ବିବାହକୁ ନେଇ ମହିଳା କହିଥିଲେ ଏମିତି ମିଛ, ଯେଉଁଥିପାଇଁ ଯିବାକୁ ପଡ଼ିଲା ଜେଲ୍

ଇଂଲଣ୍ଡରେ ଜଣେ ମହିଳା ବିଳାସପୂର୍ଣ୍ଣ ବିବାହ ପାଇଁ ମିଛ କହିବାର ସବୁ ସୀମା ଟପିଯାଇଛନ୍ତି। ବିବାହର ଏପରି କ୍ରେଜ୍‌ ଥିଲା ଯେ ସେ ବର୍ଷବର୍ଷ ଧରି ମିଥ୍ୟା କହି ଆସୁଥିଲେ। ମହିଳା ହେଲେ ୨୯ ବର୍ଷିୟ ଟୋନି ଷ୍ଟାଣ୍ଡନ। ନିଜକୁ କର୍କଟ ହୋଇଥିବା ଟୋନି ତାଙ୍କ ବନ୍ଧୁମାନଙ୍କୁ କହିଥିଲେ। ତାଙ୍କର ହାତରେ ଆଉ କିଛି ଦିନ ସମୟ ବାକି ଅଛି। ଏଣୁ ସେ ଜାକଜମକରେ ବିବାହ କରିବାକୁ ଚାହୁଁଥିବା କହିଥିଲେ। ଏହା ପରେ ତାଙ୍କ ବନ୍ଧୁମାନେ ପାଣ୍ଠି ଯୋଗାଡ଼ କରି ଟୋନିଙ୍କ ସ୍ବପ୍ନ ପୂରଣ କରିବାକୁ ଚାହିଁଥିଲେ। ହେଲେ କିଛି ଦିନ ପରେ ଟୋନିଙ୍କ ଏହି ମିଛ ଧରାପଡ଼ି ଯାଇଛି।
୨୦୧୫ ରେ ଟୋନି ତାଙ୍କର ଦୁଇ ବନ୍ଧୁ ଆଶଲି ଏବଂ ଜେନିଫର୍‌ ଡଗଲସଙ୍କୁ କହିଥିଲେ ସେ କର୍କଟ ସହ ଲଢ଼ୁଛନ୍ତି। ତାଙ୍କ ଅବସ୍ଥା ବିଷୟରେ ସେ ନିଜ ସାଙ୍ଗମାନଙ୍କୁ କ୍ରମାଗତ ଭାବରେ ଅପଡେଟ୍‌ କରୁଥିଲେ। ଯାହାଫଳରେ ସେ ମିଛ କହୁଥିବାର ସନ୍ଦେହ ହେଉ ନ ଥିଲା। ଟୋନି ମଧ୍ୟ ଲଣ୍ଡା ଥିଲେ ଯାହାଦ୍ୱାରା ସେ କର୍କଟ ଚିକିତ୍ସା କରୁଛନ୍ତି ବୋଲି ପ୍ରମାଣିତ ହେଉଥିଲା।
ଟୋନିଙ୍କ ଘନିଷ୍ଠ ବନ୍ଧୁମାନେ ଏକ ପେଜ କରି ୮,୩୪୪ ପାଉଣ୍ଡ ଅର୍ଥାତ ପ୍ରାୟ ସାଢ଼େ ଆଠ ଲକ୍ଷ ଟଙ୍କା ପାଣ୍ଠି ଗ୍ରହଣ କରଥିଲେ। ଏହା ବ୍ୟତୀତ ଜଣେ ସ୍ଥାନୀୟ ବ୍ୟବସାୟୀ ତାଙ୍କୁ ୨,୦୦୦ ହଜାର ପାଉଣ୍ଡର ଆର୍ଥିକ ସହାୟତା ଦେଇଥିଲେ। ସେହିପରି ବିବାହ ପାଇଁ ଉପହାର ସ୍ବରୂପ ଟୋନି ଏକ କାର ମଧ୍ୟ ପାଇଥିଲେ।

ଟୋନିଙ୍କ ପିତା ପ୍ରକୃତରେ କର୍କଟ ରୋଗରେ ପୀଡିତ ଥିଲେ। ଝିଅର ବିବାହ ପୂର୍ବରୁ ତାଙ୍କର ଦେହାନ୍ତ ହୋଇଯାଇଥିଲା। ହେଲେ ସେ ତାଙ୍କ ଝିଅ ପାଇଁ ଏକ ଭିଡିଓ ତିଆରି କରିଥିଲେ ଯାହା ଟୋନିଙ୍କ ବିବାହ ଦିନ ଚଲାଯାଇଥିଲା। ଏହା ବ୍ୟତୀତ ଇଂଲଣ୍ଡ ଫୁଟବଲ କ୍ଲବ ଏଭର୍ଟନର ଖେଳାଳି ମଧ୍ୟ ତାଙ୍କୁ ଏକ ଭିଡିଓ ମେସେଜ ପଠାଇ ବିବାହ ପାଇଁ ଶୁଭେଚ୍ଛା ଜଣାଇଥିଲେ। ତାଙ୍କ ବିବାହ ଦିନ ଟୋନି ବହୁତ ଖୁସି ଦେଖାଯାଉଥିଲେ, ଯାହା ପରେ ତାଙ୍କ ଅସୁସ୍ଥତା ଉପରେ ସନ୍ଦେହ ସୃଷ୍ଟି ହୋଇଥିଲା ।

ଶେଷରେ ଟୋନି ସାଙ୍ଗମାନଙ୍କୁ ଫୋନକରି ମିଥ୍ୟା ବିଷୟରେ ଜଣାଇଥିଲେ। ଯାହା ତାଙ୍କ ସାଙ୍ଗମାନେ ରେକର୍ଡ କରିଥିଲେ। ସେ ସ୍ପଷ୍ଟ ଭାବରେ କହିଥିଲେ ଯେ, ତାଙ୍କ ସ୍ବପ୍ନର ବିବାହ ଏବଂ ବିଳାସପୂର୍ଣ୍ଣ ଛୁଟି କାଟିବା ପାଇଁ ସେ ଏପରି ପଦକ୍ଷେପ ନେଇଛନ୍ତି। ଟୋନି ତାଙ୍କ ସାଙ୍ଗମାନଙ୍କୁ ମଧ୍ୟ କହିଛନ୍ତି ଯେ, ଯେହେତୁ ତାଙ୍କ ସ୍ବାମୀଙ୍କର ଏ ବିଷୟରେ କୌଣସି ଧାରଣା ନ ଥିଲା, ତେଣୁ ସେ ବହୁତ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏ ନେଇ ସେ ତାଙ୍କୁ ଛାଡପତ୍ର ଦେଇପାରନ୍ତି। ପରେ ତାଙ୍କୁ ୫ ମାସ ଦଣ୍ଡ ଶୁଣାଯାଇ ଜେଲ୍‌ ପଠାଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri