ବିଦ୍ୟାଳୟ ଫାଟକରେ ତାଲା ପକାଇଲେ ମହିଳା

ବାରିପଦା ଅଫିସ,୨।୪: ମୟୂରଭଞ୍ଜ ଜିଲା ଶାମାଖୁଣ୍ଟା ବ୍ଲକ ଅଧୀନ ଇଟାମୁଣ୍ଡିଆ ଗ୍ରାମ ବନଦୁର୍ଗା ଉଚ୍ଚ ବିଦ୍ୟାଳୟର ସଫେଇ କର୍ମଚାରୀ (ସୁଇପର) ପଦବୀରେ ନିଯୁକ୍ତିକୁ ନେଇ ଶନିବାର ଉତ୍ତେଜନା ପ୍ରକାଶ ପାଇଥିଲା। ଚଞ୍ଚକତା ପୂର୍ବକ ଦାୟିତ୍ୱ ପ୍ରଦାନ କରାଯାଇଥିବା ପ୍ରତିବାଦରେ ଉତ୍ତ୍ୟକ୍ତ ମହିଳାମାନେ ବିଦ୍ୟାଳୟରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଫଳରେ ଶିକ୍ଷକ ଓ ଛାତ୍ରୀଛାତ୍ରମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକି ରହିଥିଲେ। ଖବରପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ବୁଝାଶୁଝା କରିବା ସହ ଘଟଣାର ତଦନ୍ତ କରିବାର ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।
ସୂଚନା ଅନୁଯାୟୀ, ୧୯୮୯ରେ ପ୍ରତିଷ୍ଠା ହୋଇଥିବା ବନଦୁର୍ଗା ଉଚ୍ଚ ବିଦ୍ୟାଳୟରେ ୧୧୭ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ବିଦ୍ୟାଳୟକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ବୈତରଣୀ ଏସ୍‌ଏଚ୍‌ଜି ଗ୍ରୁପର ଜଣେ ସଦସ୍ୟଙ୍କୁ ସୁଇପର ପଦବୀରେ ନିଯୁକ୍ତି ଦିଆଯାଇଥିଲା। ବିଭିନ୍ନ ଗ୍ରୁପର ସଦସ୍ୟମାନେ ଏହାକୁ ବିରୋଧ କରିବା ସହ ଅନିୟମିତତା ଦର୍ଶାଇ ଫାଟକରେ ତାଲା ପକାଇଥିଲେ। ଫଳରେ ୭ଜଣ ଶିକ୍ଷକଙ୍କ ସମେତ ଛାତ୍ରୀଛାତ୍ରମାନେ ୬ଘଣ୍ଟା ଧରି ଅଟକି ରହିଥିଲେ। ଗ୍ରୁପରେ କୌଣସି ପ୍ରସ୍ତାବ ଅଣା ନ ଯାଇ ଚଞ୍ଚକତା ପୂର୍ବକ ନିଯୁକ୍ତି ପ୍ରଦାନ କରାଯାଇଥିବା ଅଭିଯୋଗ କରିଥିଲେ। ତେବେ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ଏବଂ ସଫେଇ କାର୍ଯ୍ୟ ପାଇଁ ଗୋଟିଏ ସ୍ବୟଂ ସହାୟିକା ଗୋଷ୍ଠୀକୁ ଏବେ ଦାୟିତ୍ୱ ଦିଆଯାଇଛି ା ମାତ୍ର ଭିନ୍ନ ଭିନ୍ନ କାର୍ଯ୍ୟ ପାଇଁ ଅନ୍ୟ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀକୁ କାର୍ଯ୍ୟ ଦାୟିତ୍ୱ ବଣ୍ଟନ କରିବାକୁ ମହିଳାମାନେ ଦାବି କରିଥିଲେ। ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆଗାମୀ ଦିନରେ ଅସନ୍ତୋଷ ତୀବ୍ର ରୂପ ଧାରଣ କରିବ ବୋଲି ମହିଳାମାନେ ଚେତାବନୀ ଦେଇଥିଲେ। ଏହାକୁ ନେଇ ସରପଞ୍ଚ ପଞ୍ଚୁୁ ସିଂ ଓ ସମିତି ସଭ୍ୟା ପହଞ୍ଚତ୍ ବୁଝାଶୁଝା କରିବା ପରେ ମଧ୍ୟ ନିଜ ଜିଦରେ ଅଟଳ ରହିଥିଲେ। ସୂଚନାପାଇ ପୋଲିସ ପହଞ୍ଚତ୍ବା ପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା ା