ସୁପରଷ୍ଟାର ସିଙ୍ଗର ୩ର ଓ୍ବିନର ହେଲେ ଅବିର୍ଭବ-ଅଥର୍ବ, ଜିତିଲେ ଏତେ ଲକ୍ଷ ଟଙ୍କା

ମୁମ୍ବାଇ: ଟିଭିର ଲୋକପ୍ରିୟ ସିଙ୍ଗିଙ୍ଗ ରିଆଲିଟି ସୋ ସୁପରଷ୍ଟାର ସିଙ୍ଗର ୩ ଶେଷ ହୋଇଛି । ଶେଷରେ ୫ମାସ ପରେ ଶୋ’ ଏହାର ବିଜେତା ପାଇଲା। ଏହି ସିଜରେ ବହୁ ଭଲ ଭଲ ପ୍ରତିଯୋଗୀ ଥିଲେ, କିନ୍ତୁ କେରଳ ଏବଂ ଝାଡ଼ଖଣ୍ଡର ଦୁଇ ବାଳକ ବିଜୟର ଟ୍ରଫଇ ଜିତିଛନ୍ତି। ଏମାନେ ହେଲେ ଅବିର୍ଭବ ଏବଂ ଅଥବର୍ର୍ ବକ୍ସି ସୁପରଷ୍ଟାର ସିଙ୍ଗର ୩ବିଜେତା ହୋଇ ଇତିହାସ ସୃଷ୍ଟି କରିଛନ୍ତ। ଉଭୟେ କେବଳ ଜନସାଧାରଣଙ୍କ ନୁହେଁ ବରଂ ଶୋ’ର ବିଚାରପତିମାନଙ୍କ ହୃଦୟ ଜିତିଥିଲେ। ସୋସିଆଲ ମିଡିଆରେ ପ୍ରଶଂସକଙ୍କ ତରଫରୁ ଅବିର୍ଭବ ଏବଂ ଅଥର୍ବଙ୍କୁ ଅନେକ ଅଭିନନ୍ଦନ ଦିଆଯାଉଛି।

ସୁପରଷ୍ଟାର ସିଙ୍ଗର ୩ର ଗ୍ରାଣ୍ଡ ଫାଇନାଲ ୪ଅଗଷ୍ଟରେ ହୋଇଥିଲା। ସମସ୍ତ ପ୍ରତିଯୋଗୀମାନେ ଶୋ’ର ଶେଷ ଏପିସୋଡରେ କଠିନ ପରିଶ୍ରମ କରିଥିଲେ। ପ୍ରକାଶ ଥାଉକି, ଅବିର୍ଭବ ଏବଂ ଆଥର୍ବ ନିଜର ପ୍ରଦର୍ଶନ ସହିତ ବିଚାରପତିମାନଙ୍କ ହୃଦୟ ଜିତିବାରେ ସଫଳ ହୋଇଥିଲେ। ଶକ୍ତିଶାଳୀ ପ୍ରଦର୍ଶନ ପରେ କେରଳର ଅବିର୍ଭବ ଏସ ଏବଂ ଝାଡ଼ଖଣ୍ଡର ଅଥର୍ବ ବକ୍ସି ଟ୍ରଫି ଜିତିଥିଲେ। ଟ୍ରଫି ବ୍ୟତୀତ ଉଭୟ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ନଗଦ ପୁରସ୍କାର ମଧ୍ୟ ପାଇଛନ୍ତି।
ଟ୍ରଫି ବ୍ୟତୀତ ଉଭୟ ବିଜେତାଙ୍କୁ ମଧ୍ୟ ପ୍ରତ୍ୟେକଙ୍କୁ ୧୦ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି। ସମଗ୍ର ସିଜନରେ ଅବିର୍ଭବ ଏବଂ ଅଥର୍ବ ଉଭୟ ଜଜ ଏବଂ ଦର୍ଶକଙ୍କୁ ସେମାନଙ୍କ ଗୀତରେ ଆକର୍ଷିତ କରିଥିଲେ। ଭେଟେରାନ ଗାୟକ ଅରିଜିତ ସିଂଙ୍କ ସହ ଲିଟିଲ ଅଥର୍ବଙ୍କୁ ମଧ୍ୟ ତୁଳନା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri