Categories: ଫୁରସତ

ଏହି କାମ ପାଇଁ ସ୍ବାମୀଙ୍କୁ ୫ କୋଟି ଟଙ୍କାର କାର୍‌ ଉପହାର ଦେଲେ ସ୍ତ୍ରୀ

ଜଣେ ଗର୍ଭବତୀ ମହିଳା ପ୍ରଥମ ସନ୍ତାନର ଜନ୍ମ ପୂର୍ବରୁ ତାଙ୍କ ସ୍ବାମୀଙ୍କୁ ଲମ୍ବୋର୍ଗିନି ହୁରାକାନ ଇଭୋ (Lamborghini Huracan Evo) କାର୍‌ ଉପହାର ଦେଇଛନ୍ତି। ସେ ତାଙ୍କ ପିଲାଙ୍କ ସାହାଯ୍ୟ ପାଇଁ ସ୍ବାମୀଙ୍କୁ ଆଗୁଆ ପୁରସ୍କାର ଦେବାକୁ ଚାହୁଁଥିଲେ। ସେଥିପାଇଁ ଏହି ଉପହାର ଦେଇଛନ୍ତି।
୧୯ ବର୍ଷ ବୟସ୍କା ଅନିସ ଆୟୁନି ଓସମାନ ଜଣେ ପ୍ରସାଧନ ଗୁରୁ ଭାବରେ ଜଣାଶୁଣା, ଚଳିତ ମାର୍ଚ୍ଚ ଶେଷରେ ସେ ତାଙ୍କର ପ୍ରଥମ ସନ୍ତାନ ଜନ୍ମ ଦେବେ। ପରମ୍ପରା ଅନୁଯାୟୀ, ପ୍ରସବ ପରେ ଜଟିଳତାର ଆଶଙ୍କା କମାଇବା ପାଇଁ ଅନିସ ୧୦୦ ଦିନର ଏକାନ୍ତ ଅବଧିରେ ରହିବେ।
ଏହି ସମୟରେ, ସାହାଯ୍ୟ ପାଇଁ ତାଙ୍କ ଉଦ୍ୟୋଗୀ ସ୍ବାମୀ ୨୦ ବର୍ଷିୟ ୱେଲଡନ ଜୁଲକେଫଲିଙ୍କ ଉପରେ ନିର୍ଭର କରିବେ। ୱେଲଡନ ପ୍ରାରମ୍ଭରେ ଶିଶୁର ଡାଏପର ବଦଳାଇବା ଭଳି କାର୍ଯ୍ୟ କରିବେ। ବହୁ ରାତି ତାଙ୍କୁ ଅନିଦ୍ରା ରହିବାକୁ ପଡିବ। ଏହି କାର୍ଯ୍ୟ ପାଇଁ ଅନିସ ତାଙ୍କୁ ଆଗୁଆ ଏକ ବିଶେଷ ଉପହାର ଦେବାକୁ ଚାହୁଁଥିଲେ।
ଅନିସ ଟିକଟକରେ ୱେଲଡନଙ୍କ ଆଖିରେ ପଟିବାନ୍ଧି ତାଙ୍କୁ ଉପହାର ଦେବାର ଏକ ଭିଡିଓ ପୋଷ୍ଟ କରିଛନ୍ତି। କାର୍‌ ଆଗରେ ସ୍ବାମୀଙ୍କୁ ଛିଡା କରି ତାଙ୍କ ଆଖିରୁ ପଟି ଖୋଲିଥିଲେ। ଏହା ଦେଖି ଓ୍ବେଲଡନ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ଖୁସିରେ ନିଜ ଗର୍ଭବତୀ ସ୍ତ୍ରୀଙ୍କୁ କୋଳାଗ୍ରତ କରୁଥିବା ଦେଖାଯାଏ।
ଅନିସ କହିଛନ୍ତି,ୱେଲଡନ ସବୁ କାମ କରିବାକୁ ପ୍ରସ୍ତୁତ, କାରଣ ସେ ଘରେ ପାଳିତ ବିଲେଇର ବହୁତ ଯତ୍ନ ନେଇପାରନ୍ତି। ସେ ରାତିରେ ଜାଗ୍ରତ ହୋଇପାରନ୍ତି। କାରଣ ବ୍ୟବସାୟରେ ଉନ୍ନତ କାର୍ଯ୍ୟ କରିବା ପାଇଁ ତାଙ୍କ ମନ ରାତିରେ ସକ୍ରିୟ ଥାଏ। ସେ କ୍ୟାପଶନରେ ଲେଖିଛନ୍ତି, ଧନ୍ୟବାଦ ସ୍ବାମୀ, ଏହି ଉପହାରର ମୂଲ୍ୟ ଯେତେ ବଡ଼ ହେଲେ ମଧ୍ୟ ତୁମର ଦୟା ସହିତ ସମାନ ହେବ ନାହିଁ।

Share