ବିଶ୍ୱ ବ୍ରହ୍ମାଣ୍ଡର ବିସ୍ମୟ କୃଷ୍ଣ ଗର୍ତ୍ତ

‘ମତେ ମୃତ୍ୟୁକୁ ଜମା ଭୟ ଲାଗେ ନାହିଁ କିମ୍ବା ମୁଁ ଏତେ ଶୀଘ୍ର ମରିବାକୁ ଚାହେଁ ନାହିଁ। କାରଣ ମୁଁ ମରିବା ପୂର୍ବରୁ ମୋ ଜୀବନରେ ବହୁତ କିଛି କରିବାର ଅଛି।’ ଏ ଉକ୍ତିଟି ମହାନ ବୈଜ୍ଞାନିକ ଷ୍ଟିଫେନ୍‌ ହକିଂସ୍‌ଙ୍କ ଜୀବନ କାହାଣୀ, ଯାହାଙ୍କ ଶରୀରରେ ଅଙ୍ଗପ୍ରତ୍ୟଙ୍ଗ କାମ କରୁ ନ ଥିଲା, ସେ ଚାଲି ପାରୁ ନ ଥିଲେ କି କଥା କହିପାରୁ ନ ଥିଲେ, କୌଣସି କାମ ବି କରିପାରୁ ନ ଥିଲେ। ସେ କିନ୍ତୁ ବଞ୍ଚତ୍ବାକୁ ଚାହୁଁଥିଲେ। ଷ୍ଟିଫେନ୍‌ ହକିଂସ୍‌ କହୁଥିଲେ ଯେ ‘ମୃତ୍ୟୁ ଅନିବାର୍ଯ୍ୟ’। ଏହା ସମସ୍ତଙ୍କ ଜୀବନରେ ଆସିବ। ଜନ୍ମ ହେଇଛୁ ମାନେ ଦିନେ ନା ଦିନେ ମରଣ ଆସିବ, କିନ୍ତୁ ଜନ୍ମଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ କେଉଁଭଳି ଭାବରେ ବଞ୍ଚତ୍ବାକୁ ଚାହୁଁ ତାହା ନିଜ ଉପରେ ନିର୍ଭର କରେ। ଜୀବନର ଗତିପଥ ଯେତେ ବି କଠିନ ହେଉ ନା କାହିଁକି ଆମ୍ଭେମାନେ କିଛି ନା କିଛି କରିପାରିବା। ଏହି ମହାନ ପଦାର୍ଥ ବିଜ୍ଞାନୀଙ୍କର ଜନ୍ମ ୮ ଜାନୁୟାରୀ ୧୯୪୨ ମସିହା ଇଂଲଣ୍ଡର ଅକ୍ସଫୋର୍ଡ ସହରରେ। ଯେତେବେଳେ ଏହି ମହାନ ବୈଜ୍ଞାନିକ ଧରାପୃଷ୍ଠରେ ଅବତରଣ କରିଥିଲେ, ଠିକ୍‌ ସେହି ସମୟରେ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ଚାଲିଥାଏ। ହକିଂସ୍‌ଙ୍କର ମାତାପିତା ଲଣ୍ଡନର ହାଏଗେଟ୍‌ ସହରରେ ରହୁଥିଲେ, ଯେଉଁଠାରେ କି ସଦାବେଳେ ଗୋଳାବାରୁଦ ବର୍ଷଣ ହେଉଥିଲା। ସେଥିପାଇଁ ସେମାନେ ଅକ୍ସଫୋର୍ଡ ଚାଲିଗଲେ ପୁତ୍ରର ଜନ୍ମ ପାଇଁ। ଛୋଟବେଳରୁ ହକିଂସ୍‌ ବହୁତ ବୁଦ୍ଧିମାନ ଥିଲେ। ସେ ଏତେ ଜ୍ଞାନକୌଶଳ ଓ ବୁଦ୍ଧିରେ ନିପୁଣ ଥିଲେ ଯେ ତାଙ୍କୁ ସମସ୍ତେ ଆଇନ୍‌ଷ୍ଟାଇନ୍‌ ବୋଲି କହୁଥିଲେ। ସେ ଅଙ୍କରେ ବହୁତ ତେଜସ୍ବୀ ଥିଲେ। ସେ ପୁରୁଣା ଯନ୍ତ୍ରପାତିର ଉପକରଣକୁ ବ୍ୟବହାର କରି କମ୍ପ୍ୟୁଟର ତିଆରି କରି ଦେଇଥିଲେ। ମାତ୍ର ୧୭ ବର୍ଷ ବୟସରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଲେ।
ଦିନକର କଥା। ଷ୍ଟିଫେନ୍‌ ହକିଂସ୍‌ ଛୁଟି କାଟିବା ପାଇଁ ଘରକୁ ଆସିଥିଲେ। ସେ ଘର ଶିଡ଼ିରେ ଚଢ଼ୁଥିବା ସମୟରେ ହଠାତ୍‌ ତଳକୁ ଖସିପଡ଼ି ବେହୋସ ହୋଇଗଲେ। ଏମିତି ତାଙ୍କର ଶରୀରରେ ଅନେକ ପ୍ରତିକୂଳ ପରିସ୍ଥିତି ଦେଖାଗଲା। ତାଙ୍କ ପିତା ସାଧାରଣ ଭାବି ଏତେ ଧ୍ୟାନ ଦେଲେ ନାହିଁ। ବାରମ୍ବାର ଏପରି ହେବା ଦେଖି ତାଙ୍କୁ ପରୀକ୍ଷା କରାଇଲେ। ପରୀକ୍ଷାରୁ ଜଣାପଡ଼ିଲା ଯେ ତାଙ୍କୁ କେବେ ଠିକ୍‌ ନ ହେବା ବେମାରି ଗ୍ରାସ କରିଛି, ଯାହାର ନାମ ମୋଟର ନ୍ୟୁରାନ୍‌ ଡିଜିଜ୍‌ (ଏଏଲ୍‌ଏସ୍‌)। ଏହି ବେମାରିରେ ମାଂସପେଶୀକୁ ନିୟନ୍ତ୍ରଣ କରିବା ସ୍ନାୟୁୁଗୁଡ଼ିକ ଧୀରେ ଧୀରେ କାମ କରିବାକୁ ବନ୍ଦ କରିଦିଅନ୍ତି। ଯେଉଁଥିପାଇଁ ଶରୀରର ସବୁ ଅଙ୍ଗ କାମ କରିବା ପାଇଁ ବନ୍ଦ କରିଦିଅନ୍ତି। ସେ ଆଉ କେବେ ବି ଠିକ୍‌ ହେବେ ନାହିଁ ବୋଲି ଡାକ୍ତର କହିଦେଲେ। ତା’ପରେ ହକିଂସ୍‌ ତାଙ୍କର ପୂରା ଜୀବନ ବିଜ୍ଞାନ ପ୍ରତି ସମର୍ପଣ କରିଦେଲେ। ଆଉ ଧୀରେ ଧୀରେ ତାଙ୍କର ଖ୍ୟାତି ସାରା ବିଶ୍ୱରେ ପ୍ରତିଫଳିତ ହେବାକୁ ଲାଗିଲା। ତାଙ୍କ ବେମାରିକୁ ଭଗବାନଙ୍କର ବରଦାନ ରୂପରେ ଧରିନେଲେ। ତାଙ୍କ ଶରୀରର ବାମପାର୍ଶ୍ୱର ସବୁ ଅଙ୍ଗ କାମ କରିବା ବନ୍ଦ କରିଦେଲା। ଶେଷରେ ସେ ଚକଲଗା ଚୌକିର ସାହାଯ୍ୟ ଲୋଡ଼ିଲେ। ତାଙ୍କର ଚୌକି ସାଧାରଣ ଚୌକି ନ ଥିଲା। ତାହାକୁ କମ୍ପ୍ୟୁଟର ସହିତ ସଂଯୋଗ କରି ତିଆରି କରାଯାଇଥିଲା, ଯେଉଁଟା କି ତାଙ୍କ ମୁଣ୍ଡ ଆଖିର ଗତି ଓ ଏହାର କମ୍ପନରୁ ଜାଣି ହେଉଥିଲା ଯେ ସେ କ’ଣ କହୁଛନ୍ତିି। କିନ୍ତୁ ଏହି ବେମାରିର ଗୋଟିଏ ଭଲ ଗୁଣ ଥିଲା ଯେ ତାଙ୍କର ମସ୍ତିଷ୍କ ଉପରେ କୌଣସି ପ୍ରକାର ଆଘାତ ପକାଇ ପାରିଲା ନାହିଁ, ଯଦିଓ ଶରୀର ଉପରେ ଏହାର ଗୁରୁତର ପ୍ରଭାବ ପଡ଼ିଥିଲା।
କୃଷ୍ଣଗର୍ତ୍ତ ଗବେଷଣା ସହିତ ଷ୍ଟିଫେନ୍‌ ହକିଂସ୍‌ ଭଲଭାବରେ ଜଡ଼ିତ। ଷ୍ଟିଫେନ୍‌ ହକିଂସ୍‌ ଯେମିତି ଏକ ବିସ୍ମୟ ବ୍ୟକ୍ତିତ୍ୱ, ସେମିତି ପ୍ରକୃତିର ଅନ୍ୟତମ ବିସ୍ମୟ ହେଉଛି କୃଷ୍ଣଗର୍ତ୍ତ। ଆମେ କୃଷ୍ଣଗର୍ତ୍ତ ଭିତରକୁ ଯାଇ ପାରିବା ନାହିଁ। ଯଦି ଭୁଲ୍‌ରେ କେହି ଭିତରକୁ ପ୍ରବେଶ କରେ, ତେବେ ସେହିଠାରୁ ଆଉ ଫେରି ଆସି ପାରିବ ନାହିଁ। କୃଷ୍ଣଗର୍ତ୍ତ ଭିତରେ କ’ଣ ରହିଛି, ଜାଣିବା ପାଇଁ ଦୁନିଆର ବୈଜ୍ଞାନିକମାନେ ଲାଗିପଡ଼ିଛନ୍ତି। କୃଷ୍ଣଗର୍ତ୍ତ ସତରେ ବିସ୍ମୟ। ଏହା ଆମ ଆଖି ସାମ୍ନାରେ ଅଛି ଆଉ ନାହିଁ ମଧ୍ୟ। ଡ. ଷ୍ଟିଫେନ୍‌ ହକିଂସ୍‌ ତାଙ୍କର ଜ୍ଞାନ ଆଉ ତର୍କ ମାଧ୍ୟମରେ ଜାଣିପାରିଲେ ଯେ କୃଷ୍ଣଗର୍ତ୍ତ ଭିତରେ କ’ଣ ଚାଲିଛି ଏବଂ କୃଷ୍ଣଗର୍ତ୍ତ କାମ କେମିତି କରୁଛି। କୃଷ୍ଣଗର୍ତ୍ତ ଭିତରେ ଏକ ଅଞ୍ଚଳ ଅଛି, ଯାହାର ନାମ ଇଭେଣ୍ଟ ହୋରାଇଜେନ୍‌। କହିବାକୁ ଗଲେ ଏହା କୃଷ୍ଣଗର୍ତ୍ତର ସୀମା ଅଟେ। ଯେ ପର୍ଯ୍ୟନ୍ତ ଆମେ ସେହି ସୀମାର ବାହାର ପାର୍ଶ୍ୱରେ ଅଛୁ, ନିଜକୁ ସୁରକ୍ଷିତ ମନେକରିବୁ। ଯଦି ଆମେ ଏହି ଇଭେଣ୍ଟ ହୋରାଇଜେନ୍‌ ସୀମାକୁ ପାର କରିଯିବା, ତାହେଲେ ଆମେ ଆଉ କେବେ ଆମ ଦୁନିଆକୁ ଫେରିପାରିବା ନାହିିଁ। ବିଶିଷ୍ଟ ବୈଜ୍ଞାନିକ ହକିଂସ୍‌ ସେହି ଇଭେଣ୍ଟ ହୋରାଇଜେନ୍‌ ଉପରେ ଗବେଷଣା କରିଥିଲେ। ଏହି ଅଞ୍ଚଳ କୃଷ୍ଣଗର୍ତ୍ତର ଏକ ହଲୋଗ୍ରାମ ପରି କାମ କରିଥାଏ।
