Categories: ଫୁରସତ

କୁକୁରକୁ ଲାଲ୍‌ ରଙ୍ଗରେ ରଙ୍ଗାଇଲେ ମହିଳା, ଭିଡିଓ ଦେଖି ୟୁଜର କହିଲେ…

ଆପଣ ନିଶ୍ଚିତ ଭାବରେ ମଣିଷ ଏବଂ ପଶୁଙ୍କ ଜୀବନର ଅନେକ କାହାଣୀ ଶୁଣିଥିବେ। କିଛି ଲୋକ ସେମାନଙ୍କର ଗୃହପାଳିତ ପଶୁମାନଙ୍କ ସହିତ ବହୁତ ଅଦ୍ଭୁତ କାର୍ଯ୍ୟ କରନ୍ତି, ଯାହା ବିଷୟରେ ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ଆଜିକାଲି ସେମିତି ଏକ ଅଜବ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଜଣେ ମହିଳା ନିଜ ପୋଷା କୁକୁରକୁ ଲାଲ୍‌ ରଙ୍ଗରେ ରଙ୍ଗାଇ ଦେଇଛନ୍ତି।

ଭାଇରାଲ ଭିଡିଓରେ ଆମେରିକାର ଟିକ୍‌ଟକ୍‌ ୟୁଜର ତାଙ୍କ କୁକୁରକୁ ଲାଲ୍‌ ରଙ୍ଗ କରିଥିବା ଦେଖିବାକୁ ମିଳିଛି। ମହିଳା ଜଣକ କେବଳ ଏକ ସମ୍ପୂର୍ଣ୍ଣ ସିରିଜ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ତାଙ୍କ ପୋଷା କୁକୁରର ନାମ ଡାଣ୍ଡେଲିଅନ କହିଛନ୍ତି। କୁକୁରକୁ ଲାଲ ରଙ୍ଗ ଦେଇଥିବାରୁ ମହିଳା ଜଣକ ସୋସିଆଲ ମିଡିଆରେ ଟ୍ରୋଲ ହୋଇଛନ୍ତି।

ଏହି ଅଦ୍ଭୁତ କାର୍ଯ୍ୟ ପଛରେ ମହିଳା ଜଣକ ଏପରି ଏକ କାରଣ ଦର୍ଶାଇଥିଲେ, ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ମହିଳା ଜଣକ କହିଛନ୍ତି, କୁକୁରକୁ ନାଲି ରଙ୍ଗରେ ରଙ୍ଗାଇ ଥିବାରୁ ସେ ଏହାକୁ ସହଜରେ ଦେଖି ପାରିବେ। ଯାହାଫଳରେ ରାସ୍ତାରେ ଯିବାବେଳେ କୌଣସି କାର ତାଙ୍କୁ ଧକ୍କା ଦେବ ନାହିଁ। ଅନ୍ୟପକ୍ଷରେ କୁକୁରକୁ ନାଲି ରଙ୍ଗରେ ଦେଖି ବହୁ ୟୁଜର ରାଗି କି ନିଆଁବାଣ। ଅଧିକାଂଶ ୟୁଜର କୁହନ୍ତି, ମହିଳା କେବଳ ସୋସିଆଲ ମିଡିଆରେ ପ୍ରସିଦ୍ଧ ହେବା ପାଇଁ ଏପରି କରିଛନ୍ତି।

ସୋସିଆଲ ମିଡିଆରେ ଅଧିକାଂଶ ୟୁଜର କୁକୁରକୁ ଏହି ଉପାୟରେ ଲାଲ ରଙ୍ଗ ଦେବା ଯାହା, ପଶୁମାନଙ୍କ ସହିତ ଅସଦାଚରଣ କରିବା ସେଇୟା ବୋଲି କହିଛନ୍ତି।

Share