କରୋନା ଟିକା ନେବା ପରେ ଏହି ସମସ୍ୟାର ସମ୍ମୁଖୀନ ହେଲେ ମହିଳା

ଲଣ୍ଡନ,୨୩।୪: କରୋନା ମହାମାରୀ ସମଗ୍ର ବିଶ୍ୱରେ ପୁଣି ଆତଙ୍କ ଖେଳାଇଲାଣି। ଏହି ସଂକ୍ରମଣକୁ କମ୍‌ କରିବା ପାଇଁ ପୂରା ଦୁନିଆରେ ଟିକାକରଣ ଅଭିଯାନ ଜୋରଦାର ଚାଲିଛି। ମାତ୍ର ଗ୍ଲାସଗୋର ଜଣେ ମହିଳା କରୋନା ଟିକା ନେବା ପରେ ଏକ ଅଜବ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ମହିଳାଙ୍କ କହିବା ଅନୁଯାୟୀ, ଆଷ୍ଟ୍ରୋଜେନେକା ଭ୍ୟାକ୍ସିନ ନେବା ପରେ ତାଙ୍କ ପାଦ ରକ୍ତରେ ଭରି ଯାଇଥିଲା।

ଏକ ରିପୋର୍ଟ ଅନୁଯାୟୀ, ଗ୍ଲାସଗୋର ସାରା ବୁକ୍‌ମ୍ୟାନ୍‌ କହିଛନ୍ତି, ମାର୍ଚ୍ଚ ମଧ୍ୟରେ ସେ ଆଷ୍ଟ୍ରୋଜେନେକା ଟିକା ନେଇଥିଲେ। ପରେ ତାଙ୍କଠାରେ ଫ୍ଲୁ’ର ଲକ୍ଷଣ ଦେଖା ଦେଇଥିଲା। ଏହାର ଗୋଟିଏ ସପ୍ତାହ ପରେ ପାଦରେ ରକ୍ତ ଜମାଟ ବାନ୍ଧିଗଲା। ପରେ ଦେହ ସାରା ରକ୍ତ ଜମାଟ ବାନ୍ଧିଥିବା ଦେଖିବାକୁ ମିଳିଲା। ସାରା ଏଥିରେ ବହୁତ ଡରି ଯାଇଥିଲେ। ସେ ଡାକ୍ତରଙ୍କ ନିକଟକୁ ଯିବାରୁ ତାଙ୍କୁ ୧୬ ଦିନ ହସ୍ପିଟାଲରେ ରହିଥିଲେ। ଚିକିତ୍ସା ପରେ ଏବେ ସେ ସୁସ୍ଥ ଅଛନ୍ତି।

ଅନ୍ୟପକ୍ଷରେ ବ୍ରିଟେନର ତ୍ୱଚା ବିଶେଷଜ୍ଞ କହିଛନ୍ତି, ଟିକା ନେବା ପରେ ମହିଳାଙ୍କର ଇନ୍‌ଫେକ୍ସନ ହୋଇଯାଇଥିଲା।

Share