ସ୍ବାମୀଙ୍କ ସହ ଝଗଡ଼ା ପରେ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ସ୍ତ୍ରୀ

ପାଟଣା,୧୮।୧୧(ସ୍ବ.ପ୍ର.): କେନ୍ଦୁଝର ଜିିଲା ପାଟଣା ବ୍ଲକ ଏରେଣ୍ଡେଇ ଗ୍ରାମର ଜଣେ ୪୫ ବର୍ଷୀୟା ମହିଳା ବୁଧବାର ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେ ହେଲେ ରତ୍ନାକର ପାତ୍ରଙ୍କ ସ୍ତ୍ରୀ ଇନ୍ଦୁମତୀ। ତାଙ୍କୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲେ ହେଁ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ତୁରନ୍ତ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ଶରୀରର ୮୦ ପ୍ରତିଶତ ପୋଡ଼ିଯାଇଥିବା ଡାକ୍ତର କହିଛନ୍ତି।
ସୂଚନାଯୋଗ୍ୟ, ସକାଳୁ ସ୍ବାମୀଙ୍କ ସହ କୌଣସି କାରଣରୁ ଝଗଡ଼ା ଲାଗି ଥିଲା। ଏଥିରେ ଇନ୍ଦୁମତୀ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ।