୃଷ୍ଣଗର୍ତ୍ତର କ୍ଷେତ୍ରଫଳ ଜାଣିପାରିବା। ଆମେ କୃଷ୍ଣଗର୍ତ୍ତର ଶକ୍ତି ଜାଣିଲା ପରେ ସେଠାକାର ବହୁତ କିଛି ଜାଣିପାରିବା। ବସ୍ତୁତ୍ୱ ଓ ଶକ୍ତିର ସମ୍ପର୍କ ବିଷୟରେ ଆମେ ଜାଣିଛୁ। ବସ୍ତୁତ୍ୱ ହେଉଛି ଶକ୍ତିର ଏକ ରୂପ। ଏଥିରୁ ସମୁଦାୟ ବସ୍ତୁତ୍ୱ ଜଣାପଡ଼େ। କୃଷ୍ଣଗର୍ତ୍ତର ଶକ୍ତି ଜାଣିଲା ପରେ ଭିିତର ପଦାର୍ଥ ବିଷୟରେ ଜାଣିହେବ। ଏଇଟା ବି ଜଣାପଡ଼ିଯାଏ ଯେ କୌଣସି ବସ୍ତୁ କୃଷ୍ଣଗର୍ତ୍ତ ଭିତରକୁ ପ୍ରବେଶ କଲେ ତାହାର ଶକ୍ତି ବଢ଼ିଯାଏ ଏବଂ ଇଭେଣ୍ଟ ହୋରାଇଜେନ୍‌ର ବ୍ୟାସାର୍ଦ୍ଧ ବି ସାଙ୍ଗରେ ବଢ଼େ। ପ୍ରଥମ କରି ଏହି ସୂତ୍ରକୁ ପ୍ରୟୋଗ କରି କୃଷ୍ଣଗର୍ତ୍ତ ଭିତରେ କ’ଣ ଚାଲୁଅଛି ଆମେ ଜାଣିପାରିବା। ତତ୍‌ ସଙ୍ଗେ ସଙ୍ଗେ ଷ୍ଟିଫେନ୍‌ ହକିଂସ୍‌ ତାଙ୍କ ନାମ ଅନୁସାରେ ହକିଂସ୍‌-ବିକିରଣ ବିଷୟରେ ସୂଚନା ପ୍ରଦାନ କରିଥିଲେ। ପଦାର୍ଥ ବିଜ୍ଞାନରେ ଏଭଳି ଏକ ସିଦ୍ଧାନ୍ତ ପ୍ରଚଳନ କରିବା ପାଇଁ ଆଇନଷ୍ଟାଇନଙ୍କର ଆପେକ୍ଷିକ ତତ୍ତ୍ୱ ଓ କ୍ୱାଣ୍ଟମ୍‌ ମେକାନିସ୍ପ୍‌କୁ ସମତୁଲ କରିବାକୁ ଉଦ୍ୟମ କରି ପୂର୍ବରୁ କୌଣସି ବୈଜ୍ଞାନିକ ସଫଳ ହୋଇ ନ ଥିଲେ। କିନ୍ତୁ ଏହାକୁ ଜଣେ ବୈଜ୍ଞାନିକ ସମତୁଲ କରିଥିଲେ। ସେ ହେଉଛନ୍ତି ହକିଂସ୍‌। ସେ ପ୍ରଥମ କରି ପ୍ରୟୋଗ କଲେ। କୃଷ୍ଣଗର୍ତ୍ତ ଭିତରୁ ବାହାରକୁ ଏକ ପ୍ରକାର ବିିକିରଣ ବାହାରୁଛି। ସେହି ବିକିରଣକୁ କହିଲେ ହକିଂସ୍‌-ବିକିରଣ। ଏହି ବିକିରଣ ଭବିଷ୍ୟବାଣୀ ଦିଏ ଯେ, ଯଦି କୃଷ୍ଣଗର୍ତ୍ତ ଅନବରତ ଭାବରେ ବିକିରଣ ପ୍ରଦାନ କରେ, ତେବେ ତାହାର ଶକ୍ତି କମି କମିଯିବ। କୃଷ୍ଣଗର୍ତ୍ତ ଶକ୍ତି ନଷ୍ଟ ନହେଲେ ସଦାବେଳେ ଇଭେଣ୍ଟ ହୋରାଇଜେନ୍‌ର କ୍ଷେତ୍ରଫଳ ସମାନ ରହିଥାଏ। ଯଦି ଶକ୍ତି ବାହାରି ବିକିରଣ କରେ, ତାହେଲେ ଇଭେଣ୍ଟ ହୋରାଇଜେନ୍‌ ଧୀରେ ଧୀରେ ଛୋଟ ହୋଇଯିବ। ସେଥିରେ ସବୁ ସମୟରେ ବସ୍ତୁତ୍ୱକୁ ବାହାର କରିଦେବ। ଯଦି କୃଷ୍ଣଗର୍ତ୍ତ ଭିତରେ କିଛି ବି ଜିନିଷ ନ ଯିବ, ତେବେ ଧୀରେ ଧୀରେ କୃଷ୍ଣଗର୍ତ୍ତର ଅବସ୍ଥିତିରେ ପରିବର୍ତ୍ତନ ହେବାକୁ ଲାଗିବ। ଶେଷରେ କୃଷ୍ଣଗର୍ତ୍ତ ଶୂନ୍ୟରେ ଉଭେଇଯିବ। ଏହି ପଦ୍ଧତିରେ ହକିଂସ୍‌ ବିକିରଣ ଆଉ ସେ ପ୍ରଥମେ ଦେଇଥିବା ଶକ୍ତିର ପ୍ରଥମ ସୂତ୍ରକୁ ପ୍ରୟୋଗ କରି କୃଷ୍ଣଗର୍ତ୍ତ ବି ଡିସକଭର କରିଥିଲେ। (କ୍ରମଶଃ..)

ଭୀଷ୍ମଦେବ ବାଗ
-ଅଧ୍ୟାପକ, ପଦାର୍ଥ ବିଜ୍ଞାନ ବିଭାଗ, ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଗୁରୁଣ୍ଡିଆ, ସୁନ୍ଦରଗଡ଼
ମୋ: ୯୪୩୯୫୮୫୫୮୯


Enter your email to get our daily news in your inbox.

All Right Reserved By Dharitri.Com

ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବନ୍ଦ

ହାଟଡିହୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡା): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ପୋଲ…

ଜନ୍ତରମନ୍ତରରେ ପୁଣି ପୋଲିସ-ପ୍ରଦର୍ଶନକାରୀ ମୁହାଁମୁହିଁ, ପଥର ମାଡ଼ ପରେ ଲାଠିଚାର୍ଜ

ନୂଆଦିଲ୍ଲୀ,୨୨।୭: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା CJP ପ୍ରତିବାଦ ମଧ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି । ପ୍ରଦର୍ଶନକାରୀ ଏବଂ ଦିଲ୍ଲୀ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି…

ରାଜ୍ୟ ରାଜନୀତିରେ ହଲଚଲ୍! କ୍ୟାପିଟାଲ୍‌ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ, ଏହି ଦିନ ହେବ ହାଜର

ଭୁବନେଶ୍ବର,୨୨।୭: CMOରୁ ଫାଇଲ୍‌ ଗାୟବ ମାମଲାରେ ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ କରାଯାଇଛି । ପୂର୍ବତନ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନଙ୍କୁ ଆସନ୍ତା ୨୫ ତାରିଖ ଦିନ ୧୧ଟା…

ହଠାତ୍‌ ପ୍ରେସ୍‌ କନ୍‌ଫରେନ୍ସ କଲେ ନଡ୍ଡା: ଛାତ୍ରମାନଙ୍କ ଆନ୍ଦୋଳନରେ ରାହୁଲ ରାଜନୈତିକ ରୁଟି ସେକୁଛନ୍ତି କହି ବର୍ଷିଲେ, ସବୁର ଜବାବ…

ନୂଆଦିଲ୍ଲୀ,୨୨।୭: ପ୍ରଶ୍ନପତ୍ର ଲିକ୍‌ ମାମଲାରେ ରାଜନୈତିକ ଘମାସାନ ଜାରି ରହିଥିବା ବେଳେ ବୁଧବାର କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଏକ ଖବରଦାତା ସମ୍ମିଳନୀରେ କରି ବିରୋଧୀଙ୍କୁ କଡ଼ା ଜବାବ…

ବିଦ୍ରୋହ ମଧ୍ୟରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ, ‘୨୯ ଜୁଲାଇ ସମସ୍ତଙ୍କ ପାଇଁ….’

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀମାନଙ୍କ ଏକ ସମ୍ମିଳନୀରେ ବୁଧବାର ଦିନ ଉଦବୋଧନ ଦେଇଥିଲେ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,…

ଜଣେ ମନ୍ତ୍ରୀ ଇସ୍ତଫା ଦେଇଦେଲେ ସରକାର ଭୁଶୁଡ଼ି ପଡ଼େ ନାହିଁ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଏମିତି ଅପିଲ୍‌ କଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ NEET ପ୍ରଶ୍ନପତ୍ର ଲିକ୍‌ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ନେଇ ଜାରି ରହିଥିବା ଆନ୍ଦୋଳନ ମଧ୍ୟରେ ପ୍ରସିଦ୍ଧ ସମାଜସେବୀ ଅନ୍ନା…

ହସ୍ପିଟାଲରୁ ପ୍ରଥମ Video ଜାରିକଲେ ସୋନମ ୱାଙ୍ଗଚୁକ୍, ସରକାରଙ୍କୁ କହିଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ ହେବା ପରେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ତାଙ୍କର ପ୍ରଥମ ଭିଡିଓ ବାର୍ତ୍ତା ଜାରି କରିଛନ୍ତି…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri