Posted inଜାତୀୟ

ଅନ୍ତିମ ସତ୍କାର ପୂର୍ବରୁ ଏ କ’ଣ ହେଲା? ଜୁଇରୁ ହଠାତ୍‌ ଉଠି ବସିଲେ ମହିଳା, ହାତ ହଲାଇ କଥା ହେଲେ, ପରେ…

ଚେନ୍ନାଇ,୨୧।୧୧: କାନ୍ଦବୋବାଳିରେ ଫାଟୁଥିଲା ଘର। କୋକେଇରେ ମୃତଦେହ ଶ୍ମଶାନକୁ ଯାଇଥିଲା। ଜୁଇ ସଜଡ଼ା ସରିଥିଲା। ହେଲେ ହଠାତ୍‌ ଜିଇଁ ଉଠିଲେ ମହିଳା। ତାମିଲନାଡ଼ୁର ତ୍ରିଚିରୁ ଏଭଳି ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ଜୁଇରୁ ଉଠି ପଡ଼ିବା ଚର୍ଚ୍ଚାର ବିଷୟ ପାଲଟିଛି। ଆସନ୍ତୁ ଜାଣିବା ପୁରା ଘଟଣା।

ତ୍ରିଚିର ମାରୁଙ୍ଗାପୁରୀରେ ଅବସ୍ଥିତ କରୁମାଲାଇ ସୁରଙ୍ଗମ୍ପଟ୍ଟି ଗାଁର ଏହି ଘଟଣା। ଏଠାରେ ପମ୍ପାୟାନ(୭୨) ଏବଂ ତାଙ୍କ ପତ୍ନୀ ଚିନ୍ନାମାଲ(୬୫) ରୁହନ୍ତି। ପରିବାରର ଅନ୍ୟ ସଦସ୍ୟମାନେ ଘର ନିକଟରେ ରହି ଆସୁଚନ୍ତି। ନଭେମ୍ବର ୧୬ରେ ମଧ୍ୟାହ୍ନ ଭୋଜନ କରିବା ପରେ ଚିନ୍ନାମାଲଙ୍କ ସ୍ବାସ୍ଥ୍ୟ ହଠାତ୍‌ ଖରାପ ହୋଇଯାଇଥିଲା। ଏହା ଦେଖି ସ୍ବାମୀ ପମ୍ପାୟାନ ଚିନ୍ତାରେ ପଡ଼ିଥିଲେ। ପରିବାରର ଅନ୍ୟ ସଦସ୍ୟଙ୍କ ସହାୟତାରେ ସେ ଚିନ୍ନାମାଲଙ୍କୁ ଡାକ୍ତରଖାନା ନେଇଥିଲେ।

ଡାକ୍ତରଖାନା ଯିବା ରାସ୍ତାରେ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇ ଦେହ ଥଣ୍ଡା ହୋଇଯାଇଥିଲା। ଶରୀରରେ ନିଃଶ୍ୱାସପ୍ରଶ୍ୱାସ ଚଳପ୍ରଚଳ ବନ୍ଦ ହୋଇଥିଲା। ପରିବାରଲୋକେ ଭୟଭୀତ ହୋଇଯାଇଥିଲେ। ଏପରିକି ମହିଳାଙ୍କ ମୃତ୍ୟୁ ହୋଇଯାଇଥିବା ଭାବିଥିଲେ। ଏଣୁ ସେମାନେ ମୃତଦେହକୁ ଘରକୁ ଆଣି ଆସିଥିଲେ। ଏହାପରେ ଅନ୍ତିମ ସଂସ୍କାର ଲାଗି ପ୍ରସ୍ତୁତି କରାଯାଇଥିଲା।

ଘରର ଲୋକେ ଲଣ୍ଡା ହୋଇଥିଲେ। ପୂଜାରୀ ଡାକି ସମସ୍ତ ରୀତିନୀତି ସମ୍ପନ୍ନ କରାଯାଇଥିଲା। କୋକେଇ ସଜା ଯାଇଥିଲା। ଏହାପରେ ସତ୍କାର ପାଇଁ ମହିଳାଙ୍କ ମୃତଦେହକୁ ଏମ୍‌ ମେଟୁପାଟ୍ଟି ଶ୍ମଶାନକୁ ନିଆଯାଇଥିଲା। ସେଠାରେ ଅନେକ ସମ୍ପର୍କୀୟ ଏବଂ ଗ୍ରାମବାସୀ ଉପସ୍ଥିତ ଥିଲେ। ଜୁଇରେ କାଠ ରଖାଯାଇଥିଲା। ହେଲେ ଯେତେବେଳେ ପରିବାର ସଦସ୍ୟ ମୃତଦେହକୁ ଏହା ଉପରେ ରଖିବାକୁ ନିଅନ୍ତି ସେତେବେଳେ ହଲଚଲ ହେଉଥିବା ଜାଣି ପାରିଥିଲେ। ପ୍ରଥମେ ଲୋକେ ଡରି ଯାଇଥିଲେ।

ପରେ ମହିଳାଜଣଙ୍କୁ ହଠାତ ଉଠି ବସିବାର ଦେଖାଯାଇଥିଲା। ସେ ନିଜେ ଶ୍ମଶାନରେ ନିଜକୁ ଦେଖି ଚକିତ ହୋଇଯାଇଥିଲେ। ପରେ ଲୋକେ ତାଙ୍କୁ ପୁରା କଥା କହିଥିଲେ। ସେ ଘରକୁ ଫେରିବା ପରେ ପରିବାରଲୋକଙ୍କ ମଧ୍ୟରେ ଖୁସିର ବାତାବରଣ ଖେଳିଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri