ମହିଳାଙ୍କୁ କଚାଡି ମାରିଲା ଦନ୍ତା

ଢେଙ୍କାନାଳ ଜିଲା ମହାବିରୋଡ଼ ରେଞ୍ଜରେ ଦନ୍ତା ଆତଙ୍କ। ୧୨ ଘଣ୍ଟା ମଧ୍ୟରେ ୨ ଜଣଙ୍କ ଜୀବନ ନେଇଛି ଦନ୍ତା। ଡିହଡୋଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ବାରିହାପୁର ଗାଁ ପୁରୁଣାପାଣି ନିକଟରେ ଗୁରୁବାର ଜଣେ ମହିଳାଙ୍କୁ କଚାଡି ମାରିଛି ଦନ୍ତା। ମୃତକ ବାରିହାପୁର ପଞ୍ଚାୟତ ଚକ୍ରଧରପୁର ଗାଁର ଅପାରି ମାଝୀ। ଚାଷ ଜମିକୁ ଯାଇଥିବା ବେଳେ ଦନ୍ତା ତାଙ୍କୁ ଦଳି ଦେଇଥିଲା। ସେହିପରି ବୁଧବାର ରାତିରେ କୁଟୁରିଆ ପଞ୍ଚାୟତ ଅନ୍ତର୍ଗତ ଗୋଳାଗାଡ଼ିଆ ଗାଁ ପାଖ ପିଢ଼ ନିକଟରୁ ଛେଳି ଚରାଳିଶରତ ଧଳଙ୍କର ମୃତଦେହ କ୍ଷତବିକ୍ଷତ ଭାବେ ଉଦ୍ଧାର କରାଯାଇଥିଲା। ତେବେ ମହାବିରୋଡ଼ ରେଞ୍ଜରେ ଦନ୍ତା ଉତ୍ପାତ ନେଇ ଚିନ୍ତାରେ ରହିଛନ୍ତି ଅଞ୍ଚଳବାସୀ। ତେବେ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।