ମହିଳା ଭେଣ୍ଡିଂ ଜୋନ୍‌ ଆଶା ମଉଳିଲା

ଭୁବନେଶ୍ୱର,୬।୧୨(ବ୍ୟୁରୋ):ବକେୟା ବିଲ୍‌ ପାଉ ନ ଥିବାରୁ ଠିକା ସଂସ୍ଥାଗୁଡ଼ିକ ମନଇଚ୍ଛା କାମ କରୁଛନ୍ତି। ଫଳରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ବହୁ ପ୍ରକଳ୍ପ ଆଗେଇ ପାରୁନାହିଁ। ଏପରିକି କିଛି ପ୍ରକଳ୍ପ ଆରମ୍ଭରୁ ତ ଆଉ କିଛି ଅଧାରୁ ବନ୍ଦ ହୋଇ ରହିଛି, ଯାହାକୁ ନେଇ ଅନେକ ସମୟରେ ବିଏମ୍‌ସି ସମାଲୋଚନାର ଶିକାର ହେଉଛି। ତେବେ ଏପରି ପ୍ରକଳ୍ପ ମଧ୍ୟରେ ମହିଳା ଭେଣ୍ଡିଂ ଜୋନ୍‌ ରହିଛି। ୨୦୨୩ ମାର୍ଚ୍ଚ ୮ ମହିଳା ଦିବସରେ ମହିଳାଙ୍କୁ ସ୍ବତନ୍ତ୍ର ଭେଣ୍ଡିଂ ଜୋନ୍‌ ପ୍ରଦାନ ପାଇଁ ବିଏମ୍‌ସି ଦେଇଥିବା ପ୍ରତିଶ୍ରୁତି ମଉଳି ଯିବାକୁ ବସିଛି।
ଓ୍ବାର୍ଡ ନଂ.୧୫ ଅନ୍ତର୍ଗତ ସିଆର୍‌ପିଏଫ୍‌ କ୍ୟାମ୍ପସ ଗେଟ୍‌ ନଂ.୧ ନିକଟରେ ମହିଳା ଓ ପୁରୁଷ ଭେଣ୍ଡିଂ ଜୋନ୍‌ ପାଇଁ ସ୍ଥାନ ଚିହ୍ନଟ କରାଯାଇଛି। ସେଠାରେ କେବଳ ମହିଳାଙ୍କ ପାଇଁ ୫୦ ୟୁନିଟ୍‌ ଓ ସବୁ ବର୍ଗଙ୍କ ପାଇଁ ଆଉ ୫୦ ୟୁନିଟ୍‌ ଦୋକାନ ଘର ନିର୍ମାଣ ପାଇଁ ବିଏମ୍‌ସି ପକ୍ଷରୁ ଯୋଜନା ରହିଛି। ଗତ ଅକ୍ଟୋବରରେ ମେୟର ସୁଲୋଚନା ଦାସ ଓ ଅନ୍ୟ ଅଧିକାରୀମାନେ କ୍ଷେତ୍ର ଅନୁଧ୍ୟାନ କରିବା ସହ ଉକ୍ତ ସ୍ଥାନକୁ ଚୂଡ଼ାନ୍ତ କରିବା ପରେ କାମ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ କମିଶନର ବିଜୟ ଅମୃତା କୁଲାଙ୍ଗେ ଓ ଅତିରିକ୍ତ କମିଶନର ସୂର୍ଯ୍ୟବଂଶୀ ମୟୂର ବିକାଶ ପ୍ରମୁଖ କ୍ଷେତ୍ର ପରିଦର୍ଶନ କରିଥିଲେ। ସ୍ବୟଂ ସହାୟିକା ଗୋଷ୍ଠୀ (ଏସ୍‌ଏଚଜି) ମହିଳାଙ୍କ ଦ୍ୱାରା ଉପତ୍ାଦିତ ସାମଗ୍ରୀ ବିକ୍ରୟ କରାଯିବ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଥିଲା। କଣ୍ଟ ପୂରଣ ହେବାକୁ ହାତରେ ମାତ୍ର ୨ ମାସ ରହିଥିବାବେଳେ ବକେୟା ପାଉଣା ନ ପାଇବାରୁ ସଂପୃକ୍ତ ଠିକା ସଂସ୍ଥା ୧୫ଦିନରୁ ଊର୍ଦ୍ଧ୍ୱ ହେବ କାମ ବନ୍ଦ କରିଥିବା ସୂଚନା ମିଳିଛି। ମହିଳା ଭେଣ୍ଡିଂ ଜୋନ୍‌ କାମ ଏପର୍ଯ୍ୟନ୍ତ ଆରମ୍ଭ ହୋଇ ନ ଥିବାବେଳେ ସବୁ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ୫୦ ୟୁନିଟରୁ ମାତ୍ର ୯ ୟୁନିଟର କାମ ସରିଛି। ତେଣୁ ନିର୍ଦ୍ଧାରିତ ସମୟ ମଧ୍ୟରେ ନିର୍ମାଣ କାର୍ଯ୍ୟ ସରିବା ନେଇ ଆଶଙ୍କା ସୃଷ୍ଟି ହୋଇଛି।
କର୍ପୋରେଟର ପିଙ୍କି ପ୍ରଧାନ କହିଛନ୍ତି, ଅଧାରେ ଅଟକିଥିବା ନିର୍ମାଣ କାର୍ଯ୍ୟ ପୁଣିଥରେ ଆରମ୍ଭ ହୋଇ କିପରି ନିର୍ଦ୍ଧାରିତ ସମୟରେ ସରିବ ସେନେଇ ବିଏମ୍‌ସିକୁ ଅବଗତ କରାଯାଇଛି। ତେବେ ଏହି ମହିଳା ଭେଣ୍ଡିଂ ଜୋନ୍‌ରେ ନିଜ ଓ୍ବାର୍ଡର ଏସ୍‌ଏଚ୍‌ଜି ମହିଳାଙ୍କୁ ଅଗ୍ରାଧିକାର ଭିତ୍ତିରେ ଦୋକାନ ଘର ଆବଣ୍ଟନ ପରେ ସହରର ଅନ୍ୟ ମହିଳା ବ୍ୟବସାୟୀଙ୍କୁ ଏଠାରେ ସୁଯୋଗ ଦେବା ପାଇଁ ବିଏମ୍‌ସିକୁ ନିବେଦନ କରାଯାଇଛି। ଏଥିପାଇଁ ଶତାଧିକ ବ୍ୟବସାୟୀ ଆବେଦନ କରିଥିବାବେଳେ ଯୋଗ୍ୟ ହିତାଧିକାରୀଙ୍କୁ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି। ତେବେ ବିଏମ୍‌ସିର ବିଭାଗୀୟ ଅଧିକାରୀଙ୍କ ନିକଟରେ ବଦଳି ହୋଇଛି। ନୂତନ ଭାବେ ସଂପୃକ୍ତ ବିଭାଗର ଦାୟିତ୍ୱ ନେଇଥିବା ଅଧିକାରୀ ଏ ସମ୍ପର୍କରେ ସମ୍ପୂର୍ଣ୍ଣ ଅବଗତ ନ ଥିବା କହିଛନ୍ତି। ଘଟଣାର ତର୍ଜମା କରିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ୩ ଜଣଙ୍କ ଗଲା ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri