ଏବେ ବିବାହ କରିବେ ନାହିଁ ଆଲିଆ!

ମୁମ୍ବାଇ: ବଲିଉଡ୍ ନାୟିକା ଆଲିଆ ଭଟ୍ଟ ଓ ଅଭିନେତା ରଣବୀର କପୁରଙ୍କ ବିବାହକୁ ନେଇ ବେଶ କିଛିଦିନ ହେବ ଚର୍ଚ୍ଚା ଚାଲିଛି । ହେଲେ ବିବାହ ତାରିଖ ଏପର୍ଯ୍ୟନ୍ତ ସ୍ଥିର କରାଯାଇନାହିଁ । ଶୁଣିବାକୁ ମିଳିଥିଲା କି ଚଳିତ ବର୍ଷ ଡିସେମ୍ବରରେ ଆଲିଆ–ରଣବୀର ବିବାହ ବନ୍ଧନରେ ବାନ୍ଧି ହେବେ । ପୁଣି କ୍ୟାଟ୍ରିନା କୈଫ ଓ ଭିକ୍କି କୌଶଲଙ୍କ ବିବାହ ଯୋଗୁ ଏମାନେ ତାଙ୍କ ବିବାହ ତାରିଖ ଘୁଞ୍ଚାଇ ଦେଉଛନ୍ତି । ହେଲେ ଏବେ ମିଳିଥିବା ଏକ ରିପୋର୍ଟରୁ ଜଣାପଡିଛି କି ଉଭୟ ଆଲିଆ ଓ ରଣବୀର ନିଜ ନିଜ ପ୍ରୋଜେକ୍ଟରେ ବିଜି ଅଛନ୍ତି । ଆଉ ଉଭୟ ଡେଷ୍ଟିନେଶନ ୱେଡିଂ କରିବାକୁ ଚାହୁଁଛନ୍ତି । ଆଉ ଏଥିପାଇଁ ବହୁତ ସମୟ ଲାଗିବ । ଏସବୁକୁ ଦୃଷ୍ଟିରେ ରଖି ଉଭୟ ସେମାନଙ୍କ ବିବାହକୁ ପୋଷ୍ଟପନ କରି ଦେଇଥିବା ଜଣାପଡିଛି । ବେଶ୍ କିଛିଦିନ ହେବ ରିଲେସନଶିପରେ ଥିବା ଆଲିଆ-ରଣବୀର ଆସନ୍ତା ବର୍ଷ ଡିସେମ୍ବରରେ ବିବାହ କରିବେ ବୋଲି ଜଣାପଡିଛି ।

Share