ପ୍ରେମିକଙ୍କୁ ଧରିବା ପାଇଁ ୬ ଘଣ୍ଟା ଖଟ ତଳେ ଲୁଚିଥିଲେ ମହିଳାଙ୍କ ସ୍ବାମୀ, ଆଉ ତା’ ପରେ…

ବେଙ୍ଗାଲୁରୁ,୨୭।୩: ବେଙ୍ଗାଲୁରୁରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ପ୍ରେମିକଙ୍କୁ ଧରିବା ପାଇଁ ଖଟ ତଳେ ଦୀର୍ଘ ୬ ଘଣ୍ଟା ଲୁଚି ରହିଥିଲେ। ପରେ ଏଥିରେ ସେ ସଫଳ ମଧ୍ୟ ହୋଇଥିଲେ। ଜାଣନ୍ତୁ ପୂରା ଘଟଣା ସମ୍ପର୍କରେ…

ପେସାରେ ବଢ଼େଇ ଥିବା ଭରତ କୁମାର ନାମକ ଜଣେ ବ୍ୟକ୍ତି ୮ ବର୍ଷ ତଳେ ବିବାହ କରିଥିଲେ। ୩୧ ବର୍ଷୀୟ ଭରତଙ୍କ ସ୍ତ୍ରୀଙ୍କର ଶିବରାଜ ନାମକ ଜଣେ ବ୍ୟକ୍ତିଙ୍କ ସହ ପ୍ରେମସମ୍ପର୍କ ଥିଲା। ସେ ସ୍ତ୍ରୀଙ୍କୁ ପ୍ରେମିକଙ୍କ ସହ କେମିତି ଧରିବେ ତା’ର ଯୋଜନା କରିଥିଲେ। ବୁଧବାର ରାତି ୯ଟାରେ ଭରତ କାମରୁ ଫେରି ନିଜ କୋଠରିକୁ ଆସି ଖଟତଳେ ଲୁଚି ରହିଥିଲେ। ଭରତ ଆସିବାର ଦେଢ଼ ଘଣ୍ଟା ପରେ ଶିବରାଜ ଆସି ଖଟ ଉପରେ ଶୋଇପଡ଼ିଥିଲେ। କିନ୍ତୁ ପୂର୍ବରୁ ଭରତ ଯେ ଖଟତଳେ ଲୁଚିଛନ୍ତି ଏକଥା ତାଙ୍କୁ ଜଣା ନ ଥିଲା। ରାତି ପ୍ରାୟ ୩ଟାରେ ଭରତଙ୍କ ସ୍ତ୍ରୀ ଶୋଇବା ଘରୁ ବାହାରି ରେଷ୍ଟରୁମ୍‌କୁ ଯିବା ସମୟରେ ଭରତ ଛୁରିରେ ଶିବରାଜଙ୍କୁ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ଶିବରାଜଙ୍କ ମୃତ୍ୟୁ ଘଟିଥିଲା। ତେବେ ଗୁରୁବାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିବରାଜଙ୍କ ମୃତଦେହ ଉଦ୍ଧାର କରିବା ସହ ଭରତଙ୍କୁ ଗିରଫ କରିଛି।

Share