ସ୍ବାମୀଙ୍କୁ ଜାମିନରେ ଆଣିବାକୁ ଯାଇ ଜେଲ ଗଲେ ମହିଳା

କଟକ ଅଫିସ,୨୨।୧୨: ଡାକ୍ତରଙ୍କ ନକଲି ପ୍ରେସ୍‌କ୍ରିପ୍‌ସନ ତିଆରି କରି ଜଣେ ମହିଳା ଗିରଫ ହୋଇଛନ୍ତି। ସ୍ବାମୀଙ୍କୁ ଜାମିନରେ ଆଣିବା ପାଇଁ ନିଜେ ଅସୁସ୍ଥ ଦର୍ଶାଇ ମହିଳା ଜଣକ ଏପରି ଚକ୍ରାନ୍ତ କରିଥିଲେ। କୋର୍ଟରେ ଧରା ପଡିବା ପରେ ତାଙ୍କୁ ଜେଲ୍‌ ଯିବାକୁ ପଡିଛି।
ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜେଇ କାରବାର ଅଭିଯୋଗରେ କନ୍ଧମାଳ ଜିଲାର ଶ୍ରୀରାମ କଅଁରଙ୍କୁ ପୋଲିସ ଗିରଫ କରିଥିଲା। ୧୩ା୭ା୨୦ରେ ସେ ଜାମିନ୍‌ ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ। ତେବେ ସହଜରେ ତାଙ୍କୁ ଜାମିନ ମିଳିବା ପାଇଁ ସ୍ତ୍ରୀ ମାନସୀ କଅଁର ଏକ ଯୋଜନା କରିଥିଲେ। ୯ା୧୦ା୨୦ରେ ଏସ୍‌ସିବି ମେଡିସିନ ଆଉଟ୍‌ଡୋର୍‌ ନିମନ୍ତେ ଗୋଟିଏ ଟିକେଟ କାଟିଥିଲେ (ଟିକେଟ ନଂ୧୩୧/ମେଡିସିନ/୩୦୯୦୧)। ଏହି ଟିକେଟରେ ଆସୋସିଏଟ୍‌ ପ୍ରଫେସର ଡା.ଏସ୍‌. କେ. ଭୋଳ ତାଙ୍କୁ ଏକାଧିକ ରୋଗ ଓ କୋଭିଡ୍‌ ଲାଗି ୯ା୧୦ା୨୦ରୁ ୮ା୫ା୨୦୨୧ ଯାଏ ବେଡ୍‌ରେଷ୍ଟରେ ରହିବା ଲାଗି ପରାମର୍ଶ ଦେଇଛନ୍ତି ବୋଲି ପ୍ରେସ୍‌କ୍ରିପସନ ପ୍ରସ୍ତୁତ କରିଥିଲେ। ପରେ ଏହାକୁ ସ୍ବାମୀଙ୍କ ଜାମିନ ପାଇଁ କୋର୍ଟରେ ଦାଖଲ କରିଥିଲେ। ଏହି ପ୍ରେସ୍‌କ୍ରିପସନ୍‌ ଉପରେ କୋର୍ଟ ସନ୍ଦେହ କରି କଟକ ଡିସିପିଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ୧୧ା୧୨ା୨୦ରେ ଡିସିପି ତଦନ୍ତ କରି କୋର୍ଟରେ ରିପୋର୍ଟ ଦାଖଲ କରିଥିଲେ। ଏଥିରେ ସେ ଦର୍ଶାଇଥିଲେ, ଏସ୍‌ସିବି ମେଡିସିନ ବିଭାଗରେ ଆସୋସିଏଟ୍‌ ପ୍ରଫେସର ଡା. ଏସ୍‌. କେ. ଭୋଳ ନାମରେ କେହି ଡାକ୍ତର ନାହାନ୍ତି। ଉକ୍ତ ପ୍ରେସ୍‌କ୍ରିପ୍‌ସନ୍‌ରେ ଲାଗିଥିବା ସିଲ୍‌ ସହ ଏସ୍‌ସିବି ମେଡିସିନ ବିଭାଗର ସିଲ୍‌ରେ ସାମଞ୍ଜସ୍ୟ ନାହିଁ। ତେଣୁ ଏହା ନକଲି ବୋଲି ଡିସିପି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଥିଲେ। ଫଳରେ ହାଇକୋର୍ଟ ଅଦାଲତ ଅବମାନନା ଘଟଣାରେ ମାନସୀଙ୍କୁ ତୁରନ୍ତ ଗିରଫକରି ୨୧ ତାରିଖରେ ଫୁଲବାଣୀ ସେସନ୍ସ କୋର୍ଟ କମ୍‌ ସ୍ପେଶାଲ ଜଜ୍‌ଙ୍କ ଠାରେ ହାଜର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମାନସୀଙ୍କୁ ଗିରଫ କରାଯାଇ ଜେଲରେ ରଖାଯାଇଥିବାବେଳେ ସୋମବାର ଭିଡିଓ କନ୍‌ଫରନ୍ସ ଯୋଗେ ତାଙ୍କୁ ଫୁଲବାଣୀ ସେସନ୍ସ କୋର୍ଟ କମ୍‌ ସ୍ପେଶାଲ ଜଜ୍‌ଙ୍କ ଠାରେ ହାଜର କରାଯାଇଥିଲା। ଜଷ୍ଟିସ ଏସ୍‌. କେ. ସାହୁଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜାନୁୟାରୀ ୪ରେ ହେବା ପାଇଁ ଧାର୍ଯ୍ୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

ରାଘବ ଚଢାଙ୍କୁ ବଡ଼ ଝଟକା , ଉପନେତା ପଦରୁ ହଟାଇଲା AAP

ନୂଆଦିଲ୍ଲୀ,୨।୪: ଆମ ଆଦମୀ ପାର୍ଟି (ଏଏପି) ରାଘବ ଚଢାଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ଦଳ ରାଜ୍ୟ ସଭା ସଚିବାଳୟକୁ ଚିଠି ଲେଖି ତାଙ୍କୁ ଗୃହର ଉପନେତା…

ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….

ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri