Posted inଫୁରସତ

ବୁଣାକାରଙ୍କ ଗାଁ ଗୋପାଳପୁର

ଏମିତି ଗାଁ, ଯେଉଁଠି ବର୍ଷବର୍ଷ ଧରି ବୁଣାକାରମାନେ କୌଳିକ ବୃତ୍ତିକୁ ବଞ୍ଚାଇ ରଖିବାର ପ୍ରଚେଷ୍ଟା ଜାରି ରଖିଛନ୍ତି । ୧୬ନଂ ଜାତୀୟ ରାଜପଥ କଟକ-ବାଲେଶ୍ୱର ରାସ୍ତାର ଜାରକା ଓ କୁଆଖିଆ ଛକର ମଧ୍ୟବର୍ତ୍ତୀ ସ୍ଥାନରେ ରହିଛି ଯାଜପୁର ଜିଲା ରସୁଲପୁର ବ୍ଲକ ପ୍ରଥମାଖଣ୍ଡି ପଞ୍ଚାୟତର ଗୋପାଳପୁର। ନିକଟରେ ରହିଛି ବ୍ରାହ୍ମଣୀ ନଦୀ । ଗାଁ ଭିତରକୁ ପ୍ରବେଶମାତ୍ରେ କାନରେ ପଡ଼େ ଖଡଖଡ ଶବ୍ଦ । ଏହି ଅଞ୍ଚଳର କାରିଗରମାନଙ୍କ ଘରେ ଘରେ ତନ୍ତଚାଲେ ସକାଳୁ ସଞ୍ଜ ପର୍ଯ୍ୟନ୍ତ। ଗାଁର ପ୍ରାୟ୧୫୦୦ ପରିବାରର ଜନସଂଖ୍ୟା ୭ହଜାରରୁ ଊର୍ଦ୍ଧ୍ୱ ବୋଲି ଜଣାପଡିଛି । ଶତକଡା ୭୦ଭାଗ ବାସିନ୍ଦାଙ୍କ ବେଉସା ହେଉଛି ଲୁଗା ବୁଣିବା । ସେଥିମଧ୍ୟରୁ ୧୦୦୦ରୁ ଊର୍ଦ୍ଧ୍ୱ ପରିବାର ବୁଣାକାର ବୃତ୍ତି ଉପରେ ନିର୍ଭରଶୀଳ ା ଅନୂ୍ୟନ ୫ହଜାରରୁ ଊର୍ଦ୍ଧ୍ୱ ଲୋକେ ବୁଣାକାର୍ଯ୍ୟରେ ନିୟୋଜିତ ଅଛନ୍ତି । ସେଥିମଧ୍ୟରୁ ପ୍ରାୟତଃ ୩୦୦୦ରୁ ଊର୍ଦ୍ଧ୍ୱ କାରିଗର ତନ୍ତ ଚଳାଇବା ଦକ୍ଷତା ରଖନ୍ତି । ବାକି ୨୦୦୦ରୁ ଊର୍ଦ୍ଧ୍ୱ କାରିଗର ତନ୍ତକୁ ସୂତା ଆସିବା ପୂର୍ବର କାର୍ଯ୍ୟ- ସୂତା କାଟିବା, ସୂତାକୁ ସିଧା ଓ ଶକ୍ତ କରିବା ପାଇଁ ଢାଳ କରିବା, ରଙ୍ଗ କରିବା ଆଦି କାର୍ଯ୍ୟରେ ନିୟୋଜିତ ଥାଆନ୍ତି । ଗାଁରେ ୧୭ଟି ସମବାୟ ସମିତି ରହିଛି । ବୁଣାକାରମାନଙ୍କୁ କାମ ଯୋଗାଇ ଦେବା, ସେମାନଙ୍କଠାରୁ ଉପତ୍ାଦିତ ଦ୍ରବ୍ୟକୁ କ୍ରୟକରି ପାରିଶ୍ରମିକ ପ୍ରଦାନ କରିବା ସମିତିର ପ୍ରମୁଖ କାର୍ଯ୍ୟ । ଅନ୍ୟପକ୍ଷେ କଳା ସଂସ୍କୃତି, ଖେଳକୁଦ ଆଦି କ୍ଷେତ୍ରରେ ବି ଗାଁର ସୁନାମ ରହିଛି। ଏହି ଗାଁର ସରସ୍ବତୀ ଚାନ୍ଦ ଓ ଅଲିମ୍ପିଆଡ ଦୂତୀ ଚାନ୍ଦଙ୍କ ଭଳି ସୁନାମଧନ୍ୟ ଖେଳାଳି ବିଶ୍ୱ ଦରବାରରେ ପରିଚିତ ।

