Categories: ଫୁରସତ

ଗର୍ଭବତୀ ହେବାର ୩ ସପ୍ତାହ ପରେ ପୁଣି ଗର୍ଭଧାରଣ କଲେ ମହିଳା

ଜଣେ ମହିଳା ୩ ସପ୍ତାହର ଗର୍ଭବତୀ ହେବା ପରେ ପୁଣି ଥରେ ଗର୍ଭଧାରଣ କରିବା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ଏପରି ଅବିଶ୍ୱସନୀୟ ଘଟଣା ଦେଖିବାକୁ ମିଳିଛି ଇଂଲଣ୍ଡରେ।

ଇଂଲଣ୍ଡର ଓ୍ବିଲ୍‌ଟସାୟାରର ବାସିନ୍ଦା ରେବିକାଙ୍କ ସହ ଘଟିଛି ଏମିତି ଘଟଣା। ରେବିକା ତିନି ସପ୍ତାହ ଗର୍ଭବତୀ ଥିବାବେଳେ ପୁଣି ଥରେ ଗର୍ଭଧାରଣ କରିଥିଲେ। ପରେ ବିରଳ ’ସୁପର ଟୁଇନ୍ସ’ ଶିଶୁଙ୍କୁ ଜନ୍ମ ଦେଇଛନ୍ତି।

ଦୁଇଟି ଯାକ ଶିଶୁ ଗୋଟିଏ ଦିନରେ ଜନ୍ମ ହୋଇଥିଲେ କିନ୍ତୁ ରେବିକା ପୃଥକ୍‌ ଭାବେ ଗର୍ଭଧାରଣ କରିଥିଲେ। ସୂଚନା ଅନୁଯାୟୀ, ଡାକ୍ତରମାନେ କହିଥିଲେ ଯେ, ସେ ପ୍ରଥମ ସନ୍ତାନର ମା’ ହେବାକୁ ଯାଉଛନ୍ତି।

ତେବେ ଡାକ୍ତରମାନେ ରେବିକାଙ୍କର ତୃତୀୟ ଅଲଟ୍ରାସାଉଣ୍ଡ କରିବା ସମୟରେ ସେ ଆଉ ଥରେ ଗର୍ଭବତୀ ହୋଇଥିବା ଜାଣିବାକୁ ପାଇଥିଲେ। ଯାହା ସମସ୍ତଙ୍କୁ ଚକିତ କରିଥିଲା। ଡାକ୍ତରମାନଙ୍କ ମତରେ ଏପରି ଗର୍ଭଧାରଣକୁ ସୁପରଫେଟେଶନ କୁହାଯାଏ। ଯାହାକି ପ୍ରଥମ ଗର୍ଭଧାରଣ ପରେ ଦ୍ୱିତୀୟ ଗର୍ଭଧାରଣ ହୋଇଥାଏ।

Share