Posted inରାଜ୍ୟ

ବନ୍ୟପ୍ରାଣୀ ବୋର୍ଡ ପୁନର୍ଗଠିତ

ଭୁବନେଶ୍ୱର, ୪।୧୧(ବ୍ୟୁରୋ): ରାଜ୍ୟ ବନ୍ୟପ୍ରାଣୀ ବୋର୍ଡ ମଙ୍ଗଳବାର ପୁନର୍ଗଠିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଅଧ୍ୟକ୍ଷ ଥିବାବେଳେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହାର ଉପାଧ୍ୟକ୍ଷ ରହିଛନ୍ତି। ସେହିପରି ବିଧାୟକ ରମେଶ ଚନ୍ଦ୍ର ସାଏ, ରାଜକିଶୋର ଦାସ, ଧ୍ରୁବଚରଣ ସାହୁ, ବେଙ୍ଗାଲୁରର ଏସିଆନ୍‌ ନେଚର କନ୍‌ଜରଭେଶନ୍‌ ଫାଉଣ୍ଡେଶନର ପ୍ରଫେସର ଆର୍‌. ସୁକୁମାର, ନେଚର ଆଣ୍ଡ ୱାଇଲ୍ଡ ଲାଇଫ୍‌ ସୋସାଇଟି ଅଫ୍‌ ଓଡ଼ିଶାର ସରୋଜ କୁମାର ପଟ୍ଟନାୟକ, ସେଭ୍‌ ଏଲିଫାଣ୍ଟ ଫାଉଣ୍ଡେଶନ୍‌ ଟ୍ରଷ୍ଟର ଡ. ରଜନୀକାନ୍ତ ଜେନା, ଭାରତ ସରକାରଙ୍କ ପୂର୍ବତନ ଜଙ୍ଗଲ ବିଭାଗ ମୁଖ୍ୟ ମହାନିର୍ଦ୍ଦେଶକ ପି. ଆର୍‌. ମହାନ୍ତି, ନ୍ୟାଶନାଲ୍‌ ଟାଇଗର କନ୍‌ଜରଭେଶନ୍‌ ଅଥରିଟିର ପୂର୍ବତନ ସଦସ୍ୟ ସଚିବ ଡ. ଅନୁପ କୁମାର ନାୟକ, ସମ୍ବଲପୁର ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ କୁଳପତି ଡ. ପ୍ରିୟମ୍ବଦା ମହାନ୍ତି (ହେଜମାଦୀ), ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରାଣୀବିଜ୍ଞାନ ପ୍ରଫେସର ଡ. ସୁଶୀଲ କୁମାର ଦତ୍ତ, ୱାଇଲ୍ଡଲାଇଫ୍‌ ଟ୍ରଷ୍ଟ ଅଫ୍‌ ଇଣ୍ଡିଆର ବି. ସି. ଚୌଧୁରୀ, ଗଞ୍ଜାମ ଜିଲା ମୟୂର ସୁରକ୍ଷା କମିଟି ସଭାପତି ସମୀର କୁମାର ପ୍ରଧାନ, ୱାଇଲ୍ଡ ଲାଇଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ଡ. ବିଭାସ ପାଣ୍ଡବ ଏହି ପୁନର୍ଗଠିତ ବୋର୍ଡର ସଦସ୍ୟ ରହିଛନ୍ତି। ସେହିପରି ମୟୂରଭଞ୍ଜ ଜିଲାର ଇଟାମୁଣ୍ଡିଆର ଗୋପୀନାଥ ସିଂହ, କନ୍ଧମାଳ ଜିଲା ଖଜୁରିପଡ଼ା ତହସିଲର ବରିକୁମ୍ପା ଗାଁ ନିବାସୀ ମଧୁସୂଦନ କଅଁର, କେନ୍ଦୁଝର ଜିଲା ମଣ୍ଡୁଆ ନିବାସୀ ମାନସିଂ ଦୁର୍ଗାପ୍ରସାଦ ନାୟକ, ଜଙ୍ଗଲ ଓ ପରିବେଶ ବିଭାଗର ସଚିବ, ଓଡ଼ିଶା ପ୍ରଧାନ ମୁଖ୍ୟ ବନ ସଂରକ୍ଷକ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ସଚିବ, ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ, ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ(କ୍ରାଇମ୍‌ବ୍ରାଞ୍ଚ), ସୈନ୍ୟବାହିନୀର ପ୍ରତିନିଧି, ପ୍ରାଣୀପାଳନ ନିର୍ଦ୍ଦେଶକ, ମତ୍ସ୍ୟ ନିର୍ଦ୍ଦେଶକ, ଭାରତ ସରକାରଙ୍କ ବନ୍ୟପ୍ରାଣୀ ସଂରକ୍ଷଣ ନିର୍ଦ୍ଦେଶକ, ଡେରାଡୁନ୍‌ସ୍ଥିତ ୱାଇଲ୍ଡ ଲାଇଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ପ୍ରତିନିଧି, କୋଲକାତାସ୍ଥିତ ବଟାନିକାଲ ସର୍ଭେ ଅଫ୍‌ ଇଣ୍ଡିଆର ପ୍ରତିନିଧି ଏବଂ ଗୋପାଳପୁରସ୍ଥିତ ଜୁଲୋଜିକାଲ୍‌ ସର୍ଭେ ଅଫ୍‌ ଇଣ୍ଡିଆର ପ୍ରତିନିଧି ମଧ୍ୟ ସଦସ୍ୟ ରୂପେ କାର୍ଯ୍ୟ କରିବେ।
ଏହି ବୋର୍ଡର ସଦସ୍ୟସଚିବ ରୂପେ ଓଡ଼ିଶାର ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ବନ୍ୟପ୍ରାଣୀ) ଓ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଦାୟିତ୍ୱ ତୁଲାଇବେ। ବୋର୍ଡର କାର୍ଯ୍ୟକାଳ ତିନି ବର୍ଷ ହେବ। ସୂଚନାଯୋଗ୍ୟ, ବନ୍ୟପ୍ରାଣୀ (ସୁରକ୍ଷା) ଆଇନ, ୧୯୭୨ର ବିଭାଗ-୭ ଆଧାରରେ ବନ୍ୟପ୍ରାଣୀ (ସୁରକ୍ଷା) ସଂଶୋଧନ ଆଇନ, ୨୦୦୨ର ବିଭାଗ-୬ ଅନୁଯାୟୀ ଏହି ବୋର୍ଡ ପୁନର୍ଗଠିତ ହୋଇ ରାଜ୍ୟ ସରକାରଙ୍କ ମଞ୍ଜୁରୀ ଲାଭ କରିଛି ବୋଲି ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….

ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri