କରୋନା ରୋକିବାକୁ ଏହି ପରାମର୍ଶ ଦେଲା ଡବ୍ଲ୍ୟୁଏଚ୍‌ଓ

ଓ୍ବାଶିଂଟନ,୯ା୧୨: କରୋନା ସଂକ୍ରମଣ ରୋକିବା ପାଇଁ ପରସ୍ପରକୁ ଆଲିଙ୍ଗନ ନ କରିବାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପରାମର୍ଶ ଦେଇଛି। ଡବ୍ଲ୍ୟୁଏଚ୍‌ଓ ଜରୁରିକାଳୀନ ବିଭାଗ ମୁଖ୍ୟ ଡ. ମାଇକେଲ ରେୟାନ କହିଛନ୍ତ, ଲୋକମାନେ ପରସ୍ପର ଠାରୁ ଦୂରତା ରକ୍ଷା କରିବା ସହ ଆଲିଙ୍ଗନ କରିବା ଆଦୌ ଉଚିତ୍‌ ନୁହଁ। ଏକାଠି ଖାଦ୍ୟ ଖାଇବା ମଧ୍ୟ ଅନୁଚିତ। ଏକା ସାଙ୍ଗରେ ରହିବା ଦ୍ୱାରା ଏହାର ସଂକ୍ରମଣ ଅଧିକ ବ୍ୟାପୁଛି। ଯଥା ସମ୍ଭବ ଏସବୁ କଥା ପ୍ରତି ଗୁରୁତ୍ୱ ଦେବାକୁ ଡବ୍ଲ୍ୟୁଏଚ୍‌ଓ ଅନୁରୋଧ କରିଛି।

ଆମେରିକା ପରି ଦେଶରେ ଉତ୍ତମ ସ୍ବାସ୍ଥ୍ୟ ବ୍ୟବସ୍ଥା ଥାଇ ମଧ୍ୟ କରୋନା ଜନିତ ମୃତ୍ୟୁସଂଖ୍ୟା ଏଠି ଥମିବାର ନାଁ ନେଉନି। ଏପରିକି ପ୍ରତି ମିନିଟ୍‌ରେ ଦୁଇଟି ଜୀବନ ନେଉଛି କରୋନା। ତେଣୁ ଏଥିପ୍ରତି ଅଧିକ ଯତ୍ନବାନ ହେବାକୁ ଡବ୍ଲ୍ୟୁଏଚ୍‌ଓ ପରାମର୍ଶ ଦେଇଛି।

Share