ରୁଚିକା ଆତ୍ମହତ୍ୟା ଘଟଣାକୁ ପୁରିଲା ସପ୍ତାହେ, କାରଣ ଖୋଜି ପାଉନି ପୋଲିସ

ଭୁବନେଶ୍ୱର,୧୦।୭(ବ୍ୟୁରୋ): ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାକୁ ସପ୍ତାହେ ପୁରିଲାଣି । ସ୍ବତନ୍ତ୍ର ପୋଲିସ ଟିମ୍‌ ଏହାର ତଦନ୍ତ ଜାରି ରଖିଛି । କିନ୍ତୁ ଏଯାଏ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ରୁଚିକାଙ୍କ ସୁଇସାଇଡ୍‌ ନୋଟ୍‌ରେ ଉଲ୍ଲେଖ ଥିବା ସିନିଅରମାନଙ୍କ ପୋଲିସ ପତ୍ତା ପାଉନି।
ଅନ୍ୟପକ୍ଷେ ରବିବାର ମଧ୍ୟ ହଷ୍ଟେଲରେ ଛାତ୍ରୀମାନଙ୍କୁ ପଚରା ଉଚରା ଚାଲିଛି। ତଦନ୍ତକାରୀ ଟିମ୍‌ରେ ମନସ୍ତତ୍ୱବିତ୍‌ ପ୍ରାପ୍ତି ପ୍ରଧାନ ସାମିଲ ହୋଇଛନ୍ତି। ଛାତ୍ରୀଙ୍କୁ ମନସ୍ତତ୍ୱବିତ୍‌ ଦ୍ବାରା କାଉନସେଲିଂ କରାଯିବ ବୋଲି ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।