ଆର୍ଥିକ ଅନଟନରୁ ସାଜିଲେ ହତ୍ୟାକାରୀ: ସ୍ତ୍ରୀ-ପୁଅଙ୍କୁ ନିଶା ଔଷଧ ଦେଇ ତଣ୍ଟି ଚିପି ମାରିଦେଲେ

ଭୁବନେଶ୍ୱର,୩।୧୧(ବ୍ୟୁରୋ): ରାଜଧାନୀ ଉପକଣ୍ଠ ତମାଣ୍ଡୋ ଥାନା ଅନ୍ତର୍ଗତ କଳିଙ୍ଗନଗର ଅଞ୍ଚଳରେ ମଙ୍ଗଳବାର ଘଟିଥିବା ଡବଲ୍‌ ମର୍ଡର ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ତେବେ ଏହି ହତ୍ୟାକାଣ୍ଡ ପଛରେ ମହିଳାଙ୍କ ସ୍ବାମୀ ଅବନ୍ତୀ ମଙ୍ଗରାଜ ଥିବା ଜଣାପଡ଼ିଛି। ଆର୍ଥିକ ସମସ୍ୟା ପାଇଁ ସେ ତାଙ୍କ ସ୍ତ୍ରୀ ଏବଂ ପୁଅକୁ ହତ୍ୟା କରିଥିବା ନେଇ ବୁଧବାର ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସ୍ପଷ୍ଟ କରିଛନ୍ତି।
ଡିସିପି କହିଛନ୍ତି, ଅଭିଯୁକ୍ତଜଣଙ୍କ ବିଭିନ୍ନ ଜାଗାରୁ ଟଙ୍କା ଧାର ଆଣିଥିଲେ। ଏହାକୁ ନେଇ ସେ ମାନସିକ ଦୁଶ୍ଚିନ୍ତାରେ ଥିଲେ। ସୋମବାର ମଧ୍ୟାହ୍ନ ଭୋଜନ ସମୟରେ ସେ ସ୍ତ୍ରୀ ଓ ପୁଅଙ୍କୁ ନିଦ ଔଷଧ ଦେଇଥିଲେ। ଏହାପରେ ଉଭୟ ଗଭୀର ନିଦରେ ଶୋଇପଡ଼ିଥିଲେ। ରାତି ୩ଟା ବେଳେ ସେ ପ୍ରଥମେ ସ୍ତ୍ରୀ ଓ ପରେ ପୁଅଙ୍କ ବେକକୁ ଓଢ଼ଣୀରେ ଭିଡି ହତ୍ୟା କରିଥିଲେ। ଏହାପରେ ସେ ନିଜେ ଆତ୍ମହତ୍ୟା କରିବାକୁ ପ୍ରୟାସ କରିଥିଲେ। ହେଲେ ବିଫଳ ହୋଇଥିଲେ। ମଙ୍ଗଳବାର ଦିନ ୧୦ଟା ଯାଏ ସେ ଘରେ ରହିଥିଲେ। ଏହାପରେ ସେ ଘରକୁ ଭିତରପଟୁ ବନ୍ଦ କରି ଛାତ ଉପରୁ ଡେଇଁ ବାହାରକୁ ଚାଲିଯାଇଥିଲେ। ଭୁବନେଶ୍ୱରରେ ବୁଲୁଥିବା ବେଳେ ନିଜ ଭଣଜାଙ୍କୁ ହ୍ବାଟ୍ସଆପ୍‌ ଜରିଆରେ ସ୍ତ୍ରୀ ଓ ପୁଅଙ୍କୁ ହତ୍ୟା କରିଥିବା ଜଣାଇଥିଲେ। ଏପରିକି ସେ ନିଜେ ଆତ୍ମହତ୍ୟା କରିବାକୁ ଯାଉଥିବା କହିଥିଲେ। ଭଣଜାଙ୍କ ବୟାନ ପରେ ରେକର୍ଡ କରାଯିବ ବୋଲି ଡିସିପି କହିଛନ୍ତି। ତେବେ ମହିଳା ଓ ତାଙ୍କ ପୁଅର ମୃତଦେହର ପୋଷ୍ଟମର୍ଟମ ଏମ୍ସରେ କରାଯିବା ସହ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, କଳିଙ୍ଗନଗର ଅଞ୍ଚଳର ଏକ ଘର ଭିତରୁ ମା’ ଓ ପୁଅଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତକଦ୍ୱୟ ହେଲେ ସ୍ବର୍ଣ୍ଣଲତା ମଙ୍ଗରାଜ ଏବଂ ୯ ବର୍ଷର ପୁଅ ଦିପ୍ତିଦୀପକ। ସେମାନଙ୍କୁ ହତ୍ୟା କରିବା ପରେ ସ୍ବାମୀ ଅବନ୍ତୀ ଫେରାର ହୋଇଯିବା ସହ ଏ ବିଷୟରେ ଶଳା ଓ ଭଣଜାଙ୍କୁ ଜଣାଇଥିଲେ। ପରେ ପୋଲିସ ଉପସ୍ଥିତିରେ ଘରର କବାଟ ଭଙ୍ଗାଯାଇ ଉଭୟ ମୃତଦେହକୁ ଉଦ୍ଧାର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri