Posted inଖେଳ

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ। ଫଳରେ ଗୁଜରାଟ ଦଳ ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଥିଲା। ଶେଷ ଓଭରରେ ୧୯ ରନ ଆବଶ୍ୟକ ଥିଲା। ଏଭଳି ପରିସ୍ଥିତିରେ ରିଷଭ ମୁକେଶ କୁମାରଙ୍କୁ ଶେଷ ଓଭର ପୂରଣ କରିବାର ଦାୟିତ୍ୱ ଦେଇଥିଲେ। ମୁକେଶ ପନ୍ତଙ୍କୁ ନିରାଶା କରିବାକୁ ଦେଇ ନ ଥିଲେ। ବିସ୍ଫୋରକ ଡେଭିଡ ମିଲରକୁ ଆଉଟ୍‌ କରି ମୁକେଶ କୁମାର ଦିଲ୍ଲୀର ବିଜୟର ଦ୍ୱାର ଖୋଲିଥିବା ବେଳେ ସେ ଓଭରରେ ଦୁଇଟି ବଲ ଏମିତି ବୋଲିଂ କରିଥିଲେ ଯେଉଁଥିରେ କୌଣସି ରନ ସ୍କୋର ହୋଇ ନ ଥିଲା, ଏହି କାରଣରୁ ଦିଲ୍ଲୀ ଦଳ ୪ ରନ କରି ମ୍ୟାଚ ଜିତିବାରେ ସଫଳ ହୋଇଥିଲା। କିନ୍ତୁ ଏହା ବ୍ୟତୀତ ମ୍ୟାଚରେ ଏକ ମୁହୂର୍ତ୍ତ ମଧ୍ୟ ରହିଥିଲା ଯାହା ମ୍ୟାଚକୁ ବଦଳାଇ ଦେଇଥିଲା।
ଦିଲ୍ଲୀ ଟିମ୍‌ ପକ୍ଷରୁ ଖେଳୁଥିବା ଦକ୍ଷିଣ ଆଫ୍ରିକାର ଖେଳାଳି ଟ୍ରିଷ୍ଟନ୍‌ ଷ୍ଟବ୍ସ ଶେଷ ଓଭରରେ ଏକ ଚମତ୍କାର କ୍ୟାଚ୍‌ ଧରିଥିଲେ। ୧୯ତମତମ ଓଭରରେ ଷ୍ଟବିସ ରସିଦ ଖାନଙ୍କ ଏକ ସଟ କ୍ୟାଚ୍‌ ଧରିଥିଲେ। ଷ୍ଟବ୍ସ ଆକାଶକୁ ଡେଇଁ ଅସମ୍ଭବକୁ କ୍ୟାଚ୍‌କୁ ସମ୍ଭବ କରିଥିଲେ। ଏହି କ୍ୟାଚ୍‌ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଜିତିବା ପାଇଁ ଗୁଜରାଟକୁ ଶେଷ ଦୁଇଟି ବଲରେ ୧୦ରନ ଆବଶ୍ୟକ ଥିଲା। ଏଭଳି ପରିସ୍ଥିତିରେ ରସିଦ ପଞ୍ଚମ ବଲରେ ଛକା ମାରିଥିଲେ। ବର୍ତ୍ତମାନ ଶେଷ ବଲରେ ୫ ରନ ଆବଶ୍ୟକ ଥିଲା। ଏହାର ଅର୍ଥ ହେଉଛି ଛାକା ହେଲେ ଗୁଜୁରାଟ ଦଳ ମ୍ୟାଚ ଜିତିବାରେ ସଫଳ ହୋଇଥାନ୍ତା। ଏଥି ସହିତ ସୁପର ଓଭର ହେବାର ସୁଯୋଗ ରହିଥିଲା, କିନ୍ତୁ ରସିଦ ଶେଷ ବଲରେ କୌଣନ ସ୍କୋର କରିପାରି ନ ଥିଲେ ଏବଂ ଏହିପରି ଦିଲ୍ଲୀ ଦଳ ୪ ରନ୍‌ରେ ମ୍ୟାଚ ଜିତିବାରେ ସଫଳ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri