Categories: ଫୁରସତ

କାର୍‌ ପାର୍କିଂରେ ଶିଶୁକନ୍ୟାକୁ ସ୍ତନ୍ୟପାନ କରାଇଲେ ମହିଳା, କମ୍ପାନୀ ଲଗାଇଲା ଏତିକି ଟଙ୍କା ଜରିମାନା

ଇଂଲଣ୍ଡରେ ଜଣେ ମହିଳା ଅନଧିକୃତ ସ୍ଥାନରେ କାର୍‌ ପାର୍କିଂ କରି ନିଜ ଶିଶୁକନ୍ୟାକୁ ସ୍ତନ୍ୟପାନ କରାଇବା ମହଙ୍ଗା ପଡ଼ିଛି। ମହିଳାଙ୍କ ଉପରେ ଏଥିପାଇଁ ୧୭୦ ପାଉଣ୍ଡ ଅର୍ଥାତ୍‌ ୧୭,୪୯୩ ଟଙ୍କାର ଜରିମାନା କରାଯାଇଛି।

ଅମାଣ୍ଡା ରଗେରୀ ସନ୍ଧ୍ୟାରେ ପ୍ରାୟ ୨୦ ମିନିଟ୍‌ ପାଇଁ ନ୍ୟୁକ୍ୱେ ଗଲ୍‌ଫ କ୍ଲବ୍‌ ବାହାରେ ଠିଆ ହୋଇଥିଲେ। ଏହି ସମୟରେ ତାଙ୍କ ଝିଅ କାନ୍ଦିବାକୁ ଲାଗିଲା। ତେଣୁ ସେ ସେଠାରେ ଗାଡ଼ି ପାର୍କିଂ କରି ଝିଅକୁ ସ୍ତନ୍ୟପାନ କରାଇଥିଲେ।

ଅମାଣ୍ଡା କହିଛନ୍ତି, ତାଙ୍କ ଝିଅ କାର୍‌ରେ ଯିବାକୁ ପସନ୍ଦ କରେନା। ତେଣୁ ସେ କାନ୍ଦୁଥିଲା। ତାକୁ ଚୁପ୍‌ କରିବା ପାଇଁ ଅମାଣ୍ଡା ସେହି କାର ପାର୍କିଂରେ ଝିଅକୁ ସ୍ତନ୍ୟପାନ କରାଇଥିଲେ। ଏହା ପରେ ସେମାନେ ଚାଲିଯାଇଥିଲେ। ଠିକ୍‌ ଏକ ସପ୍ତାହ ପରେ ସ୍ମାର୍ଟ ପାର୍କିଂ ଲିମିଟେଡ୍‌ ପକ୍ଷରୁ ତାଙ୍କ ନିକଟକୁ ଏକ ଚାଲାଣ ଯାଇଥିଲା। ଯେଉଁଥିରେ ୧୭,୪୯୩ ଟଙ୍କାର ଜରିମାନା କରାଯାଇଥିଲା।

Share