ସଜେଇ ହେଇଛି ବରୁଣ-ନତାଶାଙ୍କ ବିବାହ ମଣ୍ଡପ, କିଛି ସମୟ ପରେ ନେବେ ସାତଫେରା

ମୁମ୍ବାଇ: ଅଭିନେତା ବରୁଣ ଧାଓ୍ବନ ଏବଂ ନତାତା ଦଲାଲଙ୍କ ବିବାହ ଆଜି ଅର୍ଥାତ୍‌ ରବିବାର ଅନୁଷ୍ଠିତ ହେବ। ଏନେଇ ସଜେଇ ହୋଇଛି ବିବାହ ମଣ୍ଡପ। ପଣ୍ଡିତ ମଧ୍ୟ ଆସି ପହଞ୍ଚିସାରିଲେଣି। ଆଉ କିଛି ସମୟ ମଧ୍ୟରେ ଆରମ୍ଭ ହେବ ବିବାହ କାର୍ଯ୍ୟ। କୁହାଯାଉଥିଲା, ଏହି ବିବାହକୁ ସିକ୍ରେଟ୍‌ ରଖାଯିବ। ମାତ୍ର ଏବେ ସୋସିଆଲ ମିଡିଆରେ ବିବାହ ମଣ୍ଡପର ଫଟୋ ସହ ପଣ୍ଡିତଜୀ ପହଞ୍ଚିଥିବା ଫଟୋ ଭାଇରାଲ ହୋଇଛି। ବିବାହ ମଣ୍ଡପଟି ପିଙ୍କ୍‌ ଥିମ୍‌ରେ ଡେକୋରେଟ୍‌ କରାଯାଇଛି। ସମସ୍ତଙ୍କ ନଜର ଏହି ମଣ୍ଡପ ଉପରେ। ଖୁବ୍‌ ସୁନ୍ଦର ଭାବରେ ଏହା ସାଜସଜ୍ଜା ହୋଇଛି। ଫର୍ନିଚରଠାରୁ ଆରମ୍ଭ କରି ଫୁଲ ପର୍ଯ୍ୟନ୍ତ ସବୁକିଛି ବେଶ୍‌ ଆକର୍ଷଣୀୟ ହୋଇଛି। ପ୍ରଶଂସକମାନେ ଏହି ବିବାହ ମଣ୍ଡପକୁ ଦେଖି ଆନନ୍ଦିତ ହୋଇଛନ୍ତି।

Share