Categories: ଫୁରସତ

ଗାଈକୁ ବିବାହ କଲେ ମହିଳା, କାରଣ ଜାଣିଲେ…

ଦୁନିଆରେ ବହୁତ ଲୋକ ଅଛନ୍ତି, ଯେଉଁମାନେ ପୁନଃଜନ୍ମରେ ବିଶ୍ୱାସ ରଖନ୍ତି। ଲୋକେ ବିଶ୍ୱାସ କରନ୍ତି ଯେ, ମୃତ୍ୟୁ ପରେ ଜଣେ ବ୍ୟକ୍ତି ପୃଥିବୀରେ ଯେକୌଣସି ରୂପରେ ଜନ୍ମ ନେଇଥାଏ। କାମ୍ବୋଡିଆର ଜଣେ ମହିଳା ମଧ୍ୟ ଠିକ୍‌ ଏଇୟା ଅନୁଭବ କରିଛନ୍ତି। ଏ ସମ୍ପର୍କରେ ମହିଳା ଜଣକ ଏମିତି ପଦକ୍ଷେପ ନେଇଛନ୍ତି, ଯାହା ଚର୍ଚ୍ଚାକୁ ଆସିଛି। ଏହି ମହିଳା ଜଣକ ଏକ ଗାଈଙ୍କୁ ତାଙ୍କର ମୃତ ସ୍ବାମୀ ଭାବରେ ବିବାହ କରିଛନ୍ତି। ମହିଳା ଜଣକ ବିଶ୍ୱାସ କରନ୍ତି ଯେ, ତାଙ୍କ ସ୍ବାମୀ ଗାଈ ରୂପରେ ପୁନଃଜନ୍ମ ନେଇଛନ୍ତି।

ଏହି ଅନନ୍ୟ ବିବାହ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ଲୋକମାନେ ମହିଳାଙ୍କ ଏପରି ପଦକ୍ଷେପରେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଏଥି ସହିତ, ମହିଳା ବିଶ୍ୱାସ କରନ୍ତି ଯେ, ଗାଈର ସମସ୍ତ ଗୁଣ ତାଙ୍କ ମୃତ ସ୍ବାମୀଙ୍କ ପରି।

ମହିଳା ଜଣକ କୁହନ୍ତି, ଗାଈଟି ତାଙ୍କୁ ତାଙ୍କ ସ୍ବାମୀଙ୍କ ଭଳି ଭଲ ପାଏ। ଗାଈର ସ୍ନେହ ମମତା ଦେଖି ସେ ଭାବନ୍ତି ତାଙ୍କ ସ୍ବାମୀ ଯେମିତି ତାଙ୍କ ନିକଟକୁ ଫେରି ଆସିଛନ୍ତି। ସେ ଗାଈକୁ ତାଙ୍କ କୋଠରିରେ ରଖୁଛନ୍ତି। ଏଥିସହିତ ସେ ତାଙ୍କ ପିଲାମାନଙ୍କୁ କହିଛନ୍ତି, ଏହି ଗାଈକୁ କେବେ ବିକ୍ରି କରିବ ନାହିଁ, ତାକୁ ଭଲ ଭାବରେ ଖାଇବାକୁ ଦେବ। ତା’ର ମୃତ୍ୟୁ ପରେ ମଣିଷର ଯେପରି ମୃତଦାହ କରାଯାଏ ସେମିତି କରିବ। ମହିଳାଙ୍କର ଏପରି ଅଜବ ପଦକ୍ଷେପ ସମସ୍ତଙ୍କୁ ଚକିତ କରିଛି।

Share