ସ୍ତ୍ରୀ ନେଲେଥିଲେଋଣ: ସ୍ବାମୀଙ୍କୁ ବାନ୍ଧିଲେ ମହିଳା

ଚାନ୍ଦବାଲି, ୭।୭(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ଏନ୍‌ଏସି ଅଧୀନ କୃଷ୍ଣନଗରରେ ମହିଳାମାନଙ୍କ କଙ୍ଗାରୁକୋର୍ଟ ଦେଖିବାକୁ ମିଳିଛି । ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାରୁ କୃଷ୍ଣ ନଗରର ମହିଳା ଗୋଷ୍ଠୀ ଋଣ ନେଇଥିଲେ । ଉକ୍ତ ମହିଳା ଗୋଷ୍ଠୀର ମେମ୍ବର ଥିଲେ ସେକ୍‌ ମହମ୍ମଦଙ୍କ ସ୍ତ୍ରୀ । ହେଲେ ସେକ୍‌ ମହମ୍ମଦଙ୍କ ସ୍ତ୍ରୀ ଋଣ ଟଙ୍କା ଶୁଝି ନ ପାରିବାରୁ ଗୋଷ୍ଠୀର ମହିଳାମାନେ ଆଇନକୁ ହାତକୁ ନେଇ ମହମ୍ମଦଙ୍କୁ ଗୁରୁବାର ଏକ ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧି ଦେଇଥିଲେ। ଏହି ଘଟଣା ଗଣମାଧ୍ୟମ ନଜରକୁ ଆସିବା ପରେ ମହିଳା ଗୋଷ୍ଠୀଙ୍କୁ ମହମ୍ମଦ ଗାଳି ଗୁଲଜ କରିବାରୁ ନିଜ ସୁରକ୍ଷା ପାଇଁ ବାନ୍ଧି ଥିଲେ ବୋଲି କହିଛନ୍ତି। ଏ ନେଇ ଚାନ୍ଦବାଲି ଥାନାରେ କୌଣସି ଅଭିଯୋଗ ହୋଇନାହିଁ।