ଲୁଗାବୁଣା – ସୁନ୍ଦର କଳାକୃତିର ଲୁଗା ବୁଣିବା ପାଇଁ ଟସର, କୋରିଆ, ମସଚରାଇଜ, ଭେକ୍ଟସ, ଉଲ ଆଦି ସୂତା ବ୍ୟବହାର ହୋଇଥାଏ। ସୂତାକୁ ବୁଣାକାରମାନେ ବରଗଡ, ସେରିଫେଡ, ବୟନିକା ଆଦି ସଂସ୍ଥାଠାରୁ ସଂଗ୍ରହ କରିଥାନ୍ତି। ସୂତାକୁ ଲୁଗା ବୁଣିବା ପୂର୍ବରୁ ପ୍ରୋସେସିଂ ଓ ସାଇଜିଂ କରିବା ପରେ ତନ୍ତରେ ବ୍ୟବହାର କରାଯାଏ । ଗୋଟିଏ ଲୁଗା ପ୍ରସ୍ତୁତି ପାଇଁ ୫ଟି ପର୍ଯ୍ୟାୟ ଦେଇ ଯିବାକୁ ପଡିଥାଏ । ଏହାରି ପଛରେ ପରିଶ୍ରମ କରି ପ୍ରତ୍ୟେକ ସଦସ୍ୟ ମାସିକ ପ୍ରାୟତଃ ୫ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରନ୍ତି ।

ବିକ୍ରିବ୍ୟବସ୍ଥା- ତନ୍ତବୁଣା ଲୁଗା, ମେଶିନ ବୁଣାଲୁଗାଠାରୁ ଅଧିକ ଦାମ୍‌ । ତନ୍ତରୁ ବାହାରୁଥିବା ଲୁଗା ମଜଭୁତ୍‌, ପିନ୍ଧିବାକୁ ଅଧିକ ଆରାମଦାୟକ ହୋଇଥିବାରୁ ଏହାକୁ ଚଢା ଦାମ୍‌ରେ ବିକ୍ରି କରାଯାଏ। ମେଶିନ ବୁଣା ଶାଢି ନିତିଦିନିଆ ବ୍ୟବହାରରେ ଲାଗୁଥିବା ବେଳେ ତନ୍ତବୁଣା ଲୁଗା ପାର୍ବଣ ଋତୁ ଓ ବାହାର ପିନ୍ଧିବା ଲୁଗା ଭାବରେ ବ୍ୟବହାର କରାଯାଏ ା ତେବେ ଏହି ଲୁଗା, ପଡ଼ୋଶୀ ରାଜ୍ୟ କଲିକତା, ରାଜ୍ୟର ଭୁବନେଶ୍ୱର, ପୁରୀ, କଟକ ଭଳି ବଡ଼ ସହରରେ ଚାହିଦା ରହିଛି। ଏହାଛଡା ସେରିଫେଡ, ବୟନିକା, ସମ୍ବଲପୁରୀ ବସ୍ତ୍ରାଳୟ, ଉତ୍କଳିକା ଆଦି ସଂସ୍ଥା ପକ୍ଷରୁ ବୁଣାକାରମାନଙ୍କ ଉପତ୍ାଦିତ ଦ୍ରବ୍ୟକୁ କ୍ରୟ କରାଯାଇଥାଏ। ଅନେକ ସମୟରେ ସଂସ୍ଥାଗୁଡିକ ପକ୍ଷପାତିତା କରନ୍ତି ବୋଲି ଅଭିଯୋଗ ହୁଏ  ଏ ସମ୍ପର୍କରେ ଏହି ଅଞ୍ଚଳର ବୁଣାକାର ପ୍ରତିନିଧି ରମେଶ ଦାସ କୁହନ୍ତି-ବୁଣାକାର ସଂପ୍ରଦାୟ, ଲୋକଙ୍କ ଲଜ୍ଜା ନିବାରଣର ମୁଖ୍ୟ ବିନ୍ଧାଣୀ। ବୁଣାକାରଙ୍କୁ ବିଭିନ୍ନ ପ୍ରକାର ସରକାରୀ ସହାୟତା ପ୍ରଦାନ କରାଯାଉ ।

ଯୁବ ଉଦ୍ୟୋଗୀ ଅଶୋକ କୁମାର ଗୁଇଁ କୁହନ୍ତି-ବୁଣାକାରମାନଙ୍କ କୁଟୀର ଶିଳ୍ପକୁ ଶିଳ୍ପରେ ପରିଣତ କରାଯାଉ। ଏକ ପ୍ରଦର୍ଶନୀ ହବ୍‌ କାର୍ଯ୍ୟ ତୁରନ୍ତ ଆରମ୍ଭ ହେଉ । ସେହିଭଳି ତାଲିମପ୍ରାପ୍ତ ମହିଳା ଡିଜାଇନର ମାଳତୀ ଦାସ କୁହନ୍ତି-କରୋନା କାଳରେ ବୁଣାକାର ପରିବାର ଉପରେ ବିପଦ ମାଡି ବସିଛି, ଏ ଦିଗରେ ସରକାର ଧ୍ୟାନ ଦେବାର ସମୟ ଆସିଛି। ମହିଳା ବୁଣାକାର ଗେହ୍ଲା ଚାନ୍ଦ କୁହନ୍ତି-ତନ୍ତ କାର୍ଯ୍ୟରେ ମହିଳା ବୁଣାକାରମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏମାନଙ୍କୁ ଏକ୍ସପୋଜର୍‌ ଭିଜିଟ୍‌ ଭାବରେ ବିଭିନ୍ନ ରାଜ୍ୟର କାରିଗରମାନଙ୍କଠାରୁ ଜ୍ଞାନକୌଶଳ ପ୍ରଶିକ୍ଷଣ ପାଇବା ପାଇଁ ସୁଯୋଗ ସୃଷ୍ଟି କରାଯାଉ । ଆଉ ଓଡ଼ିଶା ବୁଣାକାର ମହାସଂଘର କାର୍ଯ୍ୟକାରୀ ସଭାପତି ଶ୍ରୀଧର ବେହେରା କୁହନ୍ତି, ‘ଗୋପାଳପୁର ଗାଁକୁ ଶିଳ୍ପୀ ଗ୍ରାମ ଭାବରେ ଘୋଷଣା କରିବା ପ୍ରସ୍ତାବକୁ ତୁରନ୍ତ କାର୍ଯ୍ୟକାରୀ କରାଯାଉ ।’

ବୁଣାକାରଙ୍କ ସମସ୍ୟା- ବୁଣାକାରମାନଙ୍କ ଉପତ୍ାଦିତ ଦ୍ରବ୍ୟର ବିକ୍ରିବଟା ହୋଇ ନ ପାରିବା, ଠିକ୍‌ ସମୟରେ କଞ୍ଚାମାଲ ଉପଲବ୍ଧ ନ ହେବା, ଗଚ୍ଛିତ ଲୁଗାରେ ମୂଳ ପୁଞ୍ଜି ଖର୍ଚ୍ଚ ହୋଇଯିବା ଆଦି ଲୁଗା ବୁଣାକାର୍ଯ୍ୟରେ ବାଧକ ସାଜୁଛି । ଏହିଭଳି କ୍ଷେତ୍ରରେ ଅର୍ଥ ଲଗାଣକାରୀ ସଂସ୍ଥାମାନେ ବିନା ସୁଧରେ ଋଣ ପ୍ରଦାନ କରିବାକୁ ଦାବି ହେଉଛି। ଦକ୍ଷ ବୁଣାକାରମାନଙ୍କୁ ତାଲିମ ପ୍ରଦାନ ଅବଧି ବଢ଼ାଇବା ସହ ବୁଣାକାରମାନଙ୍କ ସ୍ଥିତିକୁ ଅନୁଧ୍ୟାନ କରାଯାଇ ସରକାରୀ ସୁବିଧା ପ୍ରଦାନ କରାଯିବା ଜରୁରୀ। ତନ୍ତଶାଳା ନିର୍ମାଣ ସକାଶେ ଆସୁଥିବା ଅର୍ଥର ଫାଇଦା ବୁଣାକାରମାନଙ୍କୁ ମିଳୁନାହିଁ ବୋଲି ମଧ୍ୟ ବୁଣାକାରମାନେ ଅଭିଯୋଗ କରିଛନ୍ତି। ବୁଣାକାରମାନଙ୍କୁ ବାସଗୃହ ଉପରେ ତନ୍ତଶାଳା ନିର୍ମାଣ ପାଇଁ ଅନୁମତି ଓ ସରକାରୀ ସୁବିଧା ପ୍ରଦାନ କରିବାକୁ ସରକାରଙ୍କୁ ନିବେଦନ କରାଯାଉଛି । ଅନ୍ୟପକ୍ଷେ ଓଡ଼ିଶାର ଏପରି ଅନେକ ସ୍ଥାନରେ ବୁଣାକାରମାନଙ୍କ ହସ୍ତକାରିଗରି ରହିଛି। ମାତ୍ର ଗୋପାଳପୁର ତନ୍ତବୁଣା ଲୁଗାର ପରିଚୟ ସ୍ବତନ୍ତ୍ର। ତେବେ ଏପରି ତନ୍ତକାରିଗରଙ୍କ ହସ୍ତକଳାରେ ଓଡ଼ିଶାର ନିଜସ୍ବ ପରିଚୟ ଅଧିକ ସୁଦୃଢ ହୋଇଥାଏ।
-ରଞ୍ଜିତ ରାଉତ


Enter your email to get our daily news in your inbox.

All Right Reserved By Dharitri.Com

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri