ବ୍ଲେଡ୍‌ରେ ଶିଶୁ ନାହି କାଟିଥିଲେ ମହିଳା

କାମାକ୍ଷାନଗର, ୭ା୫(ଡି.ଏନ୍‌.ଏ.) ଗର୍ଭ ଯନ୍ତ୍ରଣାରେ ଘଣ୍ଟାଏ କାଳ ଛଟପଟ ହେଲେ। ଖୋଲା ଆକାଶ ତଳେ ପ୍ରସବ କଲେ। ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚତ୍ବାଠାରୁ ଆରମ୍ଭ କରି ପ୍ରସବ ପର୍ଯ୍ୟନ୍ତ ନା ମିଳିଲା କର୍ମଚାରୀଙ୍କ ଦେଖା ନା ଖୋଲାଗଲା ଡାକ୍ତରଖାନା ଦ୍ୱାର। ଫଳରେ ଅନ୍ୟ ଉପାୟ ନ ଥିବାରୁ ବ୍ଲେଡ୍‌ରେ ନିଜ ହାତରେ ନବଜାତ ଶିଶୁପୁତ୍ରର ନାହି ବି କାଟିବାକୁ ବାଧ୍ୟ ହେଲେ। ମାନବିକତାକୁ ଲଜ୍ଜିତ କରିବା ଭଳି ଘଟଣା ସମ୍ପର୍କରେ ଖବର ପ୍ରଚାର ହେବା ପରେ ଉତ୍ତେଜିତ ହୋଇଉଠିଲେ ସ୍ଥାନୀୟ ଲୋକେ। ଡାକ୍ତରଖାନା ଆଗରେ ହୋହଲ୍ଲା କରିବା ପରେ ପହଞ୍ଚତ୍ଲେ ଫାର୍ମାସିଷ୍ଟ। ଏହାପରେ ପ୍ରସୂତି ଏବଂ ନବଜାତକଙ୍କୁ ମିଳିଲା ଜରୁରୀ ସେବା। ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ ବୀରାଶାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗତ ଗୁରୁବାର ରାତି ପ୍ରାୟ ୭ଟାରେ ଘଟିଥିବା ଏଭଳି ସ୍ପର୍ଶକାତର ଘଟଣାର ଖୋଳତାଡ଼ କରିବା ବେଳେ ଏଭଳି କିଛି ତଥ୍ୟ ପଦାକୁ ଆସିଛି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ସ୍ବାସ୍ଥ୍ୟସେବାର ପ୍ରାଣକେନ୍ଦ୍ର କୁହାଯାଉଥିବା ଏହି ଡାକ୍ତରଖାନାରେ ଡାକ୍ତର ଏବଂ କର୍ମଚାରୀ ରହୁ ନ ଥିବାରୁ ଆବଶ୍ୟକ ସମୟରେ ଚିକିତ୍ସା ସେବା ମିଳୁନାହିଁ। ଫଳରେ ରୋଗୀ ଯମଯନ୍ତ୍ରଣା ଭୋଗୁଥିବା ଅଭିଯୋଗ ହେଉଛି। ଅନ୍ୟପଟେ ଏହି ଘଟଣାରେ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦାୟିତ୍ୱରେ ଥିବା ସୁରକ୍ଷା କର୍ମୀଙ୍କୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ) ନିଲମ୍ବିତ କରିଛନ୍ତି। ଶନିବାର ଘଟଣାର କ୍ଷେତ୍ରସ୍ତରୀୟ ତଦନ୍ତ କରାଯିବ। କର୍ତ୍ତବ୍ୟରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଡିଏମ୍‌ଓ କହିଛନ୍ତି।
ସୂଚନାଯୋଗ୍ୟ, ଉପାନ୍ତ କଙ୍କଡ଼ାହାଡ଼ ବ୍ଲକ ରହଣି ଗ୍ରାମର ସନ୍ତୋଷ ନାୟକଙ୍କ ସ୍ତ୍ରୀ ଦେବକୀଙ୍କ ଗୁରୁବାର ସନ୍ଧ୍ୟାରେ ଆରମ୍ଭ ହୋଇଥିଲା ପ୍ରସବ ଯନ୍ତ୍ରଣା। ଏହା ଥିଲା ତାଙ୍କର ୩ୟ ଗର୍ଭ। ତୁରନ୍ତ ଚିକିତ୍ସା ସୁବିଧା ମିଳିବ ଭାବି ପରିବାର ଲୋକେ ତାଙ୍କୁ ନେଇ ଆସିଥିଲେ ବୀରାଶାଳ ଡାକ୍ତରଖାନାକୁ। ତେବେ ସେତେବେଳକୁ ସ୍ବାସ୍ଥ୍ୟକେନ୍ଦ୍ରରେ ଝୁଲୁଥିଲା ତାଲା। ସନ୍ଧ୍ୟା ୭ଟାରୁ ଡାକ୍ତରଖାନାରେ ତାଲା ପଡ଼ିବାକୁ ନେଇ ଘର ଲୋକେ ଅକଳରେ ପଡ଼ିଥିଲେ। ଅପରପକ୍ଷେ କୌଣସି ଜଣେ ମଧ୍ୟ କର୍ମଚାରୀ ଉପସ୍ଥିତ ନ ରହିବା ସେମାନଙ୍କ ମୁଣ୍ଡରେ ଚଡ଼କ ପକାଇଥିଲା। ଏଣେ ସମୟ ବଢ଼ିବା ସହିତ ଅସହ୍ୟ ହୋଇଥିଲା ଦେବକୀଙ୍କ ଗର୍ଭକଷ୍ଟ। ରାତି ହୋଇଯାଇଥିବାରୁ ଅନ୍ୟ କୌଣସି ଡାକ୍ତରଖାନାକୁ ଯିବା ସମ୍ଭବ ବି ନ ଥିଲା। ଫଳରେ ଦୀର୍ଘ ସମୟ ଛଟପଟ ହେବା ପରେ ଡାକ୍ତରଖାନା କ୍ୟାମ୍ପସ୍‌ର ଖୋଲା ଆକାଶ ତଳେ ଦେବକୀ ଜନ୍ମ ଦେଇଥିଲେ ଏକ ଶିଶୁପୁତ୍ର। ସୂଚନା ପାଇ ଡାକ୍ତରଖାନାର ଫାର୍ମାସିଷ୍ଟ ପହଞ୍ଚତ୍ଥିଲେ। ରାତି ପ୍ରାୟ ୯ଟାରେ ମେଡିକାଲରେ ଉଭୟ ମା’ ଏବଂ ଶିଶୁଙ୍କର ଆବଶ୍ୟକ ଚିକିତ୍ସା କରାଯାଇଥିଲା। ସେତେବେଳକୁ ଦେବକୀ ଶିଶୁର ନାହି କାଟିସାରିଥିଲେ।
ସୂଚନା ପାଇ ବ୍ଲକ ଅଧ୍ୟକ୍ଷା ଚାରୁଲତା ମିଶ୍ରଙ୍କ ପୁଅ ଶୁଭ୍ରାଂଶୁ ଶେଖର ମିଶ୍ର ଡାକ୍ତରଖାନାରେ ପହଞ୍ଚତ୍ ମା’ପୁଅଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଉଭୟଙ୍କ ସ୍ବାସ୍ଥ୍ୟ ଭଲ ଥିବାରୁ ଫାର୍ମାସିଷ୍ଟଙ୍କ ପରାମର୍ଶକ୍ରମେ ସେମାନଙ୍କୁ ଭଡ଼ା ଗାଡ଼ିରେ ଘରକୁ ପଠାଇବା ବ୍ୟବସ୍ଥା କରିଥିଲେ। ସ୍ବାସ୍ଥ୍ୟକେନ୍ଦ୍ରରେ ଲାଗି ରହିଥିବା ଅବ୍ୟବସ୍ଥାକୁ ନେଇ ଶୁଭ୍ରାଂଶୁ କ୍ଷୋଭବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଡାକ୍ତରଖାନାରେ ଅଧିକାଂଶ ସମୟ ଡାକ୍ତର ରହୁନାହାନ୍ତି। ଢେଙ୍କାନାଳରୁ ଯିବା ଆସିବା କରୁଥିବାରୁ ସନ୍ଧ୍ୟା ହେଲେ ପଳାଉଛନ୍ତି। ପ୍ରତିବାଦ କଲେ ଓଲଟି ନାଲିଆଖି ଦେଖାଉଛନ୍ତି। ଫଳରେ ନିରୀହ ଆଦିବାସୀମାନେ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଏଭଳି ଦାୟିତ୍ୱହୀନ ଡାକ୍ତର ଏବଂ କର୍ମଚାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।
ଅନ୍ୟପଟେ କର୍ମଚାରୀ ଅଭାବ ଯୋଗୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ପ୍ରଦୀପ କୁମାର ଜେନା ସ୍ପଷ୍ଟୀକରଣ ରଖିଛନ୍ତି। ସେ କହିଛନ୍ତି, ଡାକ୍ତରଖାନାରେ ୬ଜଣଙ୍କ ପରିବର୍ତ୍ତେ ୨ଜଣ ଡାକ୍ତର ଅଛନ୍ତି। ଜଣେ ମହିଳା ଏମ୍‌ବିବିଏସ୍‌ ଡାକ୍ତର ବ୍ୟକ୍ତିଗତ କାର୍ଯ୍ୟରେ ଛୁଟିରେ ଅଛନ୍ତି। ତାଙ୍କ ଉପରେ ଡାକ୍ତରଖାନା ପରିଚାଳନା ଚାପ ରହୁଛି। ବ୍ୟକ୍ତିଗତ ସମସ୍ୟା ମଧ୍ୟ ରହିଛି। ସବୁଦିନ କାମ କରିବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି। ଅନ୍ୟପଟେ ଏଭଳି ଘଟଣାରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ) ଡା. ଅଶୋକ କୁମାର ଦାସଙ୍କ ପ୍ରତିକ୍ରିୟା ଲୋଡ଼ିବାରେ ସେ କହିଛନ୍ତି, ଏହା ଏକ ସମ୍ବେଦନଶୀଳ ଏବଂ ଦୁଃଖଦ ଖଟଣା। ଶନିବାର ଜିଲାସ୍ତରୀୟ ଜଣେ ନୋଡାଲ ଅଧିକାରୀଙ୍କ ଦ୍ୱାରା ଏହାର ତଦନ୍ତ କରାଯିବ। ଅଭିଯୋଗ ପ୍ରମାଣିତ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ: ଦେଲେ ଗୁରୁଦାୟିତ୍ୱ, ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

ଦୁଇଦିନ ଗାଡ଼ି ଚେକିଂ କଡ଼ାକଡ଼ି: ଭୁଲରେ ବି କରନ୍ତୁ ନି ଏପରି…

ଭୁବନେଶ୍ୱର,୩୦।୧୨: ମଙ୍ଗଳବାର ଏବଂ ବୁଧବାର ଦୁଇଦିନ ଗାଡ଼ି ଚେକିଂ କଡ଼ାକଡ଼ି କରାଯିବ। ଏ ନେଇ ସବୁ RTOଙ୍କୁ ପରିବହନ କମିଶନର ଚିଠି ଲେଖିଛନ୍ତି। ମଦ ପିଇ...

ଯାଜପୁର ଏମ୍‌ପିଙ୍କ ଘର ଉପରକୁ ଆକ୍ରମଣ, ୨ ଜଣଙ୍କୁ ବାନ୍ଧି…

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଏମ୍‌ପି ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରାଙ୍କ ବାସଭବନ ଉପରକୁ ଆକ୍ରମଣ ହୋଇଥିବା ଖବର ମିଳିଛି। କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର...

ତୃଣମୂଳ ସ୍ତରରେ ସଂଗଠନ ହେବ ସୁଦୃଢ଼: ଜିଲା ସଭାପତି ହେଉ ହେଉ ସାଙ୍ଗଠନିକ କମିଟି ଗଠନ କଲେ…

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ): ଭାଜପା ଭଞ୍ଜନଗର ସାଙ୍ଗଠନିକ ଜିଲା ନୂତନ କମିଟି ଗଠିତ ହୋଇଛି। ଫଳରେ ନୂତନ କର୍ମକର୍ତ୍ତାଙ୍କୁ ନେଇ ତୃଣମୂଳ ସ୍ତରରେ ସଂଗଠନ ଆହୁରି ସୁଦୃଢ଼...

BMCର ବଡ଼ ସୂଚନା: ଜାନୁଆରୀ ୪ରେ ‘ପଥ ଉତ୍ସବ’

ଭୁବନେଶ୍ବର,୩୦।୧୨: ଭୁବନେଶ୍ୱର ମହାନଗର ନିଗମ୍‌(BMC) ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଦିଆଯାଇଛି। ରାଜଧାନୀ ଭୁବନେଶ୍ୱରରେ ଜାନୁଆରୀ ୪ତାରିଖରୁ ଚଳିତ ସିଜିନ୍‌ର ପ୍ରଥମ ‘ପଥ ଉତ୍ସବ’...

ରାଜ୍ୟସ୍ତରୀୟ ଚକରା ବିଷୋୟୀ ଜୟନ୍ତୀ: ଆମେ ଲୋକଙ୍କ ଡାକ ପିଅନ କହିଲେ…

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବିଞ୍ଜିଗିରି ଠାରେ ବୀର ଚକରା ବିଷୋୟୀଙ୍କ ରାଜ୍ୟ ସ୍ତରୀୟ ୨୦୩ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri