କୁଡ଼ିଆରେ ଜଳିଗଲେ ମହିଳା

ଢେଙ୍କାନାଳ ଅଫିସ/ କାମାକ୍ଷାନଗର(ଡି.ଏନ.ଏ.), ୬।୨: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କଣ୍ଟାପାଳ ପଞ୍ଚାୟତ ଅନ୍ତର୍ଗତ ଚୁନରଗଡ଼ି ଗ୍ରାମର ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ କୁଡ଼ିଆରୁ ଶୁକ୍ରବାର ଜବତ କରାଯାଇଛି। ମୃତକ ହେଲେ ରିଙ୍କି ମହାଖୁଡ଼ (୨୬)। ଘଟଣା ପରେ ସ୍ବାମୀ ନବକିଶୋର କବାଟଙ୍କ ଉପରକୁ ଅଙ୍ଗୁଳି ଉଠାଇଛନ୍ତି ମୃତ ମହିଳାଙ୍କ ଘର ଲୋକେ। ପାରିବାରିକ କହଳରୁ ଝିଅକୁ ପୋଡ଼ି ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ପୋଲିସ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚୁରା କରୁଛି।
ପୋଲିସ ସୂଚନା ଅନୁଯାୟୀ, ୨୦୧୭ ମାର୍ଚ୍ଚରେ ଭୁବନ ଥାନା ବଡ଼କାଠିଆ
ଗ୍ରାମର ରିଙ୍କିଙ୍କୁ କଙ୍କଡ଼ାହାଡ଼ ଥାନା
ଚୁନରଗଡି ଗ୍ରାମର ନବକିଶୋର ବିବାହ କରିଥିଲେ। ସେମାନଙ୍କର ୨ ବର୍ଷର ଶିଶୁକନ୍ୟା
ଅଛି। ଗୁରୁବାର ବିଳମ୍ବିତ ରାତିରେ ଘର ପାଖକୁ ଲାଗି ରହିଥିବା ଚାଳିଆ ଘରେ ନିଅଁା ଲାଗିଯାଇଥିଲା। ରିଙ୍କି ଉକ୍ତ ଘର ଭିତରେ ରହିଯାଇଥିଲେ। ଏଥିରେ ତାଙ୍କର ମୃତ୍ୟୁ ଘଟିଥିବା ନବକିଶୋର କହୁଛନ୍ତି। ତେବେ ନିଅଁା ଲାଗିଥିବା ଚାଳିଆଟି ଛୋଟ। ଏଥିରେ ଫସି ରହି ଜଣଙ୍କ ମୃତ୍ୟୁ ଘଟିବା ସନ୍ଦେହର ବଳୟ ସୃଷ୍ଟି କରିଛି। ମୃତ ରିଙ୍କିଙ୍କ ଭାଇ ଆଦିତ୍ୟ ପ୍ରସାଦ ମହାଖୁଡ଼ ଭଉଣୀଙ୍କୁ ହତ୍ୟା କରାଯାଇଥିବା କଙ୍କଡ଼ାହାଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ସାଇଣ୍ଟିଫିକ୍‌ ଟିମ୍‌, ସନ୍ଧାନୀ କୁକୁର ସହାୟତାରେ ଘଟଣାସ୍ଥଳରେ ତଦନ୍ତ କରିଛି। ମୃତଦେହ ବ୍ୟବଚ୍ଛେଦ ଲାଗି କାମାକ୍ଷାନଗର ମେଡିକାଲକୁ ପଠାଯାଇଛି। ଏ ସଂକ୍ରାନ୍ତରେ ନଂ.୧୪/୨୧, ଦଫା ୪୯୮(ଏ), ୩୦୨, ୩୦୪(ବି) ଓ ୨୦୧ରେ ମାମଲା ରୁଜୁ ହୋଇଛି। ଅଟକ ସ୍ବାମୀଙ୍କୁ ପଚରାଉଚୁରା କରାଯାଉଥିବା ଥାନାଧିକାରୀ ଆଶିଷ କୁମାର ଜେନା ସୂଚନା ଦେଇଛନ୍ତି।