ବିଶ୍ୱର ସବୁଠାରୁ ଲମ୍ବାଗୋଡ଼ ଥିବା ମହିଳା, ତାଙ୍କ ପରିବାରର ସମସ୍ତ ସଦସ୍ୟ ବି ୬ ଫୁଟରୁ ଅଧିକ ଉଚ୍ଚ

କୁହାଯାଏ, ଜଣେ ବ୍ୟକ୍ତିଙ୍କର ବ୍ୟକ୍ତିତ୍ୱ ତାଙ୍କ ମୋଟ୍‌ ଉଚ୍ଚତା ତୁଳନାରେ ତାଙ୍କ ଗୋଡ଼ ଲମ୍ବ ଅଧିକ ଥିବାରୁ ବୃଦ୍ଧି ପାଏ। ପୁରୁଷ ଏବଂ ମହିଳା ଉଭୟ ଆକର୍ଷଣୀୟ, କିନ୍ତୁ ଉଚ୍ଚ ମହିଳାମାନେ ବିଶେଷ ଭାବରେ ଆକର୍ଷଣୀୟା। ଅନେକ ବଲିଉଡ୍‌ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ସେମାନଙ୍କ ପୁରୁଷ ସାଥୀଙ୍କ ତୁଳନାରେ ବହୁତ ଉଚ୍ଚ। ଦୀପିକା ପାଦୁକୋନ, କ୍ୟାଟ୍ରିନା କୈଫ, କୃତି ସାନନ ଏବଂ ସୁସ୍ମିତା ସେନ। କିନ୍ତୁ ଆମେ ଏଠାରେ ଯେଉଁ ମହିଳାଙ୍କ ବିଷୟରେ କହୁଛୁ ସେ ବିଶ୍ୱର ସବୁଠାରୁ ଉଚ୍ଚ ମହିଳାଙ୍କ ମଧ୍ୟରୁ ଜଣେ। ବିଶ୍ୱର ସବୁଠାରୁ ଲମ୍ବା ଗୋଡ଼ ଥିବା ଏହି ମହିଳା ଜଣେ ରୁଷିଆନ ମଡେଲ ଏବଂ ଗିନିଜ ବୁକ୍‌ ଅଫ୍‌ ୱାଲର୍‌ଡ ରେକର୍ଡରେ ତାଲିକାଭୁକ୍ତ ହୋଇଛନ୍ତି। ଏକାଟେରିନା ଲିସିନା ୬ ଫୁଟ ୯ ଇଞ୍ଚ ଉଚ୍ଚ ଏବଂ ବୟସ ୩୧।

ଏକାଟେରିନା ଲିସିନାଙ୍କ ଉଚ୍ଚତା ଦେଖି, ଏକ ଟିଭି କାର୍ଯ୍ୟକ୍ରମର ଆଙ୍କର ମଧ୍ୟ ବିଚଳିତ ହୋଇଗଲେ। ‘ମୁଁ ତାଙ୍କର ସାକ୍ଷାତକାର କିପରି ନେବି?’ତା’ପରେ ସେ ଦୁଇଟି ଛୋଟ ଶିଡ଼ି ଲଗାଇବା ବ୍ୟବସ୍ଥା କଲେ, ଯାହା ଦ୍ୱାରା ଦୁଇଟି ଆଙ୍କର ତାଙ୍କ ସହିତ କଥା ହେବା ପାଇଁ ଚଢ଼ିପାରିବେ। ଜଣେ ଆଙ୍କର, ହଲି, ପାଞ୍ଚ ଫୁଟ ପାଞ୍ଚ ଇଞ୍ଚ ଉଚ୍ଚତା ଥିଲେ, ଯେତେବେଳେ ଅନ୍ୟ ଜଣେ, ଫିଲ, ପାଞ୍ଚ ଫୁଟ ନଅ ଇଞ୍ଚ ଉଚ୍ଚ ଥିଲେ। ସେହି ସମୟରେ, ଲିସିନା ଗିନିଜ ଓ୍ବାଲର୍‌ଡ ରେକର୍ଡସ ୨୦୧୮ ପାଇଁ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିଲେ।

ଲିସିନା ବିଶ୍ୱର ସବୁଠାରୁ ଉଚ୍ଚ ମଡେଲ। ଲିସିନାଙ୍କ ପରିବାରର ସମସ୍ତେ ଛଅ ଫୁଟରୁ ଅଧିକ ଉଚ୍ଚ। ତାଙ୍କ ବାପା ଛଅ ଫୁଟ ପାଞ୍ଚ ଇଞ୍ଚ ଉଚ୍ଚ, ତାଙ୍କ ମାଆ ଛଅ ଫୁଟ ଏକ ଇଞ୍ଚ ଉଚ୍ଚ, ଏବଂ ତାଙ୍କ ଭାଇ ମଧ୍ୟ ଛଅ ଫୁଟ ଛଅ ଇଞ୍ଚ ଉଚ୍ଚ।

ଲିସିନାଙ୍କ ଉଚ୍ଚତା ଆଜି ତାଙ୍କର ପରିଚୟ। କିନ୍ତୁ କେତେବେଳେ ସେ ଏଥିପାଇଁ ଚିନ୍ତିତ। କେତେବେଳେ ତାଙ୍କୁ ମନ୍ତବ୍ୟ ଏବଂ ଦୃଷ୍ଟି ସହିବାକୁ ପଡ଼େ। ଯେତେବେଳେ ଲିସିନା ତାଙ୍କ ପରିବାର ସହିତ ବୁଲିବାକୁ ଯାଆନ୍ତି, ଲୋକମାନେ ସେମାନଙ୍କୁ ‘ଜିରାଫ ପରିବାର’ ବୋଲି ଡାକୁଥାନ୍ତି। ଲିସିନା ଜଣେ ବାସ୍କେଟବଲ ଖେଳାଳି। ସେ ୨୦୦୮ରେ ତାଙ୍କ ଦେଶକୁ ପ୍ରତିନିଧିତ୍ୱ କରିଥିଲେ, ଏପରିକି ବେଜିଂ ଗେମ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ। ଜଣେ ଖେଳାଳି ହେବା ସହିତ, ସେ ମଡେଲିଂ ମଧ୍ୟ ଗ୍ରହଣ କରିଛନ୍ତି, ଏବଂ ସେ ଏହି କ୍ଷେତ୍ରରେ ମଧ୍ୟ ଲୋକପ୍ରିୟତା ହାସଲ କରୁଛନ୍ତି।

Dharitri – Odisha’s No.1 Odia Daily

Share