ଅନ୍ତର୍ଜାତୀୟ ବୁକର ବିଜୟିନୀ

ଭାଷାକୁ ସୀମିତ ରଖିଦେବାର ମାନେ ମୋ ଜୀବନ ପରିସରକୁ ସଙ୍କୁଚିତ କରିଦେବା’। ଅଷ୍ଟ୍ରେଲିଆ ଜନ୍ମିତ ବ୍ରିଟିଶ ଦାର୍ଶନିକ ଲୁଡ୍‌ଓ୍ବିଗ୍‌ ଉଇଟ୍‌ଜେନ୍‌ଷ୍ଟେନ୍‌ଙ୍କ ଉପରଲିଖିତ ଏହି ଉକ୍ତିକୁ ତର୍ଜମା କଲେ ଭାଷାର ଦିଗ୍‌ବଳୟ ଯେତେ ବ୍ୟାପ୍ତ ହୋଇଥାଏ ବ୍ୟକ୍ତିଙ୍କ ଜୀବନ ପରିଧି ସେତେ ପୃଥିବୀବ୍ୟାପୀ ପ୍ରସାରିତ ହେବାର ସଙ୍କେତ ଦେଇଥାଏ ବୋଲି ବୁଝିବାକୁ ହେବ। ତେଣୁ କୌଣସି ଏକ ନିର୍ଦ୍ଦିଷ୍ଟ ଭୂଖଣ୍ଡରେ ପ୍ରଚଳିତ ଭାଷାରେ ଲିଖିତ କୃତି ଓ ଯଶକୁ ବିଶ୍ୱ ଦରବାରରେ ପହଞ୍ଚାଇବା ସକାଶେ ଅନୁବାଦର ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରମାଣିତ ହୋଇଆସିଛି। ସମ୍ଭବତଃ ଇଂଲିଶ ଭାଷା ଜଣେ ବ୍ୟକ୍ତି ବା ଅନୁଷ୍ଠାନର କାର୍ଯ୍ୟକୁ ଦିଗବିଦିଗ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରୁଛି ବୋଲି ଭାରତୀୟଙ୍କୁ ଏବେ ଅନୁଭବ କରିବାର ଏକ ଅବକାଶ ସୃଷ୍ଟି ହୋଇଛି। ହିନ୍ଦୀ ଭାଷାର ଔପନ୍ୟାସିକା ତଥା କ୍ଷୁଦ୍ରଗଳ୍ପ ଲେଖିକା ଗୀତାଞ୍ଜଳି ଶ୍ରୀଙ୍କୁ ୨୦୨୨ ମସିହା ଲାଗି ତାଙ୍କ ବହୁଚର୍ଚ୍ଚିତ ହିନ୍ଦୀ ଉପନ୍ୟାସ ‘ରେତ୍‌ ସମାଧି’ ବା ବାଲିର ସମାଧି (ଟମ୍ବ ଅଫ୍‌ ସ୍ୟାଣ୍ଡ୍‌)କୁ ଇଣ୍ଟରନ୍ୟାଶନାଲ ବୁକର ପୁରସ୍କାର ମିଳିଛି। ଲଣ୍ଡନଠାରେ ଏକ ସ୍ବତନ୍ତ୍ର ସମାରୋହରେ ଗୀତାଞ୍ଜଳି ଓ ଏହି ହିନ୍ଦୀ ଉପନ୍ୟାସକୁ ଇଂଲିଶରେ ଅନୁବାଦ କରିଥିବା ଡେଜି ରକ୍‌ଓ୍ବେଲଙ୍କୁ ପ୍ରଦାନ କରାଯାଇଛି। ଅନ୍ତର୍ଜାତୀୟ ବୁକର ପୁରସ୍କାର ଲାଭ କରିବାରେ ‘ଟମ୍ବ ଅଫ୍‌ ସ୍ୟାଣ୍ଡ୍‌’ ହେଉଛି ପ୍ରଥମ ହିନ୍ଦୀ ପୁସ୍ତକ। ଏହି ପୁରସ୍କାର ରାଶିକୁ ଉଭୟଙ୍କୁ ସମାନ ଭାଗରେ ବଣ୍ଟାଯାଇଛି। ଇଂଲିଶରେ ଅନୁବାଦ କରାଯାଉଥିବା ଏବଂ ବ୍ରିଟେନ କିମ୍ବା ଆୟର୍ଲାଣ୍ଡରେ ପ୍ରକାଶିତ ହେଉଥିବା ପୁସ୍ତକକୁ ପ୍ରତିବର୍ଷ ଅନ୍ତର୍ଜାତୀୟ ବୁକର ପୁରସ୍କାର ପ୍ରଦାନ କରାଯାଉଛି। ମ୍ୟାନ୍‌ ବୁକର ପୁରସ୍କାର ଯାହା କେବଳ ଇଂଲିଶ ଭାଷାରେ ରଚିତ ପୁସ୍ତକକୁ ଦିଆଯାଇଥାଏ, ତାହାଠାରୁ ଏହା ଭିନ୍ନ। ଉଲ୍ଲେଖଯୋଗ୍ୟ ଯେ, ୧୯୯୭ ମସିହାରେ ଅରୁନ୍ଧତି ରାୟ ପ୍ରଥମ ଭାରତୀୟ ଲେଖିକା ଭାବେ ‘ଦି ଗଡ୍‌ ଅଫ୍‌ ସ୍ମଲ୍‌ ଥିଙ୍କ୍‌ସ’ ଉପନ୍ୟାସ ପାଇଁ ବୁକର ପୁରସ୍କାର ପାଇଥିଲେ। ତେବେ ବୁକର ପ୍ରାଇଜ୍‌ ଫାଉଣ୍ଡେଶନ ଦ୍ୱାରା ୨୦୦୪ ମସିହାରେ ଅନ୍ତର୍ଜାତୀୟ ବୁକର ପୁରସ୍କାର ଘୋଷଣା କରାଯାଇଥିଲା ବେଳେ ୨୦୦୫ରୁ ୨୦୧୫ ଯାଏ ଏହା ଦୁଇ ବର୍ଷରେ ଥରେ ଜଣେ ଜୀବିତ ବ୍ୟକ୍ତିଙ୍କୁ ତାଙ୍କ ଇଂଲିଶ ଲେଖା ବା ଅନୁବାଦ କୃତିକୁ ପ୍ରଦାନ କରାଯାଉଥିଲା। ୨୦୧୬ରୁ ଏହାକୁ ପ୍ରତିବର୍ଷ ପ୍ରଦାନ କରାଯାଇଆସୁଛି।
ଉତ୍ତରପ୍ରଦେଶର ମୈନପୁରିରେ ୧୯୫୭ରେ ଗୀତାଞ୍ଜଳି ପାଣ୍ଡେ ଜନ୍ମଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ମାତାଙ୍କ ପ୍ରଥମ ନାମକୁ ତାଙ୍କ ନାମର ଶେଷରେ ବ୍ୟବହାର କରିବା ପରେ ସେ ଗୀତାଞ୍ଜଳି ଶ୍ରୀ ଭାବେ ପରିଚିତି ହାସଲ କରିଥିଲେ। ନୂଆଦିଲ୍ଲୀରେ ବାସ କରୁଥିବା ଗୀତାଞ୍ଜଳି ହିନ୍ଦୀ ଭାଷାରେ ଅନେକ କ୍ଷୁଦ୍ରଗଳ୍ପ ଓ ୫ଟି ଉପନ୍ୟାସ ଲେଖିଛନ୍ତି। ତେବେ ୨୦୧୮ରେ ତାଙ୍କ ଉପନ୍ୟାସ ‘ରେତ୍‌ ସମାଧି’ ପ୍ରକାଶ ପାଇବା ପରେ ତାହା ଦେଶରେ ଚହଳ ପକାଇଥିଲା। ସ୍ବାମୀଙ୍କ ମୃତ୍ୟୁ ପରେ ଜଣେ ୮୦ ବର୍ଷୀୟା ମହିଳା କିଭଳି ଅବସାଦଗ୍ରସ୍ତ ହୋଇପଡ଼ିଛନ୍ତି ଓ ପରବର୍ତ୍ତୀ ସମୟରେ ନୂଆ ଜୀବନ ଆରମ୍ଭ କରିଛନ୍ତି, ତାହା ଏଥିରେ ବର୍ଣ୍ଣନା କରାଯାଇଛି। ଦେଶ ବିଭାଜନ ପୃଷ୍ଠଭୂମିରେ ପରିବାରିକ ସମ୍ପର୍କ ବିଷୟରେ ଏଥିରେ ଚରିତ୍ରଗୁଡ଼ିକ ଯେଭଳି ଗତିଶୀଳ ହୋଇଛନ୍ତି ତାହା ଭାରତୀୟ ସମାଜର ନିଚ୍ଛକ ଚିତ୍ରକୁ ପ୍ରଦର୍ଶନ କରିଛି।
ପୁରସ୍କାର ଗ୍ରହଣ କରିବା ବେଳେ ଗୀତାଞ୍ଜଳି ଶ୍ରୀ କହିଛନ୍ତି, ବୁକର ପୁରସ୍କାର ପାଇବେ ବୋଲି ସେ କଦାପି ସ୍ବପ୍ନରେ ବି ଭାବି ନ ଥିଲେ। ଏଭଳି ବଡ଼ ସ୍ବୀକୃତି ପାଇ ସେ ଉଲ୍ଲସିତ ଓ ସମ୍ମାନିତ। ତାଙ୍କ ସାହିତ୍ୟ ରଚନା ଆଜି ସମଗ୍ର ବିଶ୍ୱ ଦରବାରରେ ସମ୍ମାନିତ ହୋଇଥିବାରୁ ତାହା ତାଙ୍କ ପାଇଁ ଗର୍ବର ମୁହୂର୍ତ୍ତ ଆଣିଦେଇଛି ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଏହି ପୁରସ୍କାର ଦୌଡ଼ରେ ଆଉ ୫ଟି ଉପନ୍ୟାସ ଥିଲା। ସେଗୁଡ଼ିକ ହେଲା ବୋରା ଚୁଙ୍ଗ୍‌ଙ୍କ କ୍ରୁସେଡ୍‌ ବୁନି, ଜନ୍‌ ଫୋସେଙ୍କ ଏ ନ୍ୟୁ ନେମ୍‌: ସେପ୍ଟୋଲୋଜି ୬ଷ୍ଠ-୭ମ, ମିଏକୋ କାଓ୍ବାକାମିଙ୍କ ହେଭେନ୍‌, କ୍ଲାଉଡିଆ ପିନେରିଓଙ୍କ ଏଲେନା ନୋଜ୍‌ ଏବଂ ଓଲ୍‌ଗା ଟୋକାର୍ଜୁକ୍‌ଙ୍କ ପୁସ୍ତକ ଦି ବୁକ୍‌ ଅଫ୍‌ ଜାକୋବ୍‌। ବିଶ୍ୱର ପ୍ରସିଦ୍ଧ ଲେଖକଙ୍କୁ ପଛରେ ପକାଇ ‘ଟମ୍ବ ଅଫ୍‌ ସ୍ୟାଣ୍ଡ୍‌’ ପୁରସ୍କାର ପାଇବା ଗୀତାଞ୍ଜଳିଙ୍କୁ ଆଜି ବିଶ୍ୱବିଦିତ କରିଦେଇଛି। କିନ୍ତୁ ସେ ସେଭଳି ସ୍ତରକୁ ଉନ୍ନୀତ ହୋଇଥିବା ବିଷୟକୁ ଭାବିପାରୁ ନ ଥିଲେ ମଧ୍ୟ ତାଙ୍କ ଲେଖା କେତେ ଉଚ୍ଚକୋଟୀର ହୋଇପାରିଛି ତାହା ଅନ୍ତର୍ଜାତୀୟ ବୁକର ପୁରସ୍କାର ବିଚାରକମଣ୍ଡଳୀ ଉପଯୁକ୍ତ ଚୟନ କରି ଜଣାଇ ଦେଇଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଉପନ୍ୟାସର ଇଂଲିଶ କପି ପ୍ରକାଶ କରିଥିବା ପେଙ୍ଗୁଇନ୍‌ ପକ୍ଷରୁ କୁହାଯାଇଛି ଯେ, ଏହି ପୁରସ୍କାର ପ୍ରଦାନ ହେବା ପରଦିନ ସକାଳେ ସବୁ ବହି ବିକ୍ରି ହୋଇଯାଇଛି।

– ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri