Categories: ଜାତୀୟ

‘ନୂତନ କୃଷି ଆଇନକୁ ପଞ୍ଜାବ ନୁହେଁ ସମଗ୍ର ଦେଶ ପ୍ରତିବାଦ କରୁଛି’

ନୂଆଦିଲ୍ଲୀ,୬।୨: ନୂତନ କୃଷି ଆଇନକୁ କେବଳ ପଞ୍ଜାବ ନୁହେଁ, ସମଗ୍ର ଦେଶ ପ୍ରତିବାଦ କରୁଛି। ବାସ୍ତବ କଥାକୁ ଯଦି କେନ୍ଦ୍ର ସରକାର ଦେଖି ନ ପାରନ୍ତି, ତେବେ କେହି କିଛି କରିପାରିବେ ନାହିଁ ବୋଲି ଶନିବାର ଶିରୋମଣି ଅକାଳି ଦଳ ନେତ୍ରୀ ହର୍ଷମ୍ରତ କୌର୍‌ ବାଦଲ କହିଛନ୍ତି। କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ପ୍ରତିବାଦ ସ୍ବରୂପ ୨୦୨୦ ସେପ୍ଟେମ୍ବରରେ ହର୍ଷମ୍ରତ କେନ୍ଦ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏପରି କି ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡ ଲାଗି ଲୋକଙ୍କ ନାମରେ ରୁଜୁ ହୋଇଥିବା ମାମଲା ନେଇ ରାଜ୍ୟ ସରକାରଙ୍କୁ ସେ ସମାଲୋଚନା କରିଛନ୍ତି। ମାମଲା ପ୍ରତ୍ୟାହାର କରାଇବା ପଞ୍ଜାବ ସରକାରଙ୍କ ଦାୟିତ୍ୱ ବୋଲି ସେ କହିଛନ୍ତି। ଚାଷୀ କୃଷି ଆଇନକୁ ବିରୋଧ କରି ଦେଶର ବିଭିନ୍ନ ରାଜପଥ ଅବରୋଧ କରି ‘ଚକା ଜାମ’ କରାଇଛନ୍ତି।

Share