୧୯ ମହଲାରୁ ଖସିପଡ଼ିଲେ ମହିଳା, ଅଧାବାଟରେ ଏମିତି ଝୁଲି ରହିଲେ

ବେଜିଂ,୨୪ା୧୧: ଜଣେ ମହିଳା ବାଲକୋନିରେ କପଡ଼ା ଶୁଖାଇବା ବେଳେ ଖସି ପଡ଼ିଥିଲେ। ସେ ତଳକୁ ଖସିବା ବେଳେ ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଥିଲା। ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଏହି ଘଟଣା ଦକ୍ଷିଣ ଚାଇନାର ଜିଆଙ୍ଗସୁ ଜିଲାର ୟାଙ୍ଗ୍‌ଜହୁରେ ହୋଇଛି। ଏଠାରେ ଜଣେ ମହିଳା ଏକ ଆପାର୍ଟମେଣ୍ଟର ୧୯ତମ ମହଲାର ବାଲକୋନିରେ କପଡ଼ା ଶୁଖାଉଥିଲେ। ଏହି ସମୟରେ ତାଙ୍କ ପାଦ ଖସି ଯାଇଥିଲା। ଏହି ଘଟଣାର ଭିଡିଓ ସାମ୍ନାକୁ ଆସିଛି। ମହିଳା ଜଣକ ଖସି ପଡ଼ିବା ସମୟରେ ୧୮ ତମ ମହଲାରେ ଥିବା ଏକ ବାଲକୋନି ର଼୍ୟାକ୍‌ରେ ଫସି ରହିଥିଲେ। ଏହା ସାହାରାରେ ସେ ପବନରେ ଉଡୁଥିବା ପଡ଼ି ଦେଖାଯାଉଥିଲେ। ମହିଳାଙ୍କ ମୁଣ୍ଡ ଏବଂ ହାତ ଓହଳିକି ରହିଥିଲା। ଏହି ଦୃଶ୍ୟ ଯିଏ ଦେଖିଲା ତା’ର ହୋସ୍‌ ଉଡ଼ିଗଲା। ପୋଲିସକୁ ଖବର ଦେବା ପରେ ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ମହିଳାଙ୍କୁ ଉଦ୍ଧାର କରିଥିଲେ। ଏକ ଦଉଡ଼ି ସହାୟତାରେ ମହିଳାଙ୍କୁ ବାନ୍ଧି ଧିରେ ଧିରେ ଆଣିଥିଲେ। ସୌଭାଗ୍ୟବଶତଃ ମହିଳାଙ୍କ ଜୀବନ ବଞ୍ଚିଯାଇଛି। ସେ ସାମାନ୍ୟ ଆହତ ହୋଇଛନ୍ତି।

Share