ଘଞ୍ଚଜଙ୍ଗଲ ପାର କରି ଲୋକଙ୍କୁ ମାଗଣାରେ ଔଷଧ ପହଞ୍ଚାଉଛନ୍ତି ଏହି ମହିଳା

ରାୟପୁର,୨୭।୭: ମହାମାରୀ କରୋନା କାଳରେ ଯେଉଁଠାରେ ଲୋକମାନେ ନିଜ ସମ୍ପର୍କୀୟଙ୍କଠାରୁ ଦୂରେଇ ରହୁଛନ୍ତି। ସେଠାରେ କରୋନା ସହ ଲଢ଼ିବା ପାଇଁ ସବୁଠାରୁ ଆଗରେ ଛିଡ଼ା ହୋଇଥିବା ଡାକ୍ତର, ନର୍ସ ଓ ସ୍ବାସ୍ଥ୍ୟ କର୍ମଚାରୀମାନେ ନିଃସ୍ବାର୍ଥପର ଭାବେ ସେବା ପ୍ରଦାନ କରୁଛନ୍ତି। ଏଭଳି ସମୟରେ ତାଙ୍କର ଅବଦାନ ଅତୁଳନୀୟ। ହେଲେ ଏଭଳି ଜଣେ ମହିଳା ଅଛନ୍ତି ଯେ, ଯିଏ ନିଃସ୍ବାର୍ଥପର ଭାବେ ଘଞ୍ଚ ଜଙ୍ଗଲ ରାସ୍ତା ପାର କରି ମାଗଣାରେ ଲୋକଙ୍କ ନିକଟରେ ଔଷଧ ପହଞ୍ଚାଉଛନ୍ତି। ଏହି ଦୃଶ୍ୟ ହେଉଛି ଛତିଶଗଡ଼ର ସରଗୁଜା ଜିଲାର ସୁର ଗାଁର। ନିଷିଦ୍ଧାଞ୍ଚଳରେ ଆସୁଥିବା ଏହି ସୁର ଗାଁ ଘଞ୍ଚଜଙ୍ଗଲରେ ପରିପୂର୍ଣ୍ଣ। ସ୍ବାଧିନତାର ଏତେ ବର୍ଷ ପରେ ଏହି ଗାଁ ଏତେଟା ବିକଶିତ ହୋଇ ନ ଥିବା ବେଳେ ଏଠାକାର ଲୋକମାନେ ସମସ୍ତ ମୌଳିକ ଅଧିକାରରୁ ଆଜି ବି ବଞ୍ଚିତ। ତେବେ ସେମାନଙ୍କର ସହାୟତା ପାଇଁ ଦୀର୍ଘ ୧୦ବର୍ଷରୁ ଜଣେ ନର୍ସ ଅଣ୍ଟା ଭିଡିଛନ୍ତି। ୫୫ବର୍ଷୀୟ ମୁଦଗଲୀ ତିର୍କି ନର୍ସ ଭାବେ କାର୍ଯ୍ୟରତ ଅଛନ୍ତି। ଘଞ୍ଚ ଜଙ୍ଗଲ ରାସ୍ତା ପାର କରି ସେ ସପ୍ତାହକୁ ୨ଥର ସୁର ଗାଁକୁ ଯାଇଥାନ୍ତି। ସେଠାକାର ଲୋକଙ୍କୁ ମାଗଣାରେ ଔଷଧ ଦେବା ସହ ଆବଶ୍ୟକୀୟ ସାମଗ୍ରୀ ଓ ପିଲାଙ୍କ ପାଇଁ ଦଲିଆ ଓ ସୁଜି ମଧ୍ୟ ଯୋଗଇ ଦେଇଥାନ୍ତି। ମୁଦଗଲୀଙ୍କ ଏହି କାର୍ଯ୍ୟ ଯୋଗୁ ସେ ଗାଁର ପ୍ରିୟପାତ୍ର ହୋଇପାରିଥିବା ବେଳେ ଲୋକମାନେ ମଧ୍ୟ ତାଙ୍କୁ ଆପଣାର ମାନିଥାନ୍ତି। ତାଙ୍କ ପ୍ରଶଂସା କରିବାକୁ ଯାଇ କେବେ ଥକନ୍ତି ନାହିଁ। ଏତଦ୍‌ ବ୍ୟତୀତ ମୁଦଗଲୀ ଏଠାକାର ରୋଗାଗ୍ରସ୍ତ ଲୋକଙ୍କୁ ଚିକିତ୍ସା କରିବାଠାରୁ ଆରମ୍ଭ କରି ହସ୍ପିଟାଲ ନେବା ପର୍ଯ୍ୟନ୍ତ ସବୁ କାର୍ଯ୍ୟ କରିଥାନ୍ତି। ଏପରିକି କେତେକ ଗର୍ଭବତୀଙ୍କର ମଧ୍ୟ ସେ ପ୍ରସବ କରାଇଥିବା କୁହାଯାଏ। ଜଙ୍ଗଲ ରାସ୍ତା ଦେଇ ଏକୁଟିଆ ଯିବା ଅସମ୍ଭବ ହୋଇଥିବାରୁ ତାଙ୍କ ସହ ଜଣେ ପୁରୁଷ କର୍ମଚାରୀ ମଧ୍ୟ ସେଠାକୁ ଯାଇଥାନ୍ତି। ଦୀର୍ଘ ବର୍ଷ ଧରି ସେବା ପ୍ରଦାନ କରୁଥିବା ମୁଦଗଲୀ କରୋନା ସମୟରେ ବି ନିଜର ସେବା ଜାରି ରଖିଛନ୍ତି। ତେବେ ତାଙ୍କର ଏହି ସେବା ମନୋଭାବ, କାର୍ଯ୍ୟନିଷ୍ଠା ଓ ବଳିଦାନ ସମସ୍ତ ପାଇଁ ଏକ ଉଦାହରଣ ପାଲଟିଥିବା ବେଳେ ସବୁ ମହଲରେ ତାଙ୍କୁ ଭୂୟସୀ ପ୍ରଶଂସା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri