ଶାହରୁଖଙ୍କୁ ଟ୍ରୋଲ କଲେ ସ୍ତ୍ରୀ

ବଲିଉଡର ପାୱାର୍‌ କପଲ୍‌ ଶାହରୁଖ ଖାନ ଏବଂ ଗୌରୀ ଖାନ ଗତ କିଛି ମାସ ଧରି ସୋସିଆଲ ମିଡିଆରେ ସକ୍ରିୟ ରହୁନାହାନ୍ତି। କିନ୍ତୁ ନୂଆ ବର୍ଷରେ ଖାନ ପରିବାର ଜୀବନରେ ଆଗକୁ ବଢିିବାକୁ ଚେଷ୍ଟା କରୁଛନ୍ତି। ନିକଟରେ ଶାହରୁଖ ଏବଂ ଗୌରୀ ଏକ ନୂତନ ବିଜ୍ଞାପନ ପାଇଁ ଶୁଟିଂ କରିଥିଲେ। ଗୌରୀ ଏହି ବିଜ୍ଞାପନର ଭିଡିଓ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ଏଥିରେ ସେ ସ୍ବାମୀଙ୍କୁ ଟ୍ରୋଲ କରୁଥିବା ନଜର ଆସିଛନ୍ତି। ଏହି ଭିଡିଓଟି ଅତ୍ୟନ୍ତ ଆକର୍ଷଣୀୟ। ଦମ୍ପତିଙ୍କ ଏକ ମେରୁନ ରଙ୍ଗର ପୋଷାକରେ ନଜର ଆସିଛନ୍ତି। ଭିଡିଓରେ ଗୋଟିଏ ଘରେ ପରସ୍ପର ପାଖରେ ବସି ଟିଭି ଉପଭୋଗ କରୁଥିବା ଦେଖାଯାଏ। ଭିଡିଓ ଆରମ୍ଭ ହେବାବେଳେ ଶାହରୁଖ ହସି ହସି କହନ୍ତି, ୱୋ। ଏକ ଷ୍ଟାର୍‌ ପରି ଆଗକୁ ବଢୁଛି। ମୁଁ ଏପରି ଏଣ୍ଟ୍ରି କରେ। ପରେ ଗୌରୀ ସ୍ବାମୀଙ୍କୁ ଥଟ୍ଟା କରି କୁହନ୍ତି, ତୁମର (ଶାହରୁଖ) ଏଣ୍ଟ୍ରି ମଧ୍ୟ ଏହିପରି ନୁହେଁ। ତା’ପରେ ଶାହରୁଖ ହସନ୍ତି ଏବଂ ତାଙ୍କ ସ୍ତ୍ରୀଙ୍କ ସହ ସହମତ ହୁଅନ୍ତି।
ଶାହରୁଖ ଆଗାମୀ ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି। ସେ ‘ପଠାନ’ ଫିଲ୍ମ ଶୁଟିଂ କରୁଛନ୍ତି। କରୁଛନ୍ତି।

Share