ସ୍ତ୍ରୀଙ୍କ ଅଭିଯୋଗକୁ ଗୁରୁତ୍ୱ ଦିଆଯାଉନାହିଁ

ଯାଜପୁର ଅଫିସ,୩୧ା୩: ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରାଙ୍କୁ ଶୁକ୍ରବାର ରାତିରେ ଆକ୍ରମଣ କରାଯାଇଥିଲା। ଇତିମଧ୍ୟରେ ୩ ଦିନ ଅତିକ୍ରାନ୍ତ ହୋଇ ସାରିଥିଲେ ମଧ୍ୟ ଧର୍ମଶାଳା ଥାନା ପୋଲିସ ହାତ ଖାଲି ରହିଛି। ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରିଥିଲେ ହେଁ ଗୁରୁତର ଆହତ ବେହୁରାଙ୍କ ସ୍ତ୍ରୀ ରିଲୁଙ୍କ ଅଭିଯୋଗକୁ ପ୍ରାଧାନ୍ୟ ଦିଆଯାଉ ନ ଥିବା ଆଇନଜୀବୀ ଉଦୟନାଥ ସାହୁ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ରିଲୁ ଶନିବାର ଅପରାହ୍ନ ପ୍ରାୟ ୩ଟାରେ ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାକୁ ଯାଜପୁରରୋଡ ଏସ୍‌ଡିପିଓ ଚିନ୍ମୟ କୁମାର ନାୟକ ଗ୍ରହଣ କରିଥିବାବେଳେ ଅଭିଯୋଗ ପତ୍ରରେ ଧର୍ମଶାଳା ଆଇଆଇସିଙ୍କ ସ୍ବାକ୍ଷର ରହିଛି। ଏହାପୂର୍ବରୁ ପୋଲିସ ନିଜ ଆଡୁ ଶନିବାର ଅପରାହ୍ନ ୨ଟା ୫୮ ମିନିଟରେ ଏକ ମାମଲା ରୁଜୁ କରିଛି। ପୋଲିସ ଯଦି ନିଜ ଆଡୁ ମାମଲା ରୁଜୁ କରିଥିଲା, ତେବେ ରିଲୁଙ୍କ ଅଭିଯୋଗକୁ କାହିଁକି ପୁଣି ଗ୍ରହଣ କରିଛି। ଏପରି ପରିସ୍ଥିତିରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରିଥିବା ନେଇ ରିଲୁଙ୍କୁ ସୂଚନା ଦେଇ ଏଫ୍‌ଆଇଆର କପି ଦେଇ ପାରିଥାନ୍ତେ। ପୋଲିସର ମାମଲା ଉପରେ ଯଦି ଅଧିକ ଅଭିଯୋଗ ରହିଛି, ତେବେ ରିଲୁଙ୍କ ବୟାନ ରେକର୍ଡ କରି ପାରିଥାନ୍ତେ ବୋଲି ଆଇନଜୀବୀ ସାହୁ କହିଛନ୍ତି।
ରିଲୁଙ୍କ ଅଭିଯୋଗ ଅନୁସାରେ, ଧର୍ମଶାଳା ବ୍ଲକ ଇମାମନଗରରେ ଅନୁଷ୍ଠିତ ଅଷ୍ଟପ୍ରହରୀରେ ତାଙ୍କ ସ୍ବାମୀ ସର୍ବେଶ୍ୱର ଯୋଗଦେବାକୁ ଯାଇଥିଲେ। ଫେରୁଥିବା ସମୟରେ ରାତି ପ୍ରାୟ ୯ ଟା ୧୦ରେ ଇମାମନଗର ଗଡାଣିଠାରେ ଅନ୍ଧାରରେ ଠିଆ ହୋଇଥିବା ୨ ଜଣ ୪ଟି ବୋମା ସର୍ବେଶ୍ୱରଙ୍କ କାର ଉପରକୁ ଫିଙ୍ଗିଥିଲେ। ଅନ୍ଧାର ହୋଇଥିବାରୁ ସେମାନଙ୍କୁ ଚିହ୍ନିବା ସମ୍ଭବ ହେଲାନାହିଁ। ସର୍ବେଶ୍ୱରଙ୍କ ଶରୀରରେ କାଚ ଓ ଲୁହା ଖଣ୍ଡ ପଶି ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି କରିଛି। ଜିଲାର ବିଭିନ୍ନ ଦୁର୍ନୀତି ପ୍ରସଙ୍ଗ ଉଠାଇ ତାଙ୍କ ସ୍ବାମୀ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ, ହାଇକୋର୍ଟ, ଲୋକାୟୁକ୍ତ ପ୍ରମୁଖ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବିଛାଖଣ୍ଡି, ଡଙ୍କାରୀ, ଆରୁହା ଆଦି ପାହାଡ଼ରୁ ଖଣିଲୁଟ ଦୁର୍ନୀତିର ତଦନ୍ତ ପାଇଁ ସେ ପଦକ୍ଷେପ ନେଇଛନ୍ତି। ୧୪ା୩ା୨୦୨୧ରେ ମୁକୁନ୍ଦପୁରଠାରେ ୫୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ପରିମାଣର ବିସ୍ଫୋରକ ଜବତ ହୋଇଥିଲା। ଏନେଇ ତାଙ୍କ ସ୍ବାମୀ ତଦନ୍ତ ପାଇଁ ଦାବି କରିଥିଲେ। କେଲୁଅ ନଦୀବନ୍ଧ ନିର୍ମାଣରେ ହୋଇଥିବା ଦୁର୍ନୀତିକୁ ଚାପି ଦେବା ପାଇଁ ଗତ ବନ୍ୟା ସମୟରେ ଡିନାମାଇଟ ଲଗାଇ ବନ୍ଧକୁ ଭାଙ୍ଗି ଦିଆଯାଇଥିଲା। ଏ ସମ୍ପର୍କରେ ତାଙ୍କ ସ୍ବାମୀ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲୋ ଏହିସବୁ ଘଟଣାରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଓ ଖଣି ମାଫିଆମାନେ ସମ୍ପୃକ୍ତ ଥିବାର ଅଭିଯୋଗ ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ତାଙ୍କ ସ୍ବାମୀ ଦାବି କରି ଆସୁଛନ୍ତି। ଲୋକାୟୁକ୍ତରୁ କେସ୍‌ ପ୍ରତ୍ୟାହାର ପାଇଁ ଖଣି ମାଫିଆ ଓ ବିଧାୟକ ପ୍ରଣବଙ୍କ ଦଳୀୟ ଗୁଣ୍ଡାମାନେ ତାଙ୍କ ସ୍ବାମୀଙ୍କୁ ଚାପ ପ୍ରୟୋଗ ସହ ଧମକ ଦେଇ ଆସୁଥିଲେ। ତେଣୁ ଏହି ଘଟଣାରେ ବିଧାୟକ ବଳବନ୍ତରାୟ ଓ ଖଣି ମାଫିଆଙ୍କ ଷଡଯନ୍ତ୍ର ରହିଛି ବୋଲି ରିଲୁ ଅଭିଯୋଗରେ ଦର୍ଶାଇଛନ୍ତି।
ଅନ୍ୟପକ୍ଷେ ଧର୍ମଶାଳା ଥାନାର ଏସ୍‌ଆଇ ଅକ୍ଷୟ କୁମାର ନାୟକଙ୍କ ଅଭିଯୋଗ ଅନୁସାରେ ୨ ଦୁର୍ବୃତ୍ତଙ୍କ ବୋମାମାଡରେ ସର୍ବେଶ୍ୱର ଓ ତାଙ୍କ ସହଯୋଗୀ ସୁଶାନ୍ତ ଗୁରୁତର ଆହତ ହୋଇଛନ୍ତି। ତାଙ୍କ କାର (ଓଆର ୦୪ ଏନ ୦୦୪୯) ଆଂଶିକ କ୍ଷତିଗସ୍ତ ହୋଇଛି। ତଦନୁସାରେ ଧର୍ମଶାଳା ଥାନାରେ ଏକ ମାମଲା(ନଂ. ୧୬୨/୨୦୨୧) ରୁଜୁ ହୋଇଛି। ଯାଜପୁର ଏସ୍‌ପି ରାହୁଲ ପିଆରଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହିଛନ୍ତି, ଘଟଣାର ତଦନ୍ତ ଚାଲିଛି। ଏଯାଏ କାହାରିକୁ ଗିରଫ କରାଯାଇ ନାହିଁ। ତେବେ ପୋଲିସର ଏତଲା ଉପରେ ମାମଲା ରୁଜୁ ହୋଇଛି। ସୂଚନାକୁ ନେଇ ତଦନ୍ତ ହେଉଥିବାରୁ ତାଙ୍କ ସ୍ତ୍ରୀଙ୍କ ଅଭିଯୋଗ ଉପରେ ମାମଲା କରିବାର କୌଣସି ଆବଶ୍ୟକତା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

ଜଳିଗଲା ୩ ଭାଇଙ୍କ ଘର

ବେଲଗୁଣ୍ଠା,୧୨ା୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ଟିକରପଡା ମିଲ ସାହିରେ ଅଗ୍ନିକାଣ୍ଡ ଘଟି ୩ଭାଇଙ୍କ ୩ ବଖରା ଘର ପୋଡି ପାଉଁଶ ହୋଇଯାଇଛି।…

ଶାନ୍ତି ଆଲୋଚନା ବିଫଳ ହେବା ପରେ ରାଗିଗଲେ ଟ୍ରମ୍ପ! ଇରାନକୁ ଚରମବାଣୀ, ‘ପରମାଣୁ ବୋମା…’

ଓ୍ବାଶିଂଟନ,୧୨ା୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷକୁ ବନ୍ଦ କରିବା ଉଦ୍ଦେଶ୍ୟରେ ପାକିସ୍ତାନର ଇସଲାମାବାଦରେ ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଆଲୋଚନା ବୈଠକ ସମ୍ପୁର୍ଣ୍ଣ ଭାବେ ଫେଲ୍…

SBI ଗ୍ରାହକ ହୁଅନ୍ତୁ ସତର୍କ!ଟଙ୍କା ରଖିଥିଲେ ଜାଣି ନିଅନ୍ତୁ…

ଦେଶରେ ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଭାବରେ ଏସବିଆଇର ଆଦୃତି ରହିଛି । ଅନେକ ଲୋକମାନଙ୍କ ଏହି ବ୍ୟାଙ୍କରେ ବିଭିନ୍ନ ଆକାଉଣ୍ଟ ରହିଛି । ବର୍ତ୍ତମାନ ବ୍ୟାଙ୍କ ଗୋଟିଏ…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri