ଛତୁ, ପରିବା ଚାଷ କରି ମହିଳାମାନେ ସ୍ୱାବଲମ୍ବୀ

ପାରାଦୀପ,୨୯ା୭ (ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା କୁଜଙ୍ଗ ବ୍ଲକ ଅଧୀନ ଉତ୍ସବାନନ୍ଦପୁର ପ୍ରଡ୍ୟୁସର ଗ୍ରୁପ (ପିଜି)ର ୩୦ ଜଣ ମହିଳା ଏବେ ଭିନ୍ନ କାମ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସେମାନେ ଗାଁରେ ବର୍ଷାଦିନିଆ ପରିବା ଚାଷ କରି ବେଶ୍‌ ଦୁଇ ପଇସା ରୋଜଗାର କରି ସ୍ବାବଲମ୍ବୀ ହୋଇ ପାରିଛନ୍ତି। ଯେଉଁଥିରେ ରହିଛି ଛତୁ, କଲରା, କାକୁଡି, ଜହ୍ନି, ବାଇଗଣ, ଭେଣ୍ଡି, କଖାରୁ, ଛଚିନ୍ଦ୍ରା ଇତ୍ୟାଦି। ଏଥିପାଇଁ ମହିଳାମାନେ ଘରକାମ ବ୍ୟତୀତ ଦିନକୁ ଦୁଇଘଣ୍ଟା ସମୟ ଦେଉଛନ୍ତି। ୩ଟି ଏସ୍‌ଏଚଜି (ସ୍ବୟଂ ସହାୟକ ଗୋଷ୍ଠୀ)କୁ ନେଇ ଗଠିତ ଦୟାନିଧି ମସ୍ରୁମ ପିଜି। ଛତୁ ଚାଷ ହେଲା ଏମାନଙ୍କ ମୁଖ୍ୟ ବ୍ୟବସାୟ। ସେମାନେ ୨୦୧୯ରେ ଛତୁ ଚାଷ ଆରମ୍ଭ କରିଥିଲେ। ଏବେ ତାଙ୍କ ଉତ୍ପାଦିତ ଛତୁ ଓ ଅନ୍ୟ ପରିବା ନେବା ପାଇଁ ପ୍ରତିଦିନ ପାରାଦୀପ, କୁଜଙ୍ଗ ଅଞ୍ଚଳର ବ୍ୟବସାୟମାନେ ଫାର୍ମ ନିକଟରେ ପହଞ୍ଚୁଛନ୍ତି। ଏମିତି ଉପାୟରେ ମହିଳାମାନେ ମାସକୁ ୧୨ରୁ ୧୫ ହଜାର ଟଙ୍କା ରୋଜଗାର କରୁଛନ୍ତି ବୋଲି କୁହନ୍ତି, ଦୟାନିଧି ପିଜି ସଭାନେତ୍ରୀ ସ୍ବର୍ଣ୍ଣଲତା ସ୍ବାଇଁ। ଏହି ଛତୁ ଚାଷ ସମ୍ପର୍କରେ ମାଷ୍ଟର ଟ୍ରେନର ମୌନାବତୀ ସ୍ବାଇଁ କୁହନ୍ତି, ଏଥିପାଇଁ ଆମକୁ ପିପିଏଲ୍‌ (ପାରାଦୀପ ଫସ୍‌ଫେଟସ୍‌ ଲିମିଟେଡ) କମ୍ପାନୀ ପ୍ରାଥମିକ ସହାୟତା ଯୋଗାଇ ଦେଇଥିଲା। ଛତୁ କିପରି ଜୈବିକ ଉପାୟରେ ଚାଷ ହେବ ତା’ର ତାଲିମ ଓ ଆନୁଷଙ୍ଗିକ ଉପକରଣ ଯୋଗା ଯାଇଥିଲା। ଏହି ଚାଷ ପାଇଁ ଗୋଟିଏ ବାଉଁଶର ବେଡ୍‌ ଦରକାର ହୁଏ। ଉକ୍ତ ବାଉଁଶ ବେଡ୍‌ ଚତୁଃପାଶର୍‌ବରେ ଜାଲ ଘେରାଇ ସୁରକ୍ଷିତ ରଖୁ। ତା’ ପରେ ଛଣକୁ ପାଣିରେ ୧୨ ଘଣ୍ଟା ବତୁରା ଯାଏ। ଛଣକୁ ପାଣିରୁ ଛାଣି ଦୁଇଘଣ୍ଟା ଶୁଖାଯାଏ। ସେହି ଛଣକୁ ବେଡ୍‌ରେ ପକାଯାଇ ତା’ ଉପରେ ଛତୁ ମଞ୍ଜି, ବେଶନ ୩ ସ୍ତରରେ ପକାଯାଏ। ସାମାନ୍ୟ ପାଣି ସିଞ୍ଚନ କରାଯାଇ ୧୧ ଦିନ ରଖାଯାଏ। ତା’ ପରେ ଛତୁ ବଡ ହେବା ପରେ ତୋଳାଯାଏ। ଗୋଟିଏ ବେଡ୍‌ରେ ୫୦୦ ରୁ ୧ କେଜି ଛତୁ ଉତ୍ପାଦିତ ହୋଇଥାଏ। ଗୋଟିଏ ଛତୁ ବେଡ ପାଇଁ ପାଖାପାଖି ୭୦ ଟଙ୍କା ଖର୍ଚ୍ଚ ହୁଏ। ସେଥିରୁ ଛତୁ ବିକ୍ରି କରି ୧୩୦ ଟଙ୍କା ପାଇ ଥାଉ ବୋଲି କୁହନ୍ତି, ସଦସ୍ୟା କେତକୀ ଲେଙ୍କା। ପ୍ରଡ୍ୟୁସର ଗ୍ରୁପ (ପିଜି) ୩୦ ଜଣ ସଦସ୍ୟ ଘଣ୍ଟାକୁ ଶହେରୁ ଅଧିକ ବେଡ ତିଆରି କରିଥାଉ। ଛତୁ ଚାଷ ପରିସରରେ ଥିବା ଖାଲି ଜାଗାରେ ସିଜନ ଅନୁଯାୟୀ ପରିବା ଲଗାଇ ଥାଉ। ଏବେ ବର୍ଷାଦିନ ଥିବାରୁ କଲରା, କାକୁଡି, ଛଚିନ୍ଦ୍ରା, ଜହ୍ନି ଆଦି ଲଗାଇଛୁ। ପରିବା ନିଜ ଘରକୁ ନେବା ପରେ ବଳକାକୁ ବିକ୍ରିକରି ଦେଉଛୁ ବୋଲି କୁହନ୍ତି ସୁମିତ୍ରା ସାହୁ। ପିପିଏଲ୍‌ ସିଏସ୍‌ଆର ମୁଖ୍ୟ ଓମ୍‌ପ୍ରକାଶ ସାହୁଙ୍କୁ ପଚାରିବାରେ ଆମେ ପ୍ରାଥମିକ ଉପକରଣ ଓ ତାଲିମ ଦେଇଥିଲୁ। ଏବେବି ଦରକାର ବେଳେ ସାମଗ୍ରୀ ଦେଉଛୁ। ସେହି ମହିଳାଙ୍କ ମଧ୍ୟରୁ ମାଷ୍ଟର ଟ୍ରେନର ଚୟନ କରି ଅନ୍ୟ ଏସ୍‌ଏଚ୍‌ଜିକୁ ତାଲିମ ଦେଉଛୁ। ଏବେ ୩୬୨ ଜଣ ମହିଳା ଛତୁ ଚାଷ କରି ସ୍ବାବଲମ୍ବୀ ହେଲେଣି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri