୬୭ ତମ ଚଳଚ୍ଚିତ୍ର ପୁରସ୍କାର ଗ୍ରହଣ କଲେ ବିଜେତା

ନୂଆଦିଲ୍ଲୀ,୨୫।୧୦: ୬୭ ତମ ଚଳଚ୍ଚିତ୍ର ପୁରସ୍କାର ସୋମବାର ପ୍ରଦାନ କରାଯାଇଛି। ଆଜି ସକାଳ ୧୧ ଟାରେ ଭିଗାନ ଭବନରେ ପୁରସ୍କାର ବିତରଣ ସମାରୋହରେ ବିଜେତାମାନଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି। ୨୦୧୯ରେ ନିର୍ମିତ ଚଳଚ୍ଚିତ୍ର ପାଇଁ ଏହି ପୁରସ୍କାର ଦିଆଯାଉଛି। ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ହାତରୁ ବିଜେତାମାନଙ୍କୁ ପୁରସ୍କାର ଦିଆଯାଇଥିଲା। ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଫିଲ୍ମ ‘ଛିଛୋରେ’ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇଛି। ମନୋଜ ବାଜପେୟୀ ଶ୍ରେଷ୍ଠ ଅଭିନେତା ପୁରସ୍କାର ଏବଂ କଙ୍ଗନା ରାନାୱତ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଲେ। କଙ୍ଗନା ଚତୁର୍ଥ ଥର ପାଇଁ ଜାତୀୟ ପୁରସ୍କାର ପାଇଛନ୍ତି। ଏଥି ସହିତ ମନୋଜ ବାଜପେୟୀଙ୍କ ସହ ଧନୁଷ ମଧ୍ୟ ଶ୍ରେଷ୍ଠ ଅଭିନେତା ପୁରସ୍କାର ମଧ୍ୟ ପାଇଛନ୍ତି।
‘ମଣିକର୍ଣ୍ଣିକା’ ଏବଂ ‘ପଙ୍ଗା’ ଫିଲ୍ମ ପାଇଁ କଙ୍ଗନା ରାନାୱତଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏହା ବ୍ୟତୀତ ଅକ୍ଷୟ କୁମାରଙ୍କ ଫିଲ୍ମ ‘କେଶରୀ’ରୁ ତେରୀ ମିଟ୍ଟି ଗୀତ ପାଇଁ ପ୍ରାକ ଶ୍ରେଷ୍ଠ ପୁରୁଷ ପ୍ଲେକ ସିଙ୍ଗର ପୁରସ୍କାର ପାଇବେ। ସୁପରଷ୍ଟାର ରଜନୀକାନ୍ତଙ୍କୁ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଛି।
୬୭ ତମ ଜାତୀୟ ଫିଲ୍ମ ପୁରସ୍କାରର ଜୁରି ୨୨ ମାର୍ଚ୍ଚ ୨୦୨୧ରେ ୨୦୧୯ ବର୍ଷ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରିଛି। ମୋଷ୍ଟ ଫିଲ୍ମ ଫ୍ରେଣ୍ଡଲି ଷ୍ଟେଟ ପାଇଁ ସିକ୍କିମ ପୁରସ୍କାର ଗ୍ରହଣ କରିଛି। ଅଣଫିଚର ଫିଲ୍ମ ବର୍ଗରେ ‘ଏକ ଇଞ୍ଜିନିୟର୍‌ ଡ୍ରିମ’ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇଥିବାବେଳେ ‘ମରକ୍କର-ଆରବିକ୍କାଡାଲିଣ୍ଟେ-ସିମ୍ହମ’ ଶ୍ରେଷ୍ଠ ଚିଚର ଫିଲ୍ମ ପୁରସ୍କାର ପାଇଥିଲା। ‘ମହର୍ଷି’କୁ ଶ୍ରେଷ୍ଠ ଲୋକପ୍ରିୟ ଫିଲ୍ମ ପାଇଁ ପୁରସ୍କାର ପ୍ରଦାନ କରାଯାଇଥିବାବେଳେ ଆନନ୍ଦୀ ଗୋପାଳଙ୍କୁ ସାମାଜିକ ପ୍ରସଙ୍ଗରେ ଶ୍ରେଷ୍ଠ ଫିଲ୍ମ ନିର୍ମାଣ ପାଇଁ ପୁରସ୍କାର ପ୍ରଦାନ କରାଯାଇଛି।

Share