ବ୍ଲେଡ୍‌ରେ ଶିଶୁ ନାହି କାଟିଥିଲେ ମହିଳା

କାମାକ୍ଷାନଗର, ୭ା୫(ଡି.ଏନ୍‌.ଏ.) ଗର୍ଭ ଯନ୍ତ୍ରଣାରେ ଘଣ୍ଟାଏ କାଳ ଛଟପଟ ହେଲେ। ଖୋଲା ଆକାଶ ତଳେ ପ୍ରସବ କଲେ। ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚତ୍ବାଠାରୁ ଆରମ୍ଭ କରି ପ୍ରସବ ପର୍ଯ୍ୟନ୍ତ ନା ମିଳିଲା କର୍ମଚାରୀଙ୍କ ଦେଖା ନା ଖୋଲାଗଲା ଡାକ୍ତରଖାନା ଦ୍ୱାର। ଫଳରେ ଅନ୍ୟ ଉପାୟ ନ ଥିବାରୁ ବ୍ଲେଡ୍‌ରେ ନିଜ ହାତରେ ନବଜାତ ଶିଶୁପୁତ୍ରର ନାହି ବି କାଟିବାକୁ ବାଧ୍ୟ ହେଲେ। ମାନବିକତାକୁ ଲଜ୍ଜିତ କରିବା ଭଳି ଘଟଣା ସମ୍ପର୍କରେ ଖବର ପ୍ରଚାର ହେବା ପରେ ଉତ୍ତେଜିତ ହୋଇଉଠିଲେ ସ୍ଥାନୀୟ ଲୋକେ। ଡାକ୍ତରଖାନା ଆଗରେ ହୋହଲ୍ଲା କରିବା ପରେ ପହଞ୍ଚତ୍ଲେ ଫାର୍ମାସିଷ୍ଟ। ଏହାପରେ ପ୍ରସୂତି ଏବଂ ନବଜାତକଙ୍କୁ ମିଳିଲା ଜରୁରୀ ସେବା। ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ ବୀରାଶାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗତ ଗୁରୁବାର ରାତି ପ୍ରାୟ ୭ଟାରେ ଘଟିଥିବା ଏଭଳି ସ୍ପର୍ଶକାତର ଘଟଣାର ଖୋଳତାଡ଼ କରିବା ବେଳେ ଏଭଳି କିଛି ତଥ୍ୟ ପଦାକୁ ଆସିଛି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ସ୍ବାସ୍ଥ୍ୟସେବାର ପ୍ରାଣକେନ୍ଦ୍ର କୁହାଯାଉଥିବା ଏହି ଡାକ୍ତରଖାନାରେ ଡାକ୍ତର ଏବଂ କର୍ମଚାରୀ ରହୁ ନ ଥିବାରୁ ଆବଶ୍ୟକ ସମୟରେ ଚିକିତ୍ସା ସେବା ମିଳୁନାହିଁ। ଫଳରେ ରୋଗୀ ଯମଯନ୍ତ୍ରଣା ଭୋଗୁଥିବା ଅଭିଯୋଗ ହେଉଛି। ଅନ୍ୟପଟେ ଏହି ଘଟଣାରେ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦାୟିତ୍ୱରେ ଥିବା ସୁରକ୍ଷା କର୍ମୀଙ୍କୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ) ନିଲମ୍ବିତ କରିଛନ୍ତି। ଶନିବାର ଘଟଣାର କ୍ଷେତ୍ରସ୍ତରୀୟ ତଦନ୍ତ କରାଯିବ। କର୍ତ୍ତବ୍ୟରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଡିଏମ୍‌ଓ କହିଛନ୍ତି।
ସୂଚନାଯୋଗ୍ୟ, ଉପାନ୍ତ କଙ୍କଡ଼ାହାଡ଼ ବ୍ଲକ ରହଣି ଗ୍ରାମର ସନ୍ତୋଷ ନାୟକଙ୍କ ସ୍ତ୍ରୀ ଦେବକୀଙ୍କ ଗୁରୁବାର ସନ୍ଧ୍ୟାରେ ଆରମ୍ଭ ହୋଇଥିଲା ପ୍ରସବ ଯନ୍ତ୍ରଣା। ଏହା ଥିଲା ତାଙ୍କର ୩ୟ ଗର୍ଭ। ତୁରନ୍ତ ଚିକିତ୍ସା ସୁବିଧା ମିଳିବ ଭାବି ପରିବାର ଲୋକେ ତାଙ୍କୁ ନେଇ ଆସିଥିଲେ ବୀରାଶାଳ ଡାକ୍ତରଖାନାକୁ। ତେବେ ସେତେବେଳକୁ ସ୍ବାସ୍ଥ୍ୟକେନ୍ଦ୍ରରେ ଝୁଲୁଥିଲା ତାଲା। ସନ୍ଧ୍ୟା ୭ଟାରୁ ଡାକ୍ତରଖାନାରେ ତାଲା ପଡ଼ିବାକୁ ନେଇ ଘର ଲୋକେ ଅକଳରେ ପଡ଼ିଥିଲେ। ଅପରପକ୍ଷେ କୌଣସି ଜଣେ ମଧ୍ୟ କର୍ମଚାରୀ ଉପସ୍ଥିତ ନ ରହିବା ସେମାନଙ୍କ ମୁଣ୍ଡରେ ଚଡ଼କ ପକାଇଥିଲା। ଏଣେ ସମୟ ବଢ଼ିବା ସହିତ ଅସହ୍ୟ ହୋଇଥିଲା ଦେବକୀଙ୍କ ଗର୍ଭକଷ୍ଟ। ରାତି ହୋଇଯାଇଥିବାରୁ ଅନ୍ୟ କୌଣସି ଡାକ୍ତରଖାନାକୁ ଯିବା ସମ୍ଭବ ବି ନ ଥିଲା। ଫଳରେ ଦୀର୍ଘ ସମୟ ଛଟପଟ ହେବା ପରେ ଡାକ୍ତରଖାନା କ୍ୟାମ୍ପସ୍‌ର ଖୋଲା ଆକାଶ ତଳେ ଦେବକୀ ଜନ୍ମ ଦେଇଥିଲେ ଏକ ଶିଶୁପୁତ୍ର। ସୂଚନା ପାଇ ଡାକ୍ତରଖାନାର ଫାର୍ମାସିଷ୍ଟ ପହଞ୍ଚତ୍ଥିଲେ। ରାତି ପ୍ରାୟ ୯ଟାରେ ମେଡିକାଲରେ ଉଭୟ ମା’ ଏବଂ ଶିଶୁଙ୍କର ଆବଶ୍ୟକ ଚିକିତ୍ସା କରାଯାଇଥିଲା। ସେତେବେଳକୁ ଦେବକୀ ଶିଶୁର ନାହି କାଟିସାରିଥିଲେ।
ସୂଚନା ପାଇ ବ୍ଲକ ଅଧ୍ୟକ୍ଷା ଚାରୁଲତା ମିଶ୍ରଙ୍କ ପୁଅ ଶୁଭ୍ରାଂଶୁ ଶେଖର ମିଶ୍ର ଡାକ୍ତରଖାନାରେ ପହଞ୍ଚତ୍ ମା’ପୁଅଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଉଭୟଙ୍କ ସ୍ବାସ୍ଥ୍ୟ ଭଲ ଥିବାରୁ ଫାର୍ମାସିଷ୍ଟଙ୍କ ପରାମର୍ଶକ୍ରମେ ସେମାନଙ୍କୁ ଭଡ଼ା ଗାଡ଼ିରେ ଘରକୁ ପଠାଇବା ବ୍ୟବସ୍ଥା କରିଥିଲେ। ସ୍ବାସ୍ଥ୍ୟକେନ୍ଦ୍ରରେ ଲାଗି ରହିଥିବା ଅବ୍ୟବସ୍ଥାକୁ ନେଇ ଶୁଭ୍ରାଂଶୁ କ୍ଷୋଭବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଡାକ୍ତରଖାନାରେ ଅଧିକାଂଶ ସମୟ ଡାକ୍ତର ରହୁନାହାନ୍ତି। ଢେଙ୍କାନାଳରୁ ଯିବା ଆସିବା କରୁଥିବାରୁ ସନ୍ଧ୍ୟା ହେଲେ ପଳାଉଛନ୍ତି। ପ୍ରତିବାଦ କଲେ ଓଲଟି ନାଲିଆଖି ଦେଖାଉଛନ୍ତି। ଫଳରେ ନିରୀହ ଆଦିବାସୀମାନେ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଏଭଳି ଦାୟିତ୍ୱହୀନ ଡାକ୍ତର ଏବଂ କର୍ମଚାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।
ଅନ୍ୟପଟେ କର୍ମଚାରୀ ଅଭାବ ଯୋଗୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ପ୍ରଦୀପ କୁମାର ଜେନା ସ୍ପଷ୍ଟୀକରଣ ରଖିଛନ୍ତି। ସେ କହିଛନ୍ତି, ଡାକ୍ତରଖାନାରେ ୬ଜଣଙ୍କ ପରିବର୍ତ୍ତେ ୨ଜଣ ଡାକ୍ତର ଅଛନ୍ତି। ଜଣେ ମହିଳା ଏମ୍‌ବିବିଏସ୍‌ ଡାକ୍ତର ବ୍ୟକ୍ତିଗତ କାର୍ଯ୍ୟରେ ଛୁଟିରେ ଅଛନ୍ତି। ତାଙ୍କ ଉପରେ ଡାକ୍ତରଖାନା ପରିଚାଳନା ଚାପ ରହୁଛି। ବ୍ୟକ୍ତିଗତ ସମସ୍ୟା ମଧ୍ୟ ରହିଛି। ସବୁଦିନ କାମ କରିବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି। ଅନ୍ୟପଟେ ଏଭଳି ଘଟଣାରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ) ଡା. ଅଶୋକ କୁମାର ଦାସଙ୍କ ପ୍ରତିକ୍ରିୟା ଲୋଡ଼ିବାରେ ସେ କହିଛନ୍ତି, ଏହା ଏକ ସମ୍ବେଦନଶୀଳ ଏବଂ ଦୁଃଖଦ ଖଟଣା। ଶନିବାର ଜିଲାସ୍ତରୀୟ ଜଣେ ନୋଡାଲ ଅଧିକାରୀଙ୍କ ଦ୍ୱାରା ଏହାର ତଦନ୍ତ କରାଯିବ। ଅଭିଯୋଗ ପ୍ରମାଣିତ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri