ନଦୀରେ ଭାସିଯାଇ ମହିଳାଙ୍କ ଜୀବନ ଗଲା

କୋରୁକୋଣ୍ଡା,୧୦ା୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ସୋମନାଥପୁର ପଞ୍ଚାୟତ ହାତିଆମ୍ବ ଗ୍ରାମର ଲାଛା ମୁଦୁଲିଙ୍କ ସ୍ତ୍ରୀ ଆଙ୍ଗ୍ରି ମୁଦୁଲି(୪୦)ଙ୍କ ଗ୍ରାମ ନିକଟ ନଦୀରେ ଭାସି ଯାଇ ମୃତ୍ୟୁ ଘଟିଛି।

ସୂଚନା ମୁତାବକ ଜିଲାରେ ଲାଗି ରହିଥିବା ଲଗାଣ ବର୍ଷାରେ ବହୁ ନଦୀନାଳରେ ପାଣି ଭରିଯାଇଥିବା ବେଳେ ହାତୀ ଆମ୍ବ ନିକଟ ନଦୀରେ ମଧ୍ୟ ପାଣି ବଢ଼ିଯାଇଛି । ଆଙ୍ଗ୍ରି ନଦୀ ଆରପଟ ନିଜ ମଣ୍ଡିଆ ଜମିକୁ ଯାଇଥିବା ବେଳେ ଫେରିବା ବେଳକୁ ନଦୀରେ ପାଣି ବଢ଼ି ଯାଇଥିବାରୁ ଘରକୁ ଫେରିବା ପାଇଁ ନଦୀ ପାର୍‌ ହେଉଥିବା ବେଳେ ପାଣିରେ ଭାସି ଯାଇଥିଲେ। ପରିବାର ଲୋକଙ୍କ ସମେତ ଗ୍ରାମବାସୀ ମିଶି ଖୋଜାଖୋଜି କରିବା ପରେ ହାତୀଆମ୍ବ ଗାଁଠାରୁ କିଛି ଦୂର ପିଲା କୁସୁମ ନିକଟରୁ ଆଙ୍ଗ୍ରିଙ୍କର ମୃତଦେହ ଗ୍ରାମବାସୀ ପାଇଥିବା କହିଛନ୍ତି। ଏନେଇ ଓର୍କେଲ ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି କହିଛନ୍ତି ଓର୍କେଲ ଥାନା ଭାରପ୍ରାପ୍ତ ଅଧିକାରୀ ଜୋହନ କୁଜୁର।