କୃଷ୍ଣଗର୍ତ୍ତରେ କ’ଣ କ’ଣ ଘଟଣା ଚାଲିଛି, ସେସବୁ ସେହି ଇଭେଣ୍ଟ ହୋରାଇଜେନ୍‌ରେ ଲୁଚି ରହିଛି। ଏହି ସୂଚନା ପାଇବାକୁ ଆମର କଳ୍ପନା ବାହାରେ, କିନ୍ତୁ ତାହା ସିଦ୍ଧ କରି ଦେଇଛନ୍ତି ଏହି ଜିନିୟସ ବୈଜ୍ଞାନକ ହକିଂସ୍‌। ଏହାକୁ ନେଇ ସେ ଏକ ସୂତ୍ର ପ୍ରତିପାଦନ କରିଥିଲେ। ସେ ଏମିତି ଏକ ସୂତ୍ର୍ର (E=mc2) ବାହାର କଲେ ଯାହା ସାହାଯ୍ୟରେ ଆମେ କୃଷ୍ଣଗର୍ତ୍ତର ଶକ୍ତିକୁ ଜାଣିପାରିବା। କୃଷ୍ଣଗର୍ତ୍ତର କ୍ଷେତ୍ରଫଳ ଜାଣିପାରିବା। ଆମେ କୃଷ୍ଣଗର୍ତ୍ତର ଶକ୍ତି ଜାଣିଲା ପରେ ସେଠାକାର ବହୁତ କିଛି ଜାଣିପାରିବା। ବସ୍ତୁତ୍ୱ ଓ ଶକ୍ତିର ସମ୍ପର୍କ ବିଷୟରେ ଆମେ ଜାଣିଛୁ। ବସ୍ତୁତ୍ୱ ହେଉଛି ଶକ୍ତିର ଏକ ରୂପ। ଏଥିରୁ ସମୁଦାୟ ବସ୍ତୁତ୍ୱ ଜଣାପଡ଼େ। କୃଷ୍ଣଗର୍ତ୍ତର ଶକ୍ତି ଜାଣିଲା ପରେ ଭିିତର ପଦାର୍ଥ ବିଷୟରେ ଜାଣିହେବ। ଏଇଟା ବି ଜଣାପଡ଼ିଯାଏ ଯେ କୌଣସି ବସ୍ତୁ କୃଷ୍ଣଗର୍ତ୍ତ ଭିତରକୁ ପ୍ରବେଶ କଲେ ତାହାର ଶକ୍ତି ବଢ଼ିଯାଏ ଏବଂ ଇଭେଣ୍ଟ ହୋରାଇଜେନ୍‌ର ବ୍ୟାସାର୍ଦ୍ଧ ବି ସାଙ୍ଗରେ ବଢ଼େ। ପ୍ରଥମ କରି ଏହି ସୂତ୍ରକୁ ପ୍ରୟୋଗ କରି କୃଷ୍ଣଗର୍ତ୍ତ ଭିତରେ କ’ଣ ଚାଲୁଅଛି ଆମେ ଜାଣିପାରିବା। ତତ୍‌ ସଙ୍ଗେ ସଙ୍ଗେ ଷ୍ଟିଫେନ୍‌ ହକିଂସ୍‌ ତାଙ୍କ ନାମ ଅନୁସାରେ ହକିଂସ୍‌-ବିକିରଣ ବିଷୟରେ ସୂଚନା ପ୍ରଦାନ କରିଥିଲେ। ପଦାର୍ଥ ବିଜ୍ଞାନରେ ଏଭଳି ଏକ ସିଦ୍ଧାନ୍ତ ପ୍ରଚଳନ କରିବା ପାଇଁ ଆଇନଷ୍ଟାଇନଙ୍କର ଆପେକ୍ଷିକ ତତ୍ତ୍ୱ ଓ କ୍ୱାଣ୍ଟମ୍‌ ମେକାନିସ୍ପ୍‌କୁ ସମତୁଲ କରିବାକୁ ଉଦ୍ୟମ କରି ପୂର୍ବରୁ କୌଣସି ବୈଜ୍ଞାନିକ ସଫଳ ହୋଇ ନ ଥିଲେ। କିନ୍ତୁ ଏହାକୁ ଜଣେ ବୈଜ୍ଞାନିକ ସମତୁଲ କରିଥିଲେ। ସେ ହେଉଛନ୍ତି ହକିଂସ୍‌। ସେ ପ୍ରଥମ କରି ପ୍ରୟୋଗ କଲେ। କୃଷ୍ଣଗର୍ତ୍ତ ଭିତରୁ ବାହାରକୁ ଏକ ପ୍ରକାର ବିିକିରଣ ବାହାରୁଛି। ସେହି ବିକିରଣକୁ କହିଲେ ହକିଂସ୍‌-ବିକିରଣ। ଏହି ବିକିରଣ ଭବିଷ୍ୟବାଣୀ ଦିଏ ଯେ, ଯଦି କୃଷ୍ଣଗର୍ତ୍ତ ଅନବରତ ଭାବରେ ବିକିରଣ ପ୍ରଦାନ କରେ, ତେବେ ତାହାର ଶକ୍ତି କମି କମିଯିବ। କୃଷ୍ଣଗର୍ତ୍ତ ଶକ୍ତି ନଷ୍ଟ ନହେଲେ ସଦାବେଳେ ଇଭେଣ୍ଟ ହୋରାଇଜେନ୍‌ର କ୍ଷେତ୍ରଫଳ ସମାନ ରହିଥାଏ। ଯଦି ଶକ୍ତି ବାହାରି ବିକିରଣ କରେ, ତାହେଲେ ଇଭେଣ୍ଟ ହୋରାଇଜେନ୍‌ ଧୀରେ ଧୀରେ ଛୋଟ ହୋଇଯିବ। ସେଥିରେ ସବୁ ସମୟରେ ବସ୍ତୁତ୍ୱକୁ ବାହାର କରିଦେବ। ଯଦି କୃଷ୍ଣଗର୍ତ୍ତ ଭିତରେ କିଛି ବି ଜିନିଷ ନ ଯିବ, ତେବେ ଧୀରେ ଧୀରେ କୃଷ୍ଣଗର୍ତ୍ତର ଅବସ୍ଥିତିରେ ପରିବର୍ତ୍ତନ ହେବାକୁ ଲାଗିବ। ଶେଷରେ କୃଷ୍ଣଗର୍ତ୍ତ ଶୂନ୍ୟରେ ଉଭେଇଯିବ। ଏହି ପଦ୍ଧତିରେ ହକିଂସ୍‌ ବିକିରଣ ଆଉ ସେ ପ୍ରଥମେ ଦେଇଥିବା ଶକ୍ତିର ପ୍ରଥମ ସୂତ୍ରକୁ ପ୍ରୟୋଗ କରି କୃଷ୍ଣଗର୍ତ୍ତ ବି ଡିସକଭର କରିଥିଲେ। (କ୍ରମଶଃ..)

ଭୀଷ୍ମଦେବ ବାଗ
-ଅଧ୍ୟାପକ, ପଦାର୍ଥ ବିଜ୍ଞାନ ବିଭାଗ, ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଗୁରୁଣ୍ଡିଆ, ସୁନ୍ଦରଗଡ଼
ମୋ: ୯୪୩୯୫୮୫୫୮୯


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍କରେ ସାରିଦେଲେ

ଭୁବନେଶ୍ୱର, ୧୫।୨(ସୁନିତ୍‌ ମିଶ୍ର): ୨୦୨୪ ନିର୍ୱାଚନ ପରଠାରୁ ଅନେକ ବିଷୟକୁ ନେଇ ନାନା ପ୍ରକାର ରାଜନୈତିକ ଚର୍ଚ୍ଚା ଜାରି ରହିଛି। ବିଜେଡିର ଭବିଷ୍ୟତ କ’ଣ ହେବ, ବିରୋଧୀ…

ଲମ୍ୱା ଯୁଦ୍ଧ ପାଇଁ ଆମେରିକାର ସଜବାଜ

ଓ୍ୱାଶିଂଟନ୍‌,୧୫ା୨: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ଫେଲ୍‌ ମାରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଗତ ସପ୍ତାହରେ ଓମାନ ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା…

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri