Posted inଫୁରସତ

ବରର ସାଙ୍ଗମାନେ କନ୍ୟାଙ୍କୁ ଦେଲେ ଅଜବ ଉପହାର, ଖୋଲିବା ମାତ୍ରେ…

ଏବେ ବିବାହ ସିଜିନ୍‌ ଚାଳିଛି। ଏହି ସମୟରେ ବିବାହର ଅନେକ ମଜାଦାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସାଧାରଣତଃ ବିବାହରେ ବରଙ୍କ ସାଙ୍ଗ ମାନେ କନ୍ୟା ସହ ଥଟ୍ଟା ମଜା କରିବାକୁ ପଛାନ୍ତି ନାହିଁ। ବିବାହରେ ନିମନ୍ତ୍ରିତ ଅତିଥିମାନେ ବର ଏବଂ କନ୍ୟାଙ୍କୁ ଉପହାର ଦେବାର ପ୍ରଥା ଅଛି। ବେଳେବେଳେ କିଛି ଲୋକ ଥଟ୍ଟା କରି ଅଜବ ଉପହାର ଦିଅନ୍ତି। ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୁଅନ୍ତି। ଏମିତି ଏକ ମଜାଦାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ବର ଏବଂ କନ୍ୟା ମଞ୍ଚ ଉପରେ ବସିଥିବାର ଦେଖାଯାଏ। ତା’ପରେ ତାଙ୍କର ଜଣେ ବନ୍ଧୁ ଏକ ବଡ ବାକ୍ସରେ ଉପହାର ଦେଲେ। ଉପହାର ଦେଖି କନ୍ୟା ବହୁତ ଉତ୍ସାହିତ ହୋଇ ଏହାକୁ ନିଜେ ମଞ୍ଚରେ ଖୋଲିବାକୁ ସ୍ଥିର କଲେ। ବର ଉପହାର ଖୋଲିବା ମାତ୍ରେ ସେ ଆଶ୍ଚର୍ଯ୍ୟ ହୋଇଗଲେ, କାରଣ ଗୋଟିଏ ବକ୍ସ ଭିତରେ ଆଉ ଏକ ବକ୍ସ ଥିଲା। ଏହା ପରେ ସେ ଏମିତି ସେ ଖୋଲି ଚାଲିଥିଲେ। ଏହିପରି ଭାବରେ ସେ ଅନେକ ପ୍ୟାକେଟ ଖୋଲିବା ପରେ ଶେଷ ପ୍ୟାକେଟରେ ଏକ ସର୍ଜିକାଲ ମାସ୍କ ଦେଖିଥିଲେ। ମାସ୍କ ଦେଖିବା ମାତ୍ରେ ଉଭୟ କନ୍ୟାଏବଂ ବର ହସିବାକୁ ଲାଗିଥିଲେ। ସେ ବିଶ୍ୱାସ କରିପାରିଲେ ନାହିଁ ଯେ ଏତେ ବଡ ଉପହାର ଭିତରେ ଏକ ଛୋଟ ମାସ୍କ ଅଛି। ବନ୍ଧୁ କରୋନା ଅବଧି ସମୟରେ ମାସ୍କ ଉପହାର ଦେବାକୁ ଉଚିତ୍‌ ଭାବିଥିଲେ। ଏହି ଭିଡିଓ ଏବେ ଭାଇରାଲ ହୋଇଛି। ଏହି ଭିଡିଓ ଇନଷ୍ଟାଗ୍ରାମରେ ଘଣ୍ଟା ନାମକ ଏକ ଆକାଉଣ୍ଟ ଦ୍ୱାରା ଅପଲୋଡ ହେବା ମାତ୍ରେ ଲୋକମାନେ ଏହାକୁ ବହୁତ ପସନ୍ଦ କରିଥିଲେ। ଏହି ଭିଡିଓକୁ ୨ ଲକ୍ଷରୁ ଅଧିକ ଲୋକ ପସନ୍ଦ କରିଥିଲେ।

 

View this post on Instagram

 

A post shared by memes | news | comedy (@ghantaa)


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri