ଏସ୍‌ପିଙ୍କ କାର୍ଯ୍ୟାଳୟରେ ଆତ୍ମାହୁତି ଉଦ୍ୟମ କଲେ ମହିଳା

ଢେଙ୍କାନାଳ ଅଫିସ,୨୦।୪(ବ୍ୟୁରୋ): ଢେଙ୍କାନାଳ ଏସ୍‌ପିଙ୍କ କାର୍ଯ୍ୟାଳୟ ପରିସରରେ ବୁଧବାର ଜଣେ ମହିଳା ଆତ୍ମାହୁତି ଉଦ୍ୟମ କରିଥିଲେ। ସେ ହେଲେ ହିନ୍ଦୋଳ ବ୍ଲକ ବାଲିମିଥାନା ଦୁଦୁରକୋଟ ଗ୍ରାମର ଶୈଳବାଳା ସାମଲ। ଶୈଳବାଳା ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ପାଇଁ ଉଦ୍ୟମ କରୁଥିଲା ବେଳେ ମହିଳା ପୋଲିସ କର୍ମଚାରୀ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ । ଶୈଳବାଳାଙ୍କ ସ୍ବାମୀ ପବିତ୍ର ନାୟକ ଢେଙ୍କାନାଳ ରିଜର୍ଭ ପୋଲିସରେ କନଷ୍ଟେବଳ ଭାବେ କାର୍ଯ୍ୟରତ। ସ୍ବାମୀ ଦ୍ୱିତୀୟ ବିବାହ କରିବାରୁ ଶୈଳ ପ୍ରତିବାଦ କରିଥିଲା । ପବିତ୍ର ଶୈଳଙ୍କୁ ମାଡ଼ ମାରିବା ସହିତ ନିର୍ଯ୍ୟାତନା ଦେଉଥିଲେ । ଏହା ପୂର୍ବରୁ ଶୈଳ ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କୁ ନ୍ୟାୟ ମିଳି ନ ଥିଲା ବୋଲି ସେ ଅଭିଯୋଗ କରିଛନ୍ତି । ଅତିରିକ୍ତ ଏସ୍‌ପି ଶିଶୁ ରଞ୍ଜନ ମହାପାତ୍ର କହିଛନ୍ତି ତଦନ୍ତ ପରେ ଆଇନନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।