Posted inଖେଳ

ଅଲିମ୍ପିକ୍ସରେ ଇତିହାସ ରଚିଲା ଭାରତୀୟ ମହିଳା ହକି ଦଳ

ଟୋକିଓ,୨।୮: ଟୋକିଓ ଅଲିମ୍ପିକ୍ସରେ ଭାରତର ମହିଳା ଦଳ ହକି ଦଳ ଇତିହାସ ସୃଷ୍ଟି କରିଛି। ୩ଥର ଚାମ୍ପିଅନ୍‌ ଅଷ୍ଟ୍ରେଲିଆକୁ ୧-୦ରେ ପରାସ୍ତ କରି ମହିଳା ହକିରେ ସେମିଫାଇନାଲରେ ପ୍ରବେଶ କରିଛି ଭାରତ। ଆଜିର ମ୍ୟାଚ୍‌ର ପ୍ରକୃତ ନାୟିକା ଥିଲେ ଗୋଲକିପର ସବିତା ପୁନିଆ। ସେ ୯ଟି ପେନାଲ୍‌ କର୍ନର ରୋକିବାରେ ସମର୍ଥ ହୋଇଥିଲେ। ଭାରତ ପାଇଁ ଏକମାତ୍ର ତଥା ନିର୍ଣ୍ଣାୟକ ଗୋଲ୍‌ ଖେଳର ୨୨ମିନିଟ୍‌ରେ ଗୁରଜିତ୍‌ କୌର ଦେଇଥିଲେ। ପ୍ରଥମ ଥର ପାଇଁ ଟିମ ଇଣ୍ଡିଆ ଅଲିମ୍ପିକ୍ସର ସେମିଫାଇନାଲରେ ପ୍ରବେଶ କରିଛି। ୧୯୮୦ରେ ଭାରତୀୟ ମହିଳା ହକି ଦଳ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ଅନ୍ତିମ ୪ରେ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ: ଉପନିର୍ବାଚନ ପୂର୍ବରୁ ଇସିଙ୍କ ପଦକ୍ଷେପ; ତୃଣମୂଳ କଂଗ୍ରେସର ନାମ, ଚିହ୍ନ ଉପରେ ରୋକ

ନୂଆଦିଲ୍ଲୀ,୧୮।୯(ପି.ଟି.): ପଶ୍ଚିମବଙ୍ଗର ଆଗାମୀ ବିଧାନସଭା ଉପନିର୍ବାଚନ ପୂର୍ବରୁ ‘ଅଲ୍‌ ଇଣ୍ଡିଆ ତୃଣମୂଳ କଂଗ୍ରେସ’ (ଏଆଇଟିସି)ରେ ସୃଷ୍ଟ ତୀବ୍ର ଗୋଷ୍ଠୀ କନ୍ଦଳକୁ ନେଇ ନିର୍ବାଚନ କମିଶନ (ଇସି) ଗୁରୁତ୍ୱପୂର୍ଣ୍ଣ…

‘ସ୍ନେହଭରା ପ୍ରତ୍ୟେକ ଶବ୍ଦ ପାଇଁ…’ ଜନ୍ମଦିନର ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜନ୍ମଦିନ ଅବସରରେ ମିଳିଥିବା ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ରେ ପୋଷ୍ଟ କରି…

ଦୋକାନୀମାନେ UPI ଶୁଳ୍କର ବୋଝ ଗ୍ରାହକଙ୍କ ଉପରେ ଲଦି ପାରିବେ ନାହିଁ; ସରକାର ପ୍ରସ୍ତୁତ କରିଛନ୍ତି ମାଷ୍ଟର ପ୍ଲାନ

ନୂଆଦିଲ୍ଲୀ,୧୭।୯: UPI କାରବାର ଉପରେ ଶୁଳ୍କ ଲାଗୁ ହେବା ନେଇ ଚିନ୍ତା ପ୍ରକାଶ ପାଉଥିବା ବେଳେ, ସରକାର ଏହା ସୁନିଶ୍ଚିତ କରିବାକୁ କାର୍ଯ୍ୟ କରୁଛନ୍ତି ଯେ ୨,୦୦୦…

ଇତିହାସ ରଚିଲେ ଅଭିଷେକ ଶର୍ମା; ଦ୍ରୁତତମ ଶତକର ରେକର୍ଡ ସ୍ଥାପନ କଲେ

ନୂଆଦିଲ୍ଲୀ,୧୭।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଅଭିଷେକ ଶର୍ମା ମାତ୍ର ୩୦ଟି ବଲରେ ଶତକ ହାସଲ କରିଛନ୍ତି। ଏହି ସଫଳତା ସହିତ ସେ ଭାରତ…

ଧାନ କ୍ଷେତରେ ବଜ୍ରପାତ; ଚାଲିଗଲା ନଣନ୍ଦ-ଭାଉଜଙ୍କ ଜୀବନ, ସୋହେଲାରେ ଶୋକର ଛାୟା

ସୋହେଲା,୧୭।୯(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ କୁସୁର୍ଡା ଗ୍ରାମରେ ଗୁରୁବାର ଅଭାବନୀୟ ଘଟଣା ଘଟିଯାଇଛି । ବଜ୍ରପାତରେ ୨ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକମାନେ…

ଜୟ ଶାହାଙ୍କ ଟିମ୍‌ରେ ମିଳିଲା ବଡ଼ ଦାୟିତ୍ୱ, ICCରେ ଇତିହାସ ରଚିଲେ…

ନୂଆଦିଲ୍ଲୀ,୧୭ା୯: ଜିମ୍ବାୱେ କ୍ରିକେଟକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଇଣ୍ଟରନ୍ୟାସନାଲ କ୍ରିକେଟ୍‌ କାଉନସିଲ୍‌ (ICC) ତୱେଙ୍ଗୱା ମୁକୁହଲାନିଙ୍କୁ ଡେପୁଟି ଚେୟାରମ୍ୟାନ୍‌ ଭାବେ ନିଯୁକ୍ତ କରିଛି…

ପଦକ ଜିତିବାର ଉତ୍ସାହଜନକ ଖବରଠାରୁ ପ୍ରଧାନମନ୍ତ୍ରୀଙ୍କ ଫୋନ କଲ ପର୍ଯ୍ୟନ୍ତ… ମୋଦି ସାଜିଥିଲେ ଖେଳାଳିମାନଙ୍କର ସବୁଠାରୁ ବଡ଼ ‘Cheerleader’

ନୂଆଦିଲ୍ଲୀ,୧୭।୯: ୧୯୫୦ ମସିହା ସେପ୍ଟେମ୍ବର ୧୭ରେ ଜନ୍ମିତ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷ ନିଜର ୭୬ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କର ବ୍ୟକ୍ତିଗତ ସମ୍ପର୍କ…

ଗୁଣିଗାରେଡି ସନ୍ଦେହରେ ବାପପୁଅଙ୍କୁ ହତ୍ୟା ମାମଲା, ୧୨ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ପାରଳାଖେମୁଣ୍ଡି,୧୭ା୯(ଗିରିଧାରୀ ପରିଛା): ଗୁଣିଗାରେଡି ସନ୍ଦେହରେ ବାପା-ପୁଅଙ୍କୁ ହତ୍ୟା ମାମଲାରେ ପାରଳାଖେମୁଣ୍ଡି ଏଡିଜେ କୋର୍ଟ ୧୨ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି । ୨୦୨୧ ମସିହାରେ ଅଡବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?