ପାହାଡ଼ ଉପରେ ଠିଆ ହୋଇ ଫଟୋ ଉଠାଉଥିଲେ ସ୍ତ୍ରୀ, ସ୍ବାମୀ ବୁଲି ଚାହିଁଲା ବେଳକୁ…

ବ୍ରୁସେଲ୍ସ: ବେଲ୍‌ଜିୟମର ଏକ ପାହାଡ଼ ଉପରକୁ ବୁଲି ଯାଇଥିଲେ ଦମ୍ପତି। ସେଠାରେ ଠିଆ ହୋଇ ଫଟୋ ଉଠାଉଥିଲେ ମହିଳା ଜଣକ। ଏହି ସମୟରେ ସେ ୧୦୦ ଫୁଟ ଉଚ୍ଚରୁ ତଳକୁ ଖସି ପଡ଼ିଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଛି। ଜାଣନ୍ତୁ ପୂରା ଘଟଣା ସମ୍ପର୍କରେ…

ଏକ ରିପୋର୍ଟ ଅନୁଯାୟୀ, ୩୩ ବର୍ଷୀୟ ଜୋ ସ୍ନୋକ୍‌ସ ନାଡ୍ରିନ୍‌ ଅଞ୍ଚଳରେ ସ୍ବାମୀ ଜୋଏରୀ ଜୋନସନଙ୍କ ସହ ବୁଲିବାକୁ ଯାଇଥିଲେ। ଦୁହେଁ ମନ ଖୁସିରେ ଫଟୋ ଉଠାଉଥିଲେ। ସ୍ନୋକ୍‌ସ ପାହାଡ଼ ଉପରେ ଠିଆ ହୋଇଥିବା ବେଳେ ଜୋନସନ ତାଙ୍କ ଫଟୋ ଉଠାଉଥିଲେ। ମାତ୍ର ୫ ସେକେଣ୍ଡ ମଧ୍ୟରେ ଜୋନସନ ଚାହିଁଲା ବେଳକୁ ସ୍ନୋକ୍‌ସ ସେଠାରେ ନାହାନ୍ତି। ସେ ୧୦୦ ଫୁଟ ଉଚ୍ଚରୁ ତଳକୁ ଖସିପଡ଼ିଛନ୍ତି। ଜୋନସନ ସଙ୍ଗେ ସଙ୍ଗେ ଜରୁରିକାଳୀନ ସେବାକୁ ଫୋନ୍‌ କରିଥିଲେ। କିଛି ସମୟ ପରେ ପୋଲିସ, ଦମକଳବାହିନୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ଚିକିତ୍ସା ଘଟଣାସ୍ଥଳକୁ ଏକ ହେଲିକପ୍ଟରରେ ଡାକ୍ତରୀ ଦଳ ମଧ୍ୟ ଯାଇଥିଲେ। ଦୀର୍ଘ ସମୟ ଖୋଜାଖୋଜି କରିବା ପରେ ସ୍ନୋକ୍‌ସଙ୍କ ମୃତଦେହ ମିଳିଥିଲା।

